ରାଧା ଗୋବିନ୍ଦ ଧାମ ତରଫରୁ ନଗର ପରିକ୍ରମା ଶୋଭାଯାତ୍ରା…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆଜି ରାଧା ଗୋବିନ୍ଦ ଧାମ ତରଫରୁ ଏକ ନଗର ପରିକ୍ରମା ଶୋଭାଯାତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଶୋଭାଯାତ୍ର ଟି ପାଣିଟାଙ୍କି ନିକଟସ୍ଥ ବଡଖେମୁଣ୍ଡି ବଙ୍ଗଳା ରାଧାଗୋବିନ୍ଦ ଧାମ ଠାରୁ ଆରମ୍ଭ ହୋଇ ନଗର ପରିକ୍ରମା କରିଥିଲେ । ଏଥିରେ ଶହ ଶହ ଶ୍ରଦ୍ଧାଳୁ ଓ ଭକ୍ତ ଯୋଗ ଦେଇଥିଲେ । ଏହି ଶୋଭାଯାତ୍ରର ମୁଖ୍ୟ ଆଭିମୁଖ୍ୟ ହେଲା ଶିକ୍ଷା, ସ୍ୱାସ୍ଥ୍ୟ ଓ ଭଗବତ ଭକ୍ତିର ପ୍ରଚାର ଓ ପ୍ରସାର କରିବା । ଜଗଦଗୁରୁ ଶ୍ରୀ କୃପାଳୁଜୀ ମହାରାଜଙ୍କ ଦ୍ଵାରା ସ୍ଥାପିତ ଓ ତାଙ୍କର ବରିଷ୍ଠ ପ୍ରଚାରକ ସ୍ୱାମୀ ଶ୍ରୀ ମୁକୁନ୍ଦାନନ୍ଦଜୀଙ୍କ ଦ୍ଵାରା ପରିଚାଳିତ ଏହି ରାଧା ଗୋବିନ୍ଦ ଧାମ ସତସଙ୍ଗ କେନ୍ଦ୍ରରେ ବର୍ଷତମାମ ବିଭିନ୍ନ ଧାର୍ମିକ ଓ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ହୋଇଥାଏ । ସ୍ୱାମୀ ମୁକୁନ୍ଦାନନ୍ଦ ଜୀଙ୍କ ପ୍ରେରଣା ଓ ଦିଗଦର୍ଶନରେ କଟକ ଠାରେ ଏକ ବିଶ୍ୱ ସ୍ତରୀୟ ବିଶ୍ୱ ବିଦ୍ୟାଳୟ ସ୍ଥାପନ କରାଯାଇ ସମାଜର ପଛୁଆ ଓ ଗରିବ ବାସୀଙ୍କୁ ଉତ୍ତମ ଶିକ୍ଷା ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି ।ସେହିପରି ଗ୍ରାମବାସୀଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ଏକ ଉତ୍କୃଷ୍ଟ ହସ୍ପିଟାଲର ବ୍ୟବସ୍ଥା ମଧ୍ୟ କରାଯାଇଥିବା କୁହାଯାଇଛି । ଉତ୍ତମ ଚରିତ୍ର ଗଠନ ନିମନ୍ତେ ପ୍ରତ୍ୟେକ ରବିବାର ପ୍ରାନ୍ତଃ ସମୟରେ ବ୍ରହ୍ମପୁର ସତସଙ୍ଗ କେନ୍ଦ୍ରରେ ବାଳ ମୁକୁନ୍ଦ କାର୍ଯ୍ୟକ୍ରମ ହୋଇଥାଏ । ସେହିପରି ଯୁବକ ଓ ଯୁବତୀଙ୍କ ମନରେ ଏକାଗ୍ରତା ଓ ସ୍ଥିରତା ଆଣିବା ପାଇଁ ଏକ ୟୁଥ୍ କ୍ଲବ ମଧ୍ୟ ସ୍ଥାପନ କରାଯାଇଛି । ସମାଜର କଲ୍ୟାଣ ପାଇଁ ସହରବାସୀ ଏଭଳି କାର୍ଯ୍ୟକ୍ରମରେ ସାମିଲ ହେବାକୁ ଏଠାରେ କୁହାଯାଇଥିଲା । ଏହି କାର୍ଯ୍ୟକ୍ରମରେ ରାଧା ଗୋବିନ୍ଦ ଧାମ ସଦସ୍ୟଙ୍କ ସମେତ ବହୁ ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା