ରାଜ୍ୟସ୍ତରୀୟ ମେଧାବୃତ୍ତି ପରୀକ୍ଷାରେ ଜଳେଶ୍ୱର ଛାତ୍ରଙ୍କ କୃତିତ୍ୱ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୨ୟ ଶ୍ରେଣୀରେ ଅଧ୍ୟୟନ କରୁଥିବା ଛାତ୍ର ଶ୍ରୀତନୁ ଖଣ୍ଡା ରାଜ୍ୟ ସ୍ତରୀୟ ମେଧାବୃତ୍ତି ପରୀକ୍ଷାରେ ସମଗ୍ର ରାଜ୍ୟରେ ତୃତୀୟ ସ୍ଥାନ ଅଧିକାର କରି କୃତିତ୍ୱ ଅର୍ଜନ କରିଛନ୍ତି । ଭୁବନେଶ୍ୱରସ୍ଥିତ ଜୟଦେବ ଭବନଠାରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସେଣ୍ଟରଫର ଚାଇଲ୍ଟ ୱେଲଫାୟାର ଏଣ୍ଡ ସୋସିଆଲ ଡେଭେଲପମଣ୍ଟେ ପକ୍ଷରୁ ତାଙ୍କୁ ମାନପତ୍ର, ପଦକ ଏବଂ ନଗଦ ଅର୍ଥ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଖବର ଜଳେଶ୍ୱର ସହରରେ ପ୍ରଚାରିତ ହେବାପରେ ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛା ପ୍ରଦାନ କରାଯାଇଛି । ତାଙ୍କ ଅନଚଷ୍ଠାନର ପ୍ରଧାନ ଆଚାର୍ଯ୍ୟ ବିମ୍ବାଧର ମହାନ୍ତି ତାଙ୍କୁ ଅଭିନନ୍ଦନ ଜଣାଇବା ସଂଗେ ସଂଗେ ତାଙ୍କର ଉଜ୍ଜଳ ଭବିଷ୍ୟତ କରାମନା କରିଛନ୍ତି । ସୂଚନାଯୋଗ୍ୟ ଜଳେଶ୍ୱର ଶ୍ରୀଜଗନ୍ନାଥ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟାପକ ନୀଳକଣ୍ଠ ଖଣ୍ଡା ଓ ମାତା ନଳିନୀ ଖଣ୍ଡାଙ୍କ ସେ ଏକମାତ୍ର ପୁତ୍ର ଅଟନ୍ତି ।

ରିପୋର୍ଟ : ଭୂପତି କୁମାର ପରିଡା