ଅବସରକାଳୀନ ସମ୍ବର୍ଦ୍ଧନା ସଭା…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଳକ ଅଧିନ ମେଦିନୀପୁର ଉପ୍ରା ବିଦ୍ୟାଳୟରେ ଏକ ସାମୁହିକ ଅବସରକାଳୀନ ସମ୍ବର୍ଦ୍ଧନାସଭା ଅନୁଷ୍ଠିତ ହୋଇ ଯାଇଛି । କସିଦାସ୍ଥିତ ଭଗବତି ମାତା ଉଚ୍ଚବିଦ୍ୟାଳୟର ମଧୁସୂଦନ ପ୍ରମାଣିକ, ଖୁଲୁଡାର ଝଗେଡଶ୍ୱର ସଂସ୍କୃତ ବିଦ୍ୟାଳୟର ଶଶୀକାନ୍ତ ପ୍ରଧାନ, ସାନକସିଦା ପ୍ରାଇମେରୀର କରୁଣାକର ଚନ୍ଦ, ଖଲୁଡା ନୋଡାଲର ଗୌରୀଶଂକର ଜେନା, ଅନନ୍ତ କୁମାର ବେହେରାଙ୍କୁ ଏହି ବିଦାୟକାଳୀନ ସଭାରେ ସମ୍ବଦ୍ଧିତ କରାଯାଇଥିଲା । ଏଥିରେ ଓଷ୍ଟାର ଜଳେଶ୍ୱର ସଂପାଦକ ତଥା ଖୁଲୁଡା ଶୀତଳା ହାଇସ୍କୁଲର ପ୍ରଧାନ ଶିକ୍ଷକ ଡ. ଅଜିତ୍ କୁମାର ମହାନ୍ତି ସଭା ସଂଚାଳନ କରିଥିବା ବେଳେ କୃଷ୍ଣଚନ୍ଦ୍ର ମାଝୀ, କୁମୁଦ ରଂଜନ ଜେନା ଓ ଲିଲିମା ମାଝୀ ପ୍ରମୁଖ ସଭା ପରିଚାଳନା କରିଥିଲେ । ଅଜୟ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ବିଦ୍ୟାଳୟର ଏସ୍‌ଏମ୍‌ସି ସଦସ୍ୟା ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ ।

ରିପୋର୍ଟ : ଭୂପତି ପରିଡା