ରାଜ୍ୟ ସ୍ତରୀୟ ୧୯ବର୍ଷରୁ କମ୍ ବୟସର ପିଲାଙ୍କ ୩ ଦିନିଆ ବେଡମିଣ୍ଟନ ପ୍ରତିଯୋଗିତା ଉଦଘାଟନ କଲେ ଜିଲ୍ଲାପାଳ

ହିଞ୍ଜିଳିକାଟୁ(ସମୃଦ୍ଧ ଓଡିଶା) ଆଜି ହିଞ୍ଜିଳିକାଟୁ ପୌର ପରିଷଦର ଇଣ୍ଡୋର୍ ଷ୍ଟାଡିୟମ୍ ପରିସରରେ ହିଞ୍ଜିଳିକାଟୁ ପୌର ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ଜୁବୁଲି ଚରଣ ବେହେରାଙ୍କ ପୌରହିତ୍ୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ୧୯ବର୍ଷରୁ କମ୍ ବୟସର ବାଳକ ବାଳିକାମାନଙ୍କୁ ନେଇ ରାଜ୍ୟ ସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି I ଏଥିରେ ମୂଖ୍ୟ ଅତିଥି ଭାବେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡ଼ା ଯୋଗ ଦେଇ ପ୍ରଦ୍ୱିପ ପ୍ରଜ୍ଵଳନ କରି ଫିତା କାଟି କୋର୍ଟ ଉଦଘାଟନ କରିଥିଲେ l ଜିଲ୍ଲାପାଳ ତାଙ୍କ ଅଭିଭାଷଣରେ ସମସ୍ତ୍ ଖେଳାଳିଙ୍କୁ ସମ୍ବର୍ଦ୍ଧନା ଜଣାଇବା ସହ ଖେଳ ପ୍ରତି ଉତ୍ସାହିତ କରିଥିଲେ ଏବଂ ସମସ୍ତ ଖେଳାଳି କିପରି ଭାବେ ଭଲ ଖେଳ ପ୍ରଦର୍ଶନ କରି ଆଗକୁ ବଢିବେ ଓ କୃତକାର୍ଯ୍ୟ ହେବେ ସେଥିପ୍ରତି ଧ୍ୟାନ ଦେବାକୁ ପିଲାଙ୍କୁ ପରାମର୍ଶ ଦେଇଥିଲେ l ଖେଳର ସଂଯୋଜକ ଆୟୋଜକ ସଙ୍ଗଠକ ସମସ୍ତଙ୍କୁ ଶେଷରେ ଧନ୍ୟବାଦ ଜଣାଇଲେ I ଖେଳ ଆରମ୍ଭରେ ସାଂସ୍କୃତିକ କର୍ଯ୍ୟକ୍ରମ ହୋଇଥିଲାI ଏହାପରେ ଖେଳ ଆରମ୍ଭ ହୋଇଥଲା l ଏହି ଖେଳ ତିନିଦିନ ଧରି ଚାଲିବ ଆସନ୍ତା ୩୦ତାରିଖ ରବିବାର ଦିନ ଉଦଯାପିତ ହେବ l ଏଥିରେ ବିଭିନ୍ନ ଜିଲ୍ଲାରୁ ୧୩୦ଜଣ ବାଳକ ଓ ବାଳିକା ଭାଗ ନେଇଥିବା ବେଳେ ସ୍ଥାନୀୟ ପ୍ରଶାସନୀକ ଅଧିକାରୀମାନେ ଓ ପୌର ପରିଷଦର କର୍ମଚାରୀମାନଙ୍କ ସମେତ ପୌର ପରିଷଦର ଅଧ୍ୟକ୍ଷ ସୁବାସ ପଲେଇ, ଅଧ୍ୟକ୍ଷା ସୁଚିତ୍ରା ପଣ୍ଡା, ଜିଲ୍ଲା ପରିଷଦ ସଭ୍ୟl ପ୍ରୀତି ସାହୁ , ୱାର୍ଡ଼ ମେମ୍ବର ବିଳାସ ମହାନ୍ତି, ଗ୍ରୀଟ ଅଧ୍ୟକ୍ଷ ପବିତ୍ର ପାଣିଗ୍ରାହୀ, ମୋ ପରିବାରର ରାଜ୍ୟ ସଂପାଦକ ନୀଳମଣି ପଟ୍ଟନାୟକ, ବିଜେଡ଼ି ରାଜ୍ୟ ସଂପାଦକ ଶିବରାମ ଗୌଡ଼, ଜିଲ୍ଲା ସଂପାଦକ ଅଜୟ କୁମାର ମହାରଣା, ନଗର ଯୁବ ବିଜେଡ଼ି ସଭାପତି ସଞ୍ଜୟ ପଣ୍ଡା, ଶେରଗଡ଼ ବ୍ଲକ୍ ର ବିଜେଡ଼ି ସଭାପତି ସନ୍ତୋଷ କୁମାର ପଟ୍ଟନାୟକ (ପିଣ୍ଟୁ ପଟ୍ଟନାୟକ) ହିନ ବେହେରା ଏଵଂ ସମସ୍ତ ୱାର୍ଡ ମେମ୍ବର ସହିତ ବିଜେଡ଼ିର କର୍ମୀ ମାନେ ଉପସ୍ଥିତ ଥିଲେ l ଆଜି ପ୍ରଥମ ଦିନରେ ୨୮ଗୋଟି ଟିମ୍ ଖେଳିଥିଲେ ସେଥି ମଧ୍ୟରୁ ୭ଜଣ ଜିତିଛନ୍ତି l
ରିପୋର୍ଟ୍ ରଜତ ପଟ୍ଟନାୟକ