ଖଲିକୋଟ ସ୍ଵୟଂଶାସିତ କଲେଜର ବିଭିନ୍ନ ସମସ୍ୟା ନେଇ ମନ୍ତ୍ରୀଙ୍କ ସହ ଛାତ୍ରନେତାଙ୍କ ଆଲୋଚନା…

ବ୍ରହ୍ମପୁର(ସମୃଦ୍ଧ ଓଡିଶା)ଖଲିକୋଟ ସ୍ବୟଂଶାସିତ କଲେଜର ବିଭିନ୍ନ ସମସ୍ୟା ନେଇ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁଙ୍କ ସହ ଛାତ୍ରନେତାମାନଙ୍କ ଆଲୋଚନା ଅନୁଷ୍ଠିତ ହୋଇଯାଇଛି । ଗତକାଲି ଉଚ୍ଚଶିକ୍ଷା ମନ୍ତ୍ରୀ ଡ଼ଃ ଅରୁଣ କୁମାର ସାହୁ ଅଚାନକ ଗସ୍ତ କରିବା ଅବସରରେ ଛାତ୍ରନେତା କେ ସାଇ କୁମାରଙ୍କ ସମେତ ସ୍ଥାନୀୟ ବିଧାୟକ ବିକ୍ରମ କୁମାର ପଣ୍ଡା, ପୂର୍ବତନ ବିଧାୟକ ଡ଼ା.ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ,ବିଜେଡି ନେତା ଟି ଗୋପୀ ଓ ଅନ୍ୟାନ୍ୟ ଛାତ୍ର ପ୍ରତିନିଧି ମାନେ ଖଲିକୋଟ କଲେଜର ବିଭିନ୍ନ ସମସ୍ୟା ନେଇ ଆଲୋଚନା କରିଥିଲେ । କଲେଜ ଅଧକ୍ଷ୍ୟା ପ୍ରାଧ୍ୟାପିକା ଭାରତୀ ଜେନାଙ୍କ ଉପସ୍ଥିତିରେ ଅଧ୍ୟକ୍ଷ୍ୟାଙ୍କ ପ୍ରକୋଷ୍ଠରେ ଛାତ୍ରମାନେ ଏଗାରଟି ଦାବିନେଇ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ମୁଖ୍ୟତଃ କଲେଜରେ ବିଭିନ୍ନ ବିଭାଗର ଅଧ୍ୟାପକ ପଦବୀ ବହୁ ଦିନ ହେଲା ଖାଲି ପଡ଼ିଥିବାରୁ ପାଠ ପଢ଼ାରେ ଘୋର ଅବହେଳା ହେଉଥିବା ଛାତ୍ରନେତା ମାନେ ମନ୍ତ୍ରୀଙ୍କୁ ଜଣାଇଥିଲେ । କଲେଜରେ ସ୍ପୋର୍ଟସ ସାମଗ୍ରୀ ଯୋଗାଇ ଦିଆଯାଉ ନ ଥିବାର ଛାତ୍ର ନେତାମାନେ ଘୋର ଉଗାବେଗ ପ୍ରକାଶ କରିବା ସହ ତୁରନ୍ତ ସ୍ପୋର୍ଟସ ସାମଗ୍ରୀ ଯୋଗାଇବା ପାଇଁ ମନ୍ତ୍ରୀଙ୍କୁ ଦାବୀ ଜଣାଇଥିଲେ । ଏଭଳି ଏନେକ ଦାବୀ କୁ ମନ୍ତ୍ରୀ ଶୁଣି ଥିଲେ କିନ୍ତୁ କେବେ ପୂରଣ ହେବ ପ୍ରତିଶୃତି ଦେଇ ନ ଥିବା କ୍ଷୋଭର ବିଷୟ ବୋଲି ବୁଦ୍ଧିଜୀବୀ ମହଲ କହିଛନ୍ତି ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା