ବର୍ଷା ବିତ୍ପାତ : ମ୍ୟୁନିସିପାଲଟିର ବିଭିନ୍ନ ସ୍ଥାନ ଓ ଚାଷ ଜମି ପାଣି ଘେରରେ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଅଗଷ୍ଟ ମାସରେ ବର୍ଷା ଲାଗି ରହିବା, ଓ ଗତ ସପ୍ତାହ ମଧ୍ୟରେ ୨୮୦ ମିମି ବର୍ଷା ହୋଇଥିବାରୁ ମ୍ୟୁନିସିପାଲଟିର ବିଭିନ୍ନ ୱାର୍ଡ ଜଳଘେରାରେ ରହିଥିବାରୁ ଲୋକେ ଜଳବନ୍ଦିରେ ରହିଛନ୍ତି । ସେହିପରି କେତେକ ପଂଚାୟତ ଜଳଘେରରେ ରହିଥିବାରୁ ହଜାର ହଜାର ଏକରା ଚାଷଜମି ପାଣିରେ ବୁଡି ରହିଛି । ଆଜି ଜିଲା ପ୍ରଶାସନ ଜଳେଶ୍ୱରରେ ପହଞ୍ଚି ସମସ୍ୟାର ସମାଧାନ କରିବାରେ ବ୍ୟସ୍ଥ ରହିଛନ୍ତି । ଗତ ଜୁନ ଓ ଜୁଲାଇ ମାସରେ ବର୍ଷା ହଜି ଯାଇଥିବା ବେଳେ ଅଗଷ୍ଟ ମାସରେ ୩୬୭ ମିମି ବର୍ଷା ଅଦ୍ୟାବଧି ହୋଇଛି । କିନ୍ତୁ ଅଗଷ୍ଟ ମସରେ ସର୍ବାଧିକ ୩୪୮ ମିମି ବର୍ଷା ସାଧାରଣଭାବେ ହୋଇଥାଏ । ଗତ ସପ୍ତାହ ମଧ୍ୟରେ ୨୮୦ମିମି ବର୍ଷା ହୋଇଥିବା ବେଳେ ୧୯ ଓ ୨୦ ତାରିଖରେ ୧୭୧ ମିମି ବର୍ଷା ହେବାରୁ ବହୁ ସ୍ଥାନରୁ ବଷ;ର୍ା ନିଷ୍କାସନ ହୋଇନପାରି ପାଣି ଘେରରେ ରହିଛନି ଲୋକେ । ଗତ ବୁଧବାର ଅପରାହ୍ନଠାରୁ ପୌରପାଳିକାର ୱାର୍ଡ ନଂ୧, ୩, ୭, ୮, ୯, ୧୦, ୧୧ ଓ ୧୨ ଅଂଚଳରୁ ପାଣିନିଷ୍କାସନ ହୋଇପାରିନଥିଲା । ବ୍ଲକ କଲୋନୀ, ଆଶ୍ରମ ସ୍କୁଲ, କୋର୍ଟ ପଛପଟ, ସୁରକ୍ଷା ନର୍ସିହୋମ ନିକଟ, ଜଳେଶ୍ୱର ଲେବୁଲ୍‌କ୍ରସିଂ ପୂର୍ବପଟେ ଥିବା ଆଦିବାସିସାହି, ଷ୍ଟେସନ ପୂର୍ବପଟେ ଥିବା ସାହି, କୋର୍ଟ ଓ ପ୍ରାଣି ଚିକିତ୍ସାଳୟ ନିକଟରେ ଥିବା ଅଂଚଳ ବର୍ଷା ପାଣିରେ ବୁଡି ରହିଛି । କାଲି କେତେକ ଘରେ ରଂନ୍ଧବଢା ମଧ୍ୟ ହୋଇପାରିନଥିବା ସୂଚନା ମିଳିଛି । ରତିରେ ବରିସ୍ଥିତି ଜଟିଳ ହେବାରୁ ଜିଲା ପ୍ରଶାସନକୁ ଜଣଇ ଦିଆଯାଇଥିଲା । ଗତ ଗୁଧବାର ଅପରାହ୍ନରେ ଜିଲାପାଳଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ସହରାଞ୍ଚଳରୁ ବର୍ଷାଜଳ ନିଷ୍କାସନ ଲାଗି କେତେକ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଥିଲା । ଆଜି ସକାଳେ ଅତିରିକ୍ତ ପ୍ରକଳ୍ପ ଅଧିକାରୀ ନିଲୁ ମହାପାତ୍ର ଜଳେଶ୍ୱରରେ ପହଞ୍ଚି ବିଭିନ୍ନ ୱାର୍ଡରୁ ବର୍ଷାପାଣି ନିଷ୍କାସନ ଲାଗି ତତ୍ପର ଥିବା ଜଣାଯାଇଛି ।  ଲଘୁଚାପ ଜନିତ ବର୍ଷା ଯୋଗୁଁ ଜଳେଶ୍ୱର ବ୍ଲକ ଅଂଚଳରେ ଥିବା ପ୍ରାୟ୧୧.୫ ହଜାର ହେକ୍ଟର ଖାଲୁଆ ଜମିରେ ପାଣିର ଜଳସ୍ତର ବଢି ଚାଲିଛି । ବିଶେଷ କରି ନେତୁଆ, ସମ୍ପତ୍ତିଆ, ନାମ୍ପୋ, ଖାଲିନା, ବାଇଗଣବାଡିଆ, ବର୍ତ୍ତନା, ଖୁଲୁଡା, ରାୟାଁରାମଚନ୍ଦ୍ରପୁର, ଚମାରଗାଁ, ଶିଖରପୁର, ପଂଚାୟତର ବହୁସ୍ତଥାଏ ଏବେ ବର୍ଷାପାଣିରେ ବୁଡି ରହିଛି । କେତେକ ପରିବାର ଏବେ ଜଳବନ୍ଦି ଅବସ୍ଥାରେ ରହିଛନ୍ତି । ଅଧିକ ବର୍ଷା ହେଲେ କିମ୍ବା ସୁବର୍ଣ୍ଣରେଖା ନଦୀରେ ବନ୍ୟା ଦେଖା ଦେଲେ ପରିସ୍ଥିତି ଜଟିଳ ହେବାର ସମ୍ଭାବନା ଦେଖା ଦେଇଛି ।