ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ କଟୁ ମନ୍ଦବ୍ୟ ପ୍ରତିବାଦରେ ଜଳେଶ୍ୱର ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଏନ୍‌ଡିଏର ରାଷ୍ଟ୍ରପତି ପ୍ରାର୍ଥୀ ତଥା ଓଡିଆ ମାଟିର ଗର୍ବ ଦୌପଦୀ ମୁର୍ମୁଙ୍କ ପ୍ରାର୍ଥତ୍ୱକୁ ନେଇ କଂଗ୍ରେସ ନେତା ଡ. ଅଜୟ କୁମାର ଦେଇଥିବା କଟୁ ମନ୍ତବ୍ୟକୁ ଜଳେଶ୍ୱର ବିଜେପି ପକ୍ଷରୁ ଦୃଢ ପ୍ରତିବାଦ କରାଯାଇଛି । ଜୟନାରାୟଣ ମହାନ୍ତି ନିର୍ଦ୍ଦେଶରେ ତଥା ଦିବ୍ୟକାନ୍ତ ମହାନ୍ତିଙ୍କ ତତ୍ୱାବଧାନରେ ବଡବଜାର ଠାରେ ଅନୁଷ୍ଠିତ ବିକ୍ଷୋଭରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ଡ. ଅଜୟ କୁମାରଙ୍କ କୁଷପୁତ୍ତଳିକା ଦାହ କରିବା ସହିତ ନାରାବାଜି କରିଥିଲେ । ଏହି କାର୍ଯ୍ୟକ୍ରମରେ ରାଇବଣିଆ ମଣ୍ଡଳ ସଭାପତି ମନୋଜ ସାସମଲ, ସ୍ୱପ୍ନେଶ୍ୱର ମଣ୍ଡଳ ସଭାପତି ତପନ ବିଶ୍ୱାଳ, ସୁବର୍ଣ୍ଣରେଖା ମଣ୍ଡଳ ସଭାପତି ପ୍ରଣବ ପଣ୍ଡା, ଅଶୋକ ପରିଡା, ଅଚ୍ୟୁତ ମହାନ୍ତି, ସଂଜିବ ରାଉତ, ଚନ୍ଦନ ଜେନା, ବିଦ୍ୟାଧର ବେହେରା, ଜତିନ୍ଦ୍ର ସେନାପତି, ସତ୍ୟ ବେହେରା, ରବିନ୍ଦ୍ର ଦାସ, ଚନ୍ଦ୍ରକାନ୍ଦ ପରିଡା, ଅଜୟ ଦାସ, ଗୀତାଞ୍ଜଳି ଜେନା, ମାଳତି ଦେ, ସୁମତୀ ଦେ ପ୍ରମୁଖ ଉପସ୍ଥିତ ଥିଲେ ।

ରିପୋର୍ଟ : ଭୂପତି ପରିଡା