ରାସାୟନିକ ସାର ଅଭାବ : ଚାଷୀ ହତାଶ…

ବୁଗୁଡ଼ା (ସମୃଦ୍ଧ ଓଡିଶା) ବୁଗୁଡା ଅଞ୍ଚଳରେ ରାସାୟନିକ ସାର ବିଶେଷ କରି ୟୁରିଆ ସାରର ଅଭାବ ଯୋଗୁଁ ଚାଷୀ ହତାଶ ହେଉଥିବା ଦେଖା ଦେଇଛି । ସମବାୟ ସମିତିକୁ ଗୋଟିଏ ଲେଖାଁଏ ଗାଡି ସାରା ଆସିଥିବା ବେଳେ ତାହା ସମୁଦ୍ରକୁ ଶଙ୍ଖେ ପାଣି ସଦୃଶ ହୋଇଥିବା ଯୋଗୁଁ ଚାଷୀ ମାନେ ସାର ଡିଲର ମାନଙ୍କ ଉପରେ ନିର୍ଭର କରୁଥିବା ଜଣାପଡିଛି । ଅଗଷ୍ଟ ୧୯ଓ ୨୦ ତାରିଖ ଦୁଇଦିନ ହେଲା ଚାଷୀମାନେ ବୁଗୁଡା ଆସି ହଇରାଣ ହେବା ଯୋଗୁଁ ପ୍ରଶାସନର ହସ୍ତକ୍ଷେପ ଲୋଡିଥିଲେ । ତହସିଲଦାର ସଂଗ୍ରାମ କେଶରୀ ଜେନା ଓ ସହକାରୀ କୃଷି ଅଧିକାରୀ ନିହାର ରଞ୍ଜନ ପୃଷ୍ଟି ବୁଗୁଡ଼ାର ଦୁଇ ଡିଲର ଓ ଷୋହଳ ମାଇଲର ଜଣେ ଡିଲରଙ୍କ ଗୋଦାମରୁ ଷ୍ଟକ ଥିବା ସାରକୁ ଚାଷୀମାନଙ୍କ ମଧ୍ୟରେ ନିର୍ଦ୍ଦିଷ୍ଟ ପରିମାଣ ସାର ପ୍ରଦାନ କରିଥିଲେ । ଦୁଇ ତିନି ଦିନ ମଧ୍ୟରେ ସାର ଆସିଲେ ଦିଆଯିବ ବୋଲି ଚାଷୀଙ୍କୁ ବୁଝାଇ ଥିବା ଜଣାପଡିଛି । ବର୍ତ୍ତମାନ ଚାଷୀଙ୍କୁ ସାର ଆବଶ୍ୟକ ଥିବା ବେଳେ ସାରର ଅଭାବ ଚାଷୀମାନଙ୍କୁ ହତାଶ କରିଥିବା ବେଳେ ତୁରନ୍ତ ସାର ଯୋଗାଇବାକୁ ଦାବୀ ହେଉଛି ।

ରିପୋର୍ଟ ଡ଼. କୁମୁଦ ଚନ୍ଦ୍ର ବେହେରା