ଆସନ୍ତାକାଲି ହେବ ଫ୍ଲୁଡ଼ଲାଇଟ ଟୁର୍ଣ୍ଣାମେଣ୍ଟ:ବିଶ୍ୱକପ ଓଲିକୁ କରିବେ ସ୍ୱାଗତ…

ଛତ୍ରପୁର(ସମୃଦ୍ଧ ଓଡିଶା)ଛତ୍ରପର ଷ୍ଟାଡୟମରେ ଅାସନ୍ତା କାଲି ଫ୍ଲୁଡ଼ ଲାଇଟରେ ହକି ଟୁର୍ନାମେଣ୍ଟ ହେବ। ଗଞ୍ଜାମଜିଲ୍ଲା ହକି ଅାସୋସଏଶନ ପକ୍ଷରୁ ବିଶ୍ୱକପ ଓଲି ଅାୟୋଜିତ ହେବ । ଟୁର୍ନାମେଣ୍ଟରେ ଭୁବନେଶ୍ୱର ସ୍ପୋର୍ଟ୍ସ ଏକ୍ସଲେନସି ସେଣ୍ଟର ଓ ଇଷ୍ଟକୋଷ୍ଟ ରେଲୱେ, ଛତ୍ରପୁର ଅଷ୍ଟମ ବାଟାଲୟନି ଓ ଗଞ୍ଜାମଜିଲ୍ଲା ଟିମ୍‌ ଭାଗନେବେ । ଅପରାହ୍ନ ୪ଟାରୁଅାରମ୍ଭ ହୋଇ ରାତି୧୦ଟାରେ ସାଂସ୍କୃତିକ କାଯ୍ୟକ୍ରମ ସହ ଟୁର୍ନାମେଣ୍ଟ ଶେଷ ହେବ । ମଙ୍ଗଳବାର ଛତ୍ରପର ସର୍କିଟ ହାଉସଠାରେ ଅନୁଷ୍ଠିତ ଖବରଦାତା ସମ୍ମଳନୀରେ ଗଞ୍ଜାମଜିଲ୍ଲା ହକି ଅାସୋସଏଶନର କର୍ମକର୍ତ୍ତା ଏହି ସୂଚନା ଦେଇଛନ୍ତି। ସଂଘର ଉପସଭାପତି ଅଜୟ ମହାପାତ୍ର ଓ ଟି.ଚନ୍ଦ୍ରଶେଖର ରାଓ, ସମ୍ପାଦକ ରାଜେନ୍ଦ୍ର ପ୍ରସାଦ ବେହେରା, କୋଷାଧ୍ୟକ୍ଷ ଅହି ଭୂଷଣ ସାହୁ, ଯୁଗ୍ମସମ୍ପାଦକ ତୁଷାର କାନ୍ତ ପାଣ୍ଡି ଖବରଦାତା ସମ୍ମଳନୀରେ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ଜିଲ୍ଲା ହକିସଂଘର ସଭାପତି ଛତ୍ରପୁର ବିଧାୟକ ଡା. ପ୍ରିୟାଂଶୁପ୍ରଧାନ ରହଛନ୍ତି । ହକି ଖେଳପ୍ରତିଅାକୃଷ୍ଟ କରିବା  ଓ ଖେଳାଳିଙ୍କୁ ଉତ୍ସାହିତ କରିବା ଉଦେ୍ଦଶ୍ୟରେ ଏହି ଟୁର୍ନାମେଣ୍ଟ ଅାୟୋଜନ କରାଯାଉଛି । ଏଥିସହ ପୁରାତନ ଖେଳାଳିମାନଙ୍କୁ ମଧ୍ୟ ସମ୍ମାନିତ କରାଯିବ । ଅନ୍ୟପକ୍ଷରେ ଭୁବନେଶ୍ୱରରେ ହେବାକୁ ଥିବା ହକି ବିଶ୍ୱକପ ପୂର୍ବରୁଉକ୍ତ ଦିନ ଅପରାହ୍ନରେ ଛତ୍ରପୁରଠାରେ ମାସକଟ୍‌ ଓଲିକୁ ସ୍ୱାଗତ କରାଯାଇ ଷ୍ଟାଡିୟମକୁ ନିଅାଯିବ ବୋଲି ସଂଘ ପକ୍ଷରୁସୂଚନା ଦିଅାଯାଇଛି। ୧୬ ତାରିଖରେ ଓଲିଛତ୍ରପୁରରେ ପରିକ୍ରମା କରିବ । ଛତ୍ରପୁରରୁ ୬ ଜଣ ନ୍ୟାଶନାଲ ଇନ୍‌ଷ୍ଟିଟ୍ୟୁଟ ଅଫ୍‌ ସ୍ପୋର୍ଟସର୍ ହକିକୋଚିଂ ନେଇଛନ୍ତି । କୋଚ୍‌ ସନ୍ତୋଷ କୁମାର ଗୌଡ, ଅନିଲ କୁମାର ବେହେରା, ଦିପ୍ତିଶ୍‌ କୁମାର ପଟ୍ଟନାୟକ, ସନ୍ତୋଷ ବିଷୋୟୀ ଏବଂ ରାଜ୍ୟସ୍ତରରୁ କାଳୁଚରଣ ଚୌଧୁରୀ ଓ ଅମଲ୍ୟୂ ବେହେରା ଟୁର୍ନାମେଣ୍ଟ ବେଳେ ଅାସିବେ । ଏଥିସହ ଭାରତୀୟ ହକିଦଳର ପୂର୍ବତନ ଅଧିନାୟକ ତଥା ଅଜୁର୍ନ ଓ ପଦ୍ମଶ୍ରୀ ବିଜେତା ପ୍ରବୋଧ ତିର୍କୀ, ଜାତୀୟ ହକି ଦଳରେ ଖେଳିଥିବା ଦୀପସାନ ତିର୍କୀ ଓ ଅମିତ୍‌ ଯୋଗଦେବାର କାର୍ଯ୍ୟକ୍ରମ ଥିବା ସୂଚନା ଦିଅାଯାଇଛି। ଅନ୍ୟମାନଙ୍କ ମଧ୍ୟରେ ଏ. ରାବଣା ରାଓ, ରବୀନ୍ଦ୍ର ସେନାପତି, ଅଜି ପରିଡା, ଭି. ଭେଙ୍କଟ ରାଓ ଦୋରା,ଚନ୍ଦ୍ରଶେଖର ରାଓ, ବାବୁଲି ସାହୁ, ରବି ସାହୁ,ରାମ ରାଓ, ପ୍ରମୁଖ ଖବରଦାତା ସମ୍ମିଳନୀରେ ଉପସ୍ଥିତ ଥିଲେ ।

ରିପୋର୍ଟ:ନିମାଇଁ ଚରଣ ପଣ୍ଡା