ଗଞ୍ଜାମ ବ୍ଲକରେ ଜାତୀୟ କନ୍ୟା ଦିବସ ପାଳନ…

ଗଞ୍ଜାମ (ସମୃଦ୍ଧ ଓଡିଶା) ଗଞ୍ଜାମ ବ୍ଲକ ସଭା କକ୍ଷ ଠାରେ ସମନ୍ନିତ ଶିଶୁ ବିକାଶ ବିଭାଗ ତରଫରୁ ଜାତୀୟ କନ୍ୟା ଦିବସ ପାଳିତ ହୋଇଯାଇଛି । ସିଡିପିଓ ସଲିଳା ପ୍ରଧାନଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ରୂପେ ଗଞ୍ଜାମ ବିଡ଼ିଓ ଜ୍ୟୋତି ଶଙ୍କର ରାୟ ଯୋଗ ଦେଇଥିଲେ । ଗଞ୍ଜାମ ଜିଲ୍ଲାରେ ଝିଅ ସଂଖ୍ୟାରେ ଅନୁପାତିକ ବୃଦ୍ଧି ପାଇଛି । ପୁଅମାନଙ୍କୁ ଯେତିକି ଗୁରୁତ୍ୱ ଦେଉଛ ଝିଅ ମାନଙ୍କୁ ବି ସେତିକି ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି । ଝିଅମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ମୁଖ୍ୟମନ୍ତ୍ରୀ କନ୍ୟା ରତ୍ନ ଯୋଜନା ପ୍ରଚଳନ କରିଥିବା କହିଥିଲେ । ସମ୍ମାନୀତ ଅତିଥି ରୂପେ ଗଞ୍ଜାମ ମେଡିକାଲ ଅଫିସର ଡାକ୍ତର ପ୍ରିୟଦର୍ଶନୀ ରାଉତରାୟ ଯୋଗ ଦେଇ ଦିନ ଥିଲା ଝିଅ ମାନେ ରୋଷେଇ ସାଳରେ ସୀମିତ ଥିବା ବେଳେ ଆଜିର ଦିନରେ ଝିଅମାନେ ଚନ୍ଦ୍ର ପୃଷ୍ଟକୁ ଯାଇ ଗବେଷଣା କଲେଣି । ପୁଅ ଓ ଝିଅ ମଧ୍ୟରେ ତଫାତ ନରଖି ଝିଅମାନଙ୍କୁ ସମସ୍ତ ପ୍ରକାର ସହଯୋଗ ଓ ସୁଯୋଗ ଦେବାକୁ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସୁପ୍ରଭାଇଜର ରାଜେଶ୍ୱରି ବେହେରା, କଳାବତୀ ବେହେରା, ଭାରତୀ ବ୍ରହ୍ମା, ସୁମିତା ଦାସ, ମିଶନ ଶକ୍ତିର ବିପିସି ଚନ୍ଦନ କୁମାର ପାଢ଼ୀ, ମୁଖ୍ୟ କିରାଣୀ ଦେବୀ ପ୍ରସାଦ ଦାସ ପ୍ରମୁଖ ନିଜର ବକ୍ତବ୍ୟ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ଅଙ୍ଗନା ବାଡ଼ି କର୍ମୀ, ଆଶା କର୍ମୀ, ମହିଳା ସଂଘ ଉପସ୍ଥିତ ଥିଲେ ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ଚରଣ ପଣ୍ଡା