ଇକୋକ୍ଲବ(ଜାତୀୟ ସବୁଜ ବାହିନୀ) ଜଳେଶ୍ୱର ତରଫରୁ ବନ ମହୋତ୍ସବ ସପ୍ତାହ ପାଳନର ଚତୁର୍ଥ ଦିବସ…

ଜଳେଶ୍ଵର (ସମୃଦ୍ଧ ଓଡିଶା) ଶ୍ରୀ ଶ୍ରୀ ବରାଳ ବୀଲୁକେଶ୍ୱର ଉଚ୍ଚ ବିଦ୍ୟାଳୟ, ଶିଖରପୁର, ଜଳେଶ୍ଵର ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏହି ଅବସରରେ ଅନୁଷ୍ଠିତ ସଭାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୈାରି ଶଙ୍କର ବ୍ରହ୍ମ ପୋରହିତ୍ୟ କରିଥିଲେ । ଅତିଥି ଭାବେ  ମାଧବ ଚନ୍ଦ୍ର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ଓଷ୍ଟା ଜିଲ୍ଲା ସମ୍ପାଦକ ମନୋରଞ୍ଜନ ଦାସ, ସିଆରସିସି ଶିଖରପୁର ରାମକୃଷ୍ଣ ଦାସ, ସହକାରୀ ଶିକ୍ଷକ ଗୋବରଘାଟା ଉଚ୍ଚ ବିଦ୍ୟାଳୟ ରମାକାନ୍ତ ସାମଲ, ବରିଷ୍ଠ ଶିକ୍ଷକ ଶ୍ରୀମନ୍ତ ଉଚ୍ଚ ବାଳିକା ବିଦ୍ୟାଳୟର  ହରିପଦ ସିଂହ, ବରିଷ୍ଠ ଶିକ୍ଷକ ସୁବଳ କୁମାର ପରିଡ଼ା, ଶିକ୍ଷକ ରବୀନ୍ଦ୍ର ବେହେରା, ଶିକ୍ଷକ ଦୂର୍ଗାଶଙ୍କର ଦାସ, ପ୍ରାକ୍ତନ ଶିକ୍ଷକ ସୁବଳ କୁମାର ଗିରି, ଶିକ୍ଷକ ଜୟଦେବ ସାହୁ, ଶିଖରପୁର ଗ୍ରାମବାସୀ ବିମଳ କୁମାର ଗିରି, ତନୁଜୟ ଗିରି ଏହି କାର୍ଯ୍ୟକ୍ରମକୁ ଜଳେଶ୍ୱର ଓ ଭୋଗରାଇ ବ୍ଲକ ପାଇଁ ଇକୋକ୍ଲବ ମାଷ୍ଟର ଟ୍ରେନର ତଥା  ଜଳେଶ୍ଵର ଜୋନର ଓଷ୍ଟା ସମ୍ପାଦକ ଡ. ଅଜିତ କୁମାର ମହାନ୍ତି ଆୟୋଜନ କରିଥିବା ବେଳେ ହାଇସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ, ଶିକ୍ଷା କର୍ମଚାରୀମାନେ ପରିଚାଳନା କରିଥିଲେ । ଏଥି ସହିତ ଏହି ଭଳି ସପ୍ତାହ ବ୍ୟାପି ଜଳେଶ୍ୱର ମ୍ୟୁନିସିପାଲିଟି, ଜଳେଶ୍ଵର ଓ ଭୋଗରାଇ ବ୍ଲକର ବିଭିନ୍ନ ବିଦ୍ୟାଳୟରେ ଏହି କାର୍ଯ୍ୟକ୍ରମ କରିବା ସହିତ ଶିଶୁଟିଏ ଗଛଟିଏ’ ଉକ୍ତିକୁ ସାର୍ଥକ କରିବାର ପ୍ରତିଶ୍ରୁତି ଡ. ମହାନ୍ତି ଦେଇଥିଲେ । ଶେଷରେ ବିଦ୍ୟାଳୟ ହତାରେ ୫୦ରୁ ଅଧିକ ବିଭିନ୍ନ ବୃକ୍ଷ ରୋପଣ କରାଯାଇଥିଲା । ବୃକ୍ଷ ହିଁ ଜୀବନ କରୋନା ସମୟରେ ବୃକ୍ଷ ମୂଳରେ ବିଶୁଦ୍ଧ ଅମ୍ଳଜାନ ମିଳି ପାରିବ ବୋଲି ସମସ୍ତେ ମତବ୍ୟକ୍ତ କରିଥିଲେ । ଏଥିସହିତ ବୃକ୍ଷର ଆକସ୍ମିକ ଦୁର୍ଘଟଣା ଓ ସୁରକ୍ଷା ସମ୍ପର୍କରେ ଆଲୋକ ପାତ କରିଥିଲେ । ଡ. ଶ୍ରୀ ମହାନ୍ତି ଜଳେଶ୍ୱର ବ୍ଲକର ସମସ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକମାନଙ୍କୁ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ନିଜ ନିଜ ବିଦ୍ୟାଳୟରେ ବୃକ୍ଷ ରୋପଣ କରିବାକୁ ଆହ୍ବାନ ଦେଇଥିଲେ ।