ରାଜ୍ୟ ସ୍ତରୀୟ ସି.ଏଚ.ଏସ.ଇ ଶ୍ଳୋକ ପ୍ରତିଯୋଗିତାରେ ଦ୍ୱିତୀୟ ହେଲେ ସମ୍ଭବ ତ୍ରିପାଠୀ…

ଦିଗପହଣ୍ଡି (ସମୃଦ୍ଧ ଓଡିଶା) ରାଜଧାନୀ ଭୂବନେଶ୍ୱରରେ ସି.ଏଚ.ଏସ.ଇ (କାଉନସିଲ୍ ଅଫ୍ ହାୟର୍ ସେକଣ୍ଡରୀ ଏଜୁକେସନ୍‌) ପକ୍ଷରୁ ଅନୁଷ୍ଠିତ ହୋଇଥିବା ରାଜ୍ୟ ସ୍ତରୀୟ ଶ୍ଳୋକ ପ୍ରତିଯୋଗିତାରେ ସାନଖେମୁଣ୍ଡି ବ୍ଳକ ଅଧିନସ୍ଥ ପୋଡାମାରୀ ବିଜ୍ଞାନ ମହାବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଯୁକ୍ତ ୨ କଳା ବିଭାଗ ପ୍ରଥମ ବର୍ଷର ଛାତ୍ର ସମ୍ଭବ କୁମାର ତ୍ରିପାଠୀ ଦ୍ୱିତୀୟ ସ୍ଥାନ ଅର୍ଜନ କରିଛନ୍ତି । ଗତ ଦୁଇ ଦିନ ଧରି ଚାଲିଥିବା ଏହି କାର୍ଯ୍ୟକ୍ରମରେ ରାଜ୍ୟର ପ୍ରାୟ ୪୦୦ଟି ମହାବିଦ୍ୟାଳୟର ପ୍ରାୟ ୧୦୦୦ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ଅନ୍ତିମ ପର୍ଯ୍ୟାୟରେ ଅନୁଷ୍ଠିତ ଶ୍ଳୋକ ପ୍ରତିଯୋଗିତାରେ ସମ୍ଭବ ମଞ୍ଚ ଉପରେ ବେଦ ପାଠ ଶ୍ଳୋକ ପାଠ ଏବଂ ଗାନ କରି ଦ୍ୱିତୀୟ ଭାବେ ଉପସ୍ଥିତ ଜଜ୍ ମାନଙ୍କ ଦ୍ୱାରା ମନୋନୀତ ହୋଇଥିଲେ । ପରେ ଅନୁଷ୍ଠିତ ପୁରଷ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଯୋଗଦେଇଥିବା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ବିଭାଗର ଅଧକ୍ଷ ଆଇଏଏସ୍ ଅମରେନ୍ଦ୍ର ନାୟକଙ୍କ ଠାରୁ ପୁରଷ୍କାର ଏବଂ ମାନପତ୍ର ଗ୍ରହଣ କରିଥିଲେ । ସମ୍ଭବ ପୁଡାମାରୀ ବିଜ୍ଞାନ ମହାବିଦ୍ୟାଳୟରେ ପାଠ ପଢିବା ସହିତ ବ୍ରହ୍ମପୁର ବେଦ ପାଠଶାଳାର ମଧ୍ୟ ବେଦ ଛାତ୍ର ଅଟନ୍ତି । ସେ ଜଣେ ବୈଦିକ ବ୍ରାହ୍ମଣ କର୍ମ କାଣ୍ଡି ପଣ୍ଡିତ ହୋଇଥିବା ବେଳେ ଜ୍ୟୋତିଷ ଶାସ୍ତ୍ରରେ ନିପୁଣ ଅଟନ୍ତି । ସମ୍ଭବଙ୍କ ଏଭଳି କୃତିତ୍ୱ ଅର୍ଜନ ପରେ ପୁଡାମାରୀ ବିଜ୍ଞାନ ମହାବିଦ୍ୟାଳୟର ଅଧକ୍ଷ ଇ.ପ୍ରଦୀପ କୁମାର ପାତ୍ରଙ୍କ ସମେତ ସମସ୍ତ ଅଧ୍ୟାପକ ଅଧ୍ୟାପିକା, ଛାତ୍ର ନେତା, ଯୁବ ଛାତ୍ର ନେତା ଆଦି ଶୁଭେଚ୍ଛା ଓ କୃତଜ୍ଞତା ଜଣାଇଛନ୍ତି । ପୁଡାମାରୀ ବିଜ୍ଞାନ ମହାବିଦ୍ୟାଳୟର ଇଂରାଜୀ ଅଧ୍ୟାପକ ଦୂର୍ଯୋଧନ ଜେନାଙ୍କ ନେତୃତ୍ୱରେ ସମ୍ଭବଙ୍କ ସମେତ ୬ ଜଣ ଛାତ୍ରଛାତ୍ରୀ ଅନୁଷ୍ଠିତ ୧୯ ଗୋଟି ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବା ବେଳେ ସମ୍ଭବ କଲେଜ ପାଇଁ ଗର୍ବ ଗୌରବ ଆଣିଦେଇଥିବା ଚର୍ଚ୍ଚା ହେଉଛି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା