ରାଜ୍ୟ ଛାତ୍ର ବିଜେଡି ସଭାପତିଙ୍କ ସୁପାରିସ କ୍ରମେ ଜଳେଶ୍ଵର ଛାତ୍ର ବିଜେଡି କମିଟି ଗଠନ : କାଳି ଚରଣ ଦାସ ସଭାପତି…

ଜଳେଶ୍ଵର (ସମୃଦ୍ଧ ଓଡିଶା) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଧେଶ କ୍ରମେ ରାଜ୍ୟ ଛାତ୍ର ସଭାପତି ଦେବୀରଞ୍ଜନ ତ୍ରିପାଠୀ, ବାଲେଶ୍ୱର ଜିଲ୍ଲା ସଭାପତି ତଥା ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା ଓ ଜଳେଶ୍ୱର ବିଧାୟକ ଅଶ୍ୱିନୀ କୁମାର ପାତ୍ରଙ୍କ ସମ୍ମତି କ୍ରମେ ବାଲେଶ୍ୱର ଜିଲ୍ଲା ବିଜୁ ଛାତ୍ର ଜନତା ଦଳର ସଭାପତି ସୀମନ ଦାସ ମହାପାତ୍ର ଜଳେଶ୍ଵର ବିଜୁ ଛାତ୍ର ଜନତା ଦଳର ବ୍ଲକ କମିଟିକୁ ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି । ଛାତ୍ର ସମାଜ ହେଉଛି ଦେଶର ଭବିଷ୍ୟତ, ତେଣୁ ସେମାନଙ୍କୁ ମୁଖ୍ୟ ସୃତରେ ସାମିଲ କରିବା ମୂଳ ଲକ୍ଷ ବୋଲି ଜିଲ୍ଲା ଛାତ୍ର ବିଜେଡ଼ି ସଭାପତି ଶ୍ରୀ ଦାସ ମହାପାତ୍ର କହିଛନ୍ତି । ଜଳେଶ୍ଵର ଛାତ୍ର ବିଜେଡି ସଭାପତି ଭାବେ କାଳିଚରଣ ଦାସଙ୍କୁ ମନୋନୀତ କରାଯାଇଛି । ସେହିଭଳି ୫ ଜଣ ଉପସଭାପତି ହେଲେ, ଶୁଭାଶିଷ ମାନସ ରଞ୍ଜନ ରାଉଳ, ଗୌତମ ମାଝୀ, ପରମାନନ୍ଦ ଗିରି, ଅନୁପ କୁମାର ମାନିକ ଓ ରବୀନ୍ଦ୍ର ସେଠି, ସାଧାରଣ ସମ୍ପାଦକ ଭାବେ ୧୦ ହେଲେ, ଅଜିତ ରାଜ, ଦିବାକର ମହାନ୍ତି, ପ୍ରଶାନ୍ତ ବେହେରା, ପ୍ରଶାନ୍ତ କୁମାର ରାଜ, ସୌମ୍ୟରଞ୍ଜନ ପ୍ରଧାନ, ବଜ୍ରଜ୍ୟୋତି ମହାପାତ୍ର, ତରୁଣ କୁମାର ନାଥ, ସତ୍ୟସ୍ୱରୁପ ଗିରି, ରବି ନାରାୟଣ ପତି ଓ ସୁବ୍ରତ ବେହେରା ହୋଇଥିବା ବେଳେ ସମ୍ପାଦକ ଭାବେ ଭୀମ ବେହେରା, ସ୍ୱରୂପ କୁମାର ଭୂୟାଁ, ମାନସ ଗିରି, ଜନ୍ମେଜୟ ଘୋଷ, ରାହୁଲ ଜେନା, ଅଂଶୁମାନ ଜେନା, ଲକ୍ଷ୍ମୀନାରାୟଣ ଦାସ, ମୃତ୍ୟୁଞ୍ଜୟ ବେହେରା, ଚନ୍ଦନ ସରେନ୍, ସୁବ୍ରତ ବେହେରା ଏବଂ ସୋସିଆଲ ମିଡ଼ିଆ ସଂଯୋଜକ ଭାବେ ସତ୍ୟରଞ୍ଜନ ଦାସ ପ୍ରମୁଖଙ୍କୁ ଜଳେଶ୍ଵର ଛାତ୍ର ବିଜେଡି କର୍ମକର୍ତ୍ତା ଭାବେ ମନୋନୀତ କରାଯାଇଛି । ଏଥିପାଇଁ ସେମାନେ ମାନ୍ୟବର ମୁଖ୍ୟମନ୍ତ୍ରୀ, ଜିଲ୍ଲା ସଭାପତି ତଥା ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା, ଜଳେଶ୍ଵର ବିଧାୟକ ଅଶ୍ୱିନୀ କୁମାର ପାତ୍ର, ରାଜ୍ୟ ଛାତ୍ର ବିଜେଡି ସଭାପତି ଦେବୀରଞ୍ଜନ ତ୍ରିପାଠୀ ଓ ଜିଲ୍ଲା ତଥା ବ୍ଲକ୍ ବିଜେଡି କର୍ମକର୍ତ୍ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଜଳେଶ୍ଵର ଛାତ୍ର ବିଜୁ ଜନତା ଦଳ ସଭାପତି କାଳି ଚରଣ ଦାସ ଆଗାମୀ ଦିନରେ ଦଳକୁ  କ୍ରିୟାଶୀଳ କରି ସୁଦୃଢ଼ କରିବେ ବୋଲି କହିଛନ୍ତି ।