ଗୋପାଳପୁର ମହୋତ୍ସବ ପୂର୍ବରୁ ବେଳାଭୂମି ସଫେଇକଲେ ଦି ଇକୋ ୱାରିୟର…

ଗୋପାଳପୁର (ସମୃଦ୍ଧ ଓଡିଶା) ଗଞ୍ଜାମର ସ୍ୱେଚ୍ଛାସେବୀ ଅନୁଷ୍ଠାନ “ଦି ଇକୋ ୱାରିୟର ଦଶମ ପର୍ଯ୍ୟାୟରେ ଅବସରରେ ଗୋପାଳପୁର ବେଳାଭୂମି ମହୋତ୍ସବ ହେବକୁ ଏକ ସପ୍ତାହ ଥିବା ବେଳେ ଆଜି ବେଳାଭୂମି ସଫେଇ କରାଯାଇଛି । ଏହି ସସଫେଇ କାର୍ଯ୍ୟକ୍ରମରେ ବ୍ରହ୍ମପୁର ବନ ବିଭାଗ ରେଞ୍ଜର ରଜତ କୁମାର ମିଶ୍ର ଅନ୍ତର୍ଜାତୀୟ ଦୁଃସାହସିକ ନୌଚାଳନା କ୍ରୀଡ଼ାବିତ ମନସ୍ୱନୀ ମହାରଣା, ଜାତୀୟ ସ୍ତରର ମୁଷ୍ଟିମେୟ ଯୋଧ୍ୟା ସୁଜାତା ବିଶୋଇ, ବିଶିଷ୍ଟ ହାସ୍ୟା ଅଭିନେତା ତଥା ସଙ୍ଗୀତଜ୍ଞ ପ୍ରୀତିରଞ୍ଜନ ପ୍ରଧାନ, କୋଭିଡ଼ି ଯୋଧ୍ୟା ସରସ୍ୱତୀ ମହାଙ୍କୁଡ଼ ଓ ଗଞ୍ଜାମ ମହାବିଦ୍ୟାଳୟର ଅଧ୍ୟାପକ ଗିରିଷ କୁମାର ଆଚାର୍ଯ୍ୟ ଓ ସ୍ନେକହେଲପ ଲାଇନର ସଦସ୍ୟ ସ୍ୱାଧୀନ କମାର ସାହୁ ଯୋଗଦେଇ ଉତ୍ସହିତ କରି ସାମିଲ ହୋଇଥିଲେ । ସଂଗଠନ ପକ୍ଷରୁ ଗଞ୍ଜାମ ପ୍ରାୟଗି ସ୍ଥିତ ଅଳେଶ୍ୱର ବେଳାଭୂମି ଠାରୁ ସୋନପୁର ପର୍ଯ୍ୟନ୍ତ ଦୀର୍ଘ ୭୫ କିଲୋମିଟର ପରିବ୍ୟସ୍ତ ବେଳାଭୂମିକୁ ପ୍ଲାଷ୍ଟିକ ମୁକ୍ତ ଏକ ଅଭିଯାନ ହାତକୁ ନିଆଯାଇଛି ଅକ୍ଟୋବର ଦୁଇ ତାରିଖ ଗାନ୍ଧୀ ଜୟନ୍ତୀ ଠାରୁ। ଏହି ଅବସରରେ ସଂଗଠନ ପକ୍ଷରୁ ପ୍ରତି ରବିବାର ଦିନ ସଦସ୍ୟମାନେ ବିଭିନ୍ନ ବେଳାଭୂମୀ ସଫେଇ ଜାରି ରଖିଛନ୍ତି । ଏହି ପରିପ୍ରେକ୍ଷୀରେ ଗଞ୍ଜାମ ବ୍ଲକ, ଛତ୍ରପୁର ବ୍ଲକ, ରଙ୍ଗେଇଲୁଣ୍ଡା ବ୍ଲକ, ଚିକିଟି ବ୍ଳକ, ଗଞ୍ଜାମ ଓ ଗୋପାଳପୁର ଏନଏସିରେ ବର୍ତ୍ତମାନ ସୁଦ୍ଧା ୧୦ଟି ପର୍ଯ୍ୟାୟରେ ବେଳାଭୂମିରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ସେହିପରି ପ୍ରଥମ ଦିନରେ ସଂଗଠନ ପକ୍ଷରୁ ଅଳେଶ୍ୱର ବେଳାଭୂମୀ ପରେ ପର୍ଯ୍ୟାୟକ୍ରମେ ବଟେଶ୍ୱର, ଗୋଖରକୁଦା, ନୁଆଗାଁ, ଆର୍ଯ୍ୟପଲ୍ଲୀ, ହରିପୁର, ଧବଳେଶ୍ୱର ମାର୍କଣ୍ଡି, ନାରାୟଣପାଟଣା ବେଳାଭୂମୀକୁ ସଫେଇ କରାଯାଇଥିବା ବେଳେ ଆଜି ଗୋପାଳପୁର ମୋହଉତ୍ସବ ହେବା ପୂର୍ବରୁ ଗୋପାଳପୁର ସମୁଦ୍ର ବେଳାଭୂମିରେ ପ୍ଲାଷ୍ଟିକ ବାହାର କରାଯିବ ସହ ବେଳାଭୂମି ସଫେଇ କରାଯାଇଛି । କାର୍ଯ୍ୟକ୍ରମର ସଂଯୋଜକ ଦୁର୍ଗା ମାଧବ ପାଣିଗ୍ରାହୀଙ୍କ ସଂଯୋଜନାରେ ଏହି ବେଳାଭୂମୀ ସଫେଇର କାର୍ଯ୍ୟକ୍ରମରେ ସଦସ୍ୟ ପ୍ରଭାତ ବିଶ୍ବାଳ, ଗୁରୁନାଥ ରେଡ୍ଡୀ, ଅଖିଳ ତରାଇ, ସିମାଞ୍ଚଳ ଦାସ, ପ୍ରଣବ ପ୍ରଧାନ, ସନ୍ତୋଷ ତରାଇ, ପ୍ରକାଶ ରେଡ୍ଡୀ, ଟୁକୁନା ରେଡ୍ଡୀ, ତ୍ରିଶକ୍ତି ରେଡ୍ଡୀ, ଦୁର୍ଯୋଧନ ରେଡ୍ଡୀ, ଅକ୍ଷୟ ପଲାଇ, ଦିପୁ ଦଳାଇ, ପ୍ରଭାତ ସାହୁ, ମୁନା ରେଡ୍ଡୀ, ତ୍ରିପତି ସାହୁ, କିରତ ରେଡ୍ଡୀ, କରୁଣାକର ରେଡ୍ଡୀ, ରାକେଶ ବାରିକ, ଗୁଲାବ ସିଂହ, ପ୍ରଶାନ୍ତ ସାହୁ, ଅଭିରାମ ରେଡ୍ଡୀ ପ୍ରମୁଖ ସାମିଲ ହୋଇଥିଲେ । ଆଜିର ସଫେଇ କାର୍ଯ୍ୟକ୍ରମରେ ବେଳାଭୂମିରୁ ୨୫୦ କେଜି ପ୍ଲାଷ୍ଟିକ ଆବର୍ଜନା ବାହାର କରାଯାଇଥିଲା । ଏହି ଅଭିଯାନ ସରିବା ପାଇଁ ଆଉ ଗୋଟିଏ ପର୍ଯ୍ୟାୟ ସୋନପୁର ବେଳାଭୂମି ଥିବା ଜଣାପଡିଛି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା