ରାଜ୍ୟ ଶିଶୁ ସୁରକ୍ଷା ଆୟୋଗଙ୍କ ସାମ୍ବାଦିକ ସମ୍ମିଳନୀ…

ପାରଳାଖେମୁଣ୍ଡି(ସମୃଦ୍ଧ ଓଡିଶା)ଗଜପତି ଜିଲ୍ଲାରେ ରାଜ୍ୟ ଶିଶୁ ସୁରକ୍ଷା ଆୟୋଗଙ୍କ ପରୀକ୍ଷା ପର୍ବ ସଚେତନତା କାର୍ଯ୍ୟକ୍ରମ ଉପରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଅନ୍ୟାନ୍ୟ ଦେଶ ତୁଳନାରେ ଭାରତରେ ପରୀକ୍ଷାର ଚାପ ଓ ବିଫଳତା କାରଣରୁ ଅନେକ ଶିଶୁ ଆତ୍ମହତ୍ୟା କରୁଥିବା ଆକଳନ ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ ହୋଇଛି ବୋଲି ଉଦବେଗ ପ୍ରକାଶ କରାଯାଇଛି । ଚାପ ମୁକ୍ତ ହୋଇ ପରୀକ୍ଷା ଦେବାକୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ମାନସିକତା ସୃଷ୍ଟି କରିବା ପାଇଁ ଜାତୀୟ ଏବଂ ରାଜ୍ୟ ଶିଶୁ ସୁରକ୍ଷା ଆୟୋଗଙ୍କ ପକ୍ଷରୁ ମିଳିତ ଉଦ୍ୟମରେ ପରୀକ୍ଷା ପର୍ବ ସଚେତନତା ଆରମ୍ଭ କରାଯାଇଛି । ଏସଂକ୍ରାନ୍ତରେ ଜିଲ୍ଲାପାଳ ଅନୁପମ ସାହାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଶିଶୁ ସୁରକ୍ଷା ଆୟୋଗର ଅଧ୍ୟକ୍ଷା ସନ୍ଧ୍ୟା ବତୀ ପ୍ରଧାନ ଯୋଗ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରୀକ୍ଷା ପୂର୍ବରୁ ଛାତ୍ରଛାତ୍ରୀଙ୍କ ପାଇଁ ଦେଇଥିବା ୨୫ମନ୍ତ୍ରକୁ ଆଧାର କରି ପରୀକ୍ଷା ଏକ ପର୍ବ ଭାବେ ଗ୍ରହଣ କରିବାକୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ମାନସିକତା ସୃଷ୍ଟି କରିବା ପାଇଁ ପ୍ରୟାସ କରାଯାଉଛି। ଏଥିପାଇଁ ଶିକ୍ଷା ବିଭାଗ ଓ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଦ୍ବାରା ଶିକ୍ଷକ ଓ ଅବିଭାବକମାନଙ୍କୁ ସଚେତନ କରାଯିବ। ଘରୋଇ ବିଦ୍ୟାଳୟ ଗୁଡ଼ିକରେ ଏହାର ବ୍ୟତିକ୍ରମର ଅଭିଯୋଗ ଆସିଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି।