”ଆଜି ମୋ ପ୍ରିୟାର ବାହା ଘର”

ଆଜି ମୋ ପ୍ରିୟାର ବାହାଘର
ସକାଳୁ ସକାଳୁ ପ୍ରିୟା ପିତାମାତା ଆସି କହିଲେ
ମୋ ଝିଅ ବାହାଘରର ଦାୟୀତ୍ବ
ତୁଲାଇବୁ ସବୁ ଧନ ମୋର।।୧।
ଏହା କହି ପ୍ରିୟା ପିତା ମାତା
ଚାଲିଗଲେ ତାଙ୍କଘରକୁ,
ସବୁରୀ ଅଜାଣତେ ଲୁହ ଦୁଇ ଟୋପା ବୋହିଗଲା
ପ୍ରିୟା ଦେଇ ଥିବା ରୂମାଲରେ
ପୋଛିଲି ମୁଁ ମୋର ଲୁହକୁ।୨।
ଏହାପରେ ଜୋଡି ନଗେରା ବାଇଦ ସାଙ୍ଗରେ ଧରି
ପହଁଞ୍ଚଲି ଯାଇ ମୋ ପ୍ରିୟା ଘରେ,
ପ୍ରିୟା ଘରଦ୍ବାର ଅଗଣା ସବୁ କମ୍ପି ଉଠିଲା
ଜୋଡି ନାଗେରାବାଦ୍ୟ ଓ ଶଂଖ ହୁଳହୁଳି ଧ୍ବନୀରେ।୩
ଏହିନାଗେରା ବାଦ୍ୟ ଓ ଶଂଖ ହୁଳହୁଳି ଧ୍ବନୀ ଭିତରେ
ପ୍ରିୟା ଧୀରେ ଧୀରେ ମୋର କାନେ କହିଲା
ତୁମ ବିନା ସାଥୀ ଶାଶୁ ଘରେ କୁହ
ଏଇ ଜୀବନଟି ବଞ୍ଚିବ କେମିତି ଭଲା?।୪।
ପ୍ରିୟା କଥା ଶୁଣି ପ୍ରୀତି ବରଷାର ଧାରା
ମୋ ପ୍ରିୟା ପାଖେ ସବୁ ଅଜାଡି ଦେଲି,
ବିଧାତାଙ୍କ ଈଛ୍ଛା ଏହା ଥିଲା ବୋଲି
ବୁଝାଈ ସୁଝାଇ ପ୍ରିୟାକୁ କହିଲି।୫।
ଆଜି ମୋ ପ୍ରିୟାର ବାହାଘର—-
ପ୍ରିୟାର ବାହା ବେଦୀଟିକୁ ସଜାଇ ଦେଲି,ଜୁଈଯାଈ
କେତକୀ,ହେନା, କୁଶୁମ ମାଳାରେ,
ବେଦୀର ଉପର ଭାଗକୁ ସଜାଇ ଦେଲି ଛୋଟଛୋଟ
ଲାଇଟି ଓ ରଙ୍ଗବିରଙ୍ଗି ଚାନ୍ଦୁଆରେ।୬।
ବେଦୀ ଚାରିପଟେ କଦଳୀଗଛ,ପତ୍ର ଆଣି
ମାଟିରେ ପୋତିଲି ଅତି ଯତନରେ,
ଆମ୍ବପତ୍ରର ମାଳା ତିଆରି କରି ଝୁଲାଇ ଦେଲି
ବେଦୀ,ଚାନ୍ଦୁଆର ଚାରି ପଟରେ।୭।
କାମ ସାରି କ୍ଳାନ୍ତ ହୋଇ
ଯେବେ ପ୍ରିୟା ପାଖେ ବସିଲି ଯାଇ,
ବାଇଦ ,ବାଣ,ବାରୁଦ ଶବଦ
କାନେ ମୋ ଶୁଭିଲା ସାଇଁସାଇଁ ହୋଇ ।୮।
ସବୁରୀ ମୁହଁରୁ ଗୋଟିଏ କଥା—-
ବର ଆସିଗଲା ବର ଆସି ଗଲା
ସ୍ବାଗତ କରହେ ବରକୁ ଯାଇ,
ବଜାଅ ଶଂଖ,ହୁଳହୁଳି ଦିଅ
ମହୁରୀ ବଜାଅ ହେ ମହୁରିଆ ଭାଇ।୯।
ହୁଳହୁଳି ଶଂଖ ଓ ବାଦ୍ୟ ମହୁରୀରେ
ମୋ ପ୍ରିୟା ଘର ଅଗଣା କମ୍ପି ଉଠୁ ଥାଏ,
ମିଟିମିଟି କରି ଗେହ୍ଲେଇଗେହ୍ଲେଇ ଅଶୃ ନୟନରେ
ପ୍ରିୟା ମୋ ମୁଖକୁ ଚାହିଁ ଥାଏ।
କୁଆଁରୀ ମନର ଯେତେ ସପନ
ଦେଇ ଥିଲା ମୋତେ ଅଜାଡି ପ୍ରିୟା,
ସବୁ ସପନ ତା’ପୋଡି ହୋଇ ଗଲା ,ଯେବେ ରୋଶଣି,
ବାଦ୍ୟ ସହ ବର ହେଲା ଆସି ତା’ଘରେ ଠିଆ।୧୧।
ଏହା ପରେ ଛୋଟ ବଡ କାମ ଯେତେ ଥିଲା
ଶୃଙ୍ଖଳିତ ଭାବେ କରିମୁଁ ଦେଲି,
ରାତି ହେଲା ଯେବେ ବେଦୀ ପାଖେ ବସି
ମୋ ପ୍ରିୟା ବାହାଘର ଦେଖି ଗଲି।୧୨।
ମେହେନ୍ଦୀ ବଟାରେ ହାତ ଦୁଇଟି ମୋ ପ୍ରିୟାର
ସଜା ହୋଇ ଥାଏ କେଡେ ସୁନ୍ଦର ଭାବରେ,
ଚକମକ ହୋଇ ଝଟକୁ ଥାଏ ତା ହାତ ଦୁଇଟି
ନାଲିନାଲି ଶଂଖା ଓ ସୂବର୍ଣ ଚୂଡିରେ।୧୩।
ପ୍ରିୟାର କପୋଳେ ସିନ୍ଦୁର ଓ ଅଧରେ ନାଲିଆ ରଙ୍ଗ
ମନ ବାଉଳା ବାଉଳା କେତେ କଲା,
ସବୁ ବାଉଳା ମନ ଓ ବେଦନାକୁ ଚାପି ଦେଇ
ଲୁହରେ ନୟନ ମୋ ଛଳଛଳ ହେଲା।୧୪।
ଯେବେ ହସ୍ତଗଣ୍ଠି ପଡିବାର ସମୟ ଆସିଲା
ମୋ ରୂପସୀ ରାଣୀ ପ୍ରିୟାର,
ପ୍ରିୟା ହୃଦୟରୁ ଶବଦ ଶୁଭିଲା କେମିତି ଦେଖୁଛ
ଏ ବାହାଘର,ହୋଇ ତୁମେ ଏତେ ନିଷ୍ଠୁର।୧୫।
ପ୍ରିୟାର ବାହା ହୋମ ନିଆଁରେ
ଜାଳି ଦେଲି ମୋର ସୁଖ ସପନ,
ଗୋଛ୍ଛା ଗୋଲାପ ଫୁଲ ତୋଡାରେ,”ଶୁଭେଛ୍ଛାର”
କାଗଜ ରଖି ଦେଲି ତାକୁ ଉପହାର।୧୬।
ବାହା ବାସୀଦିନ ପ୍ରିୟା ମୋର ଯେବେ
ଗଲା ତାର ଶାଶୁ ଘରକୁ,
କଣେଇ କଣେଇ ତା’ଓଢଣା ଫାଙ୍କରୁ
ଛଳଛଳ ନେତ୍ରେ ଚାହିଁ ଦେଲା ମୋର ମୁଁହଁକୁ।୧୭।
ତାକୁ ଆଶୀର୍ବାଦର ହାତ ବଢାଇ ଦେଇ
ପଳେଇ ଆସିଲି ମୁଁ ଘରକୁ,
ମୋ ପ୍ରିୟା ବାହାଘର ଶାନ୍ତିଶୃଙ୍ଖଳାରେ ହେଲା ବୋଲି
ଧନ୍ୟବାଦ ଜଣାଇଲି ପ୍ରଭୁ ଜଗନ୍ନାଥଙ୍କୁ। ୧୮ ।

କବିତା ଲେଖକ :ମାନସୀ ବାହୁରା,ମାନସୀ ମାନୀ ଜହ୍ନବୀ ଜାନୁ