ରାୟଗଡାରେ ମାସ୍କଟ ଓଲିକୁ ବିପୁଳ ସମ୍ବର୍ଦ୍ଧନା…

ରାୟଗଡା(ସମୃଦ୍ଧ ଓଡିଶା)ରାୟଗଡ଼ା ଜିଲ୍ଲାରେ ବିଶ୍ୱକପ ହକିର ମାସ୍କଟ ଓଲି ପହଞ୍ଚି ଥିବାବେଳେ ଗତକାଲି ରାତିରେ ରାୟଗଡ଼ା ନାଗାବଳୀ ଲାୟନ୍ସ କ୍ଲବ, ସେଞ୍ଚୁରିୟାନ ୟୁନଭରସିଟି ସହ ଓାର୍କରସ କ୍ଲବ ପକ୍ଷରୁ ସ୍ୱାଗତ କରାଯାଇଥିବା ବେଳେ ଆଜି ରାୟଗଡ଼ା ସହରସ୍ଥିତ ଗଜପତି ଛକରୁ ଏକ ବିଶାଳ ଶୋଭାଯାତ୍ରା ଆୟୋଜିତ ହୋଇଥିଲା । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଜିଲାପାଳ ଗୁହାପୁନମ ତାପସ କୁମାର ଯୋଗଦେଇ ପତାକା ଦେଖାଇ ଶୋଭାଯାତ୍ରାର ଶୁଭାରମ୍ଭ କରିଥିଲେ । ଗଜପତି ଛକରୁ ଶୋଭାଯାତ୍ରା ବାହରି ସହର ପରିକ୍ରମା କରିବା ପରେ ଆଶୋକ କଲ୍ୟାଣ ମଣ୍ଡପରେ ଓଲି ସହ ବିଶ୍ୱକପର ଢାଞ୍ଚା ପହଞ୍ଚିଥିଲା । ସେଠାରେ ଏକ ସାଧାରଣ ସଭା ଆୟୋଜିତ ହୋଇଥିଲା । ଏହି ଅବସରରେ ରାୟଗଡ଼ାର ଅତିରିକ୍ତ ଜିଲାପାଳ ସୁଧାକର ଶବର ସମ୍ମାନିତ ଅତିଥି, ଉପଜିଲାପାଳ ପ୍ରବୀର କୁମାର ନାୟକ, ଜିଲା ମଙ୍ଗଳ ଅଧିକାରୀ ନନ୍ଦଲାଲା ବିଶ୍ୱାଳ, ବରିଷ୍ଠ ଆଇନଜୀବୀ ବ୍ରଜ ସୁନ୍ଦର ନାୟକ, ଜିଲା କ୍ରୀଡ଼ା ସଂସଦ ସମ୍ପାଦକ ମନୋଜ କୁମାର ଗନ୍ତାୟତ ପ୍ରମୁଖ ମଞ୍ଚାସୀନ ଥିଲେ । ଜିଲାପାଳ ଶ୍ରୀମତି ଗୁହାପୁନମ ତାପସ କୁମାର ଭାରତର ଜାତୀୟ କ୍ରୀଡ଼ା ହକିରେ ରାଜ୍ୟରୁ ବହୁ ଓଡ଼ିଆ ଖେଳାଳି ସାମିଲ୍‍ ହୋଇପାରିଛନ୍ତି ବୋଲି ଖୁସି ବ୍ୟକ୍ତ କରିଥିଲେ ।ଜିଲ୍ଲା କ୍ରୀଡ଼ା ଅଧିକାରୀ ଅଲିନୁର ସ୍ୱାଗତ ଭାଷଣ ଦେଇଥିବାବେଳେ ସେଞ୍ଚୁରିୟାନ ୟୁନିଭସିଟି,ରାୟଗଡ଼ା ଶାଖାର ନିର୍ଦେଶକ ରାଜେଶ କୁମାର ପାଢ଼ି ପରିଚାଳନା କରିଥିଲେ । ରାୟଗଡା ମହିଳା ମହାବିଦ୍ୟାଳୟ, ରାୟଗଡା ସ୍ୱଂୟଶାସିତ ମହାବିଦ୍ୟାଳୟ, ଜେଆଇଟିଏମ,ଜିସିଡି ହାଇସ୍କୁଲ, ରାୟଗଡା ସରକାରୀ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ, ଜିସିଡି ଓାର୍କସ କ୍ଲବ ପକ୍ଷରୁ ଏନ ଏନ ସାହୁ ଓ ଗ୍ରୀନ ଇଣ୍ଡିଆର କେକେ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

ରିପୋର୍ଟ:ତୁଷାର ରଞ୍ଜନ ସାହୁ