ରାସାୟନୀକ ସାର ଓ କୀଟନାଶକକୁ ମନା : ହେବ ଚିରନ୍ତନ କୃଷି ବିକାଶ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ସମଗ୍ର ଦେଶରେ ରାସାୟନୀକ ସାର ଓ କୀଟନାସକର ବ୍ୟାପକ ପ୍ରଚଳନ ଯୋଗୁଁ କୃଷକ ଅଧିକ ଖର୍ଚ୍ଚାନ୍ତ ହେବା ସହିତ ଲାଭ କମି କମି ଆସୁଛି । ଅନ୍ୟପକ୍ଷରେ ଜମଗ୍ର ଜୀବଜଗତ ପ୍ରତି ବିପଦ ସୃଷ୍ଟି କରୁଥିବାରୁ ଚିରନ୍ତନ କୃଷିର ବିକାଶ ଲାଗି ଆଜି ପ୍ରଧାନମନ୍ତ୍ରୀ ଦେଇଥିବା ସନ୍ଦେଶକୁ ଜଳେଶ୍ୱର କୃଷି ଜିଲା ପରିସରରେ ଆୟୋଜିତ ଭର୍ଚୁଆଲ ମୋର୍ଡରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରକାଶ କରିଛନ୍ତି ଓ ଜଳେଶ୍ୱର ଅଂଚଳର ବହୁ କୃଷିଜିବୀ ଏଥିରେ ଭାଗ ନେଇଛନ୍ତି ।ଆଜି ଗୁଜୁରାଟର ଆନନ୍ଦ କୃଷି ବିଶ୍ୱବିଦ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମକୁ ଶ୍ରୀମୋଦି ଲୋକାର୍ପିତ କରିବା ସହିତ କୃଷି ଯୋଜନା ଆରମ୍ଭ ହେଲାବୋଲି କହିଛନ୍ତି । ପ୍ରାକୃତିକ କୃଷି ଉପକାରୀତା ତଥା ରାସାୟନୀକ ସାର ଓ କୀଟନାଶକକୁ ସୀମିତ ରଖି ପ୍ରକୃତିକ କୃଷି ପଦାର୍ଥ ବ୍ୟବହାର କରି ଚିରନ୍ତନ କୃଷି ଲାଗି ଚାଷୀମାନେ ଆଗେଇବାକୁ ସେ ସନ୍ଦେଶ ଦେଇଛନ୍ତି । ବିଶ୍ୱବିଦ୍ୟାଳୟ ପରିସରରେ କେନ୍ଦ୍ର କୃଷି ରାଷ୍ଟ୍ରମନ୍ତ୍ରୀ, ଗୁଜୁରାଟ ରାଜ୍ୟପାଳ, ଗୃହ ମନ୍ତ୍ରୀ ଅମୀତ ସାହାଙ୍କ ଉପସ୍ଥିତିରେ ଏପରି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଜଳେଶ୍ୱର କୃଷିଜିଲା ଅଧିକାରୀ ଚନ୍ଦ୍ରଶେଖର ପାଢୀ, ବ୍ଲକ କୃଷି ଅଧିକାରୀ ସଂଜୟ ରାଉତ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ପରିଚାଳନା କରିଥିଲେ ।

ରିପୋର୍ଟ : ଭୂପତି ପରିଡା