ଫୋଟୋ ସାମ୍ବାଦିକତା ଉପରେ କର୍ମଶାଳା ଅନୁଷ୍ଠିତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆଜି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗ ପକ୍ଷରୁ ଫୋଟୋ ସାମ୍ବାଦିକତା ଉପରେ ଏକ ଦିନିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ନିକୋନ ଇଣ୍ଡିଆ ସହ ଜଡ଼ିତ ଏହି କର୍ମଶାଳାରେ ମୁଖ୍ୟ ଅତିଥି ଭାବେ କୁଳପତି ପ୍ରଫେସର ଗୋବିନ୍ଦ ଚକ୍ରପାଣି ଏବଂ ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର ପ୍ରତାପ କୁମାର ମହାନ୍ତି ଯୋଗ ଦେଇଥିଲେ । ବିଭାଗର ମୁଖ୍ୟ ଡକ୍ଟର ବନ୍ଦିତା ପଣ୍ଡା ଅତିଥିମାନଙ୍କ ସହ ନିକୋନ୍ ଇଣ୍ଡିଆର ୱର୍କ ସପ୍ ଟିମଙ୍କ ପରିଚୟ ପ୍ରଦାନ କରିଥିଲେ । ଫୋଟୋ ସାମ୍ବାଦିକତାର ଅର୍ଥ ଏବଂ ଫୋଟୋଗ୍ରାଫିର ବିଭିନ୍ନ କୌଶଳ ଉପରେ ଏଥିରେ ଚର୍ଚ୍ଚା ହୋଇଥିଲା । ଏହି ଟିମର ଟେକ୍ନିକାଲ ଅଫିସର୍ ପଲ୍ଲବ ପଲ୍ ସବିଶେଷ ଆଲୋଚନା କରିଥିବା ବେଳେ ଏହି ଟିମରେ ନିକନ୍ ଇଣ୍ଡିଆର ଡେପୁଟି ମ୍ୟାନେଜର ଦେବେସ୍ ମାଝୀ, ନିକାନର ଦିଷ୍ଟ୍ରିବୁସନ୍ ବିଭାଗର ଦେବାଂଶୁ ପଟନାୟକ ଏବଂ ଟ୍ରେନର ସନ୍ତୋଷ ବେଜ୍ ସାମିଲ ଥିଲେ । ଏହି କର୍ମଶାଳାରେ ୭୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ବିଭାଗର ଛାତ୍ରୀ ସୁଭାଷିନୀ ଏବଂ ଆବିର୍ଭୁତା ମଞ୍ଚ ପରିଚାଳନା କରିଥିବା ବେଳେ ବିଭାଗୀୟ ମୁଖ୍ୟ ଡକ୍ଟର ବନ୍ଦିତା ପଣ୍ଡା ଧନ୍ୟବାଦ୍ ଭାଷଣ ଦେଇଥିଲେ । ବିଭାଗର ଅନ୍ୟ ଅଗ୍ନି ବେହେରା, ରାଜକିଶୋର ପାତ୍ର, ଶାେୟମ୍ ବେଦାନ୍ତ, ସୁଶ୍ରୀ କମଲିକା ପ୍ରମୁଖ ଉପସ୍ଥିତ ଥିଲେ । ଏହି କର୍ମଶାଳା ଅତି ଉଚ୍ଚକୋଟୀର ତଥା ଦକ୍ଷତା ପୂର୍ଣ୍ଣ ଥିଲା । ଏହି କର୍ମଶାଳା ଛାତ୍ରଛାତ୍ରୀଙ୍କ କୌଶଳ ବୃଦ୍ଧି କରିବା ସହିତ ସାମ୍ବାଦିକତା କ୍ଷେତ୍ରରେ ସହାୟକ ହେବ । କର୍ମଶାଳାରେ ଉପସ୍ଥିତ ଛାତ୍ରୀ ଶିବାନୀ ନିକୋନ ତଥା ସାମ୍ବାଦିକତା ଗଣଯୋଗାଯୋଗ ବିଭାଗକୁ ଧନ୍ୟବାଦ୍ ଦେବା ସହ ବହୁତ କିଛି ଗୁରୁତ୍ପୂର୍ଣ୍ଣ ତଥ୍ୟ ଏହି କର୍ମଶାଳାରୁ ଜାଣିବାକୁ ପାଇଲେ ବୋଲି କହିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା