ମା ମଙ୍ଗଳା କଳାକାର ସାଂସ୍କୃତିକ ସଂଘର ବାର୍ଷିକ ଉତ୍ସବ…

ଜଳେଶ୍ୱର (ସମୃଦ୍ଧ ଓଡିଶା) କାଳା ପାଇଁ କଳା ଯେତେ ଉପଯୋଗୀ, କଳା ପାଇଁ ଜୀବନ ତାହାଠାରୁ ଅଧିକ ବାସ୍ତବ ବୋଲି ଜଳେଶ୍ୱରସ୍ଥିତ ସୁଗୋଠାରେ ମା ମଙ୍ଗଳା କଳାକାର ସଂସ୍କୃତିକ ସଂଘର ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ବିଶିଷ୍ଟ ଯାତ୍ରା ଅଭିନେତା ତଥା ଓଡିଶା ଯାତ୍ରା ସଂଘର ସଭାପତି ଦୈତାରୀ ପଣ୍ଡା ମତବ୍ୟକ୍ତ କରିଛନ୍ତି । ଅନୁଷ୍ଠାନର ସଭାପତି ଭବତାରଣ ପରିଡାଙ୍କ ପୌରୋହିତ୍ୱରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟବକ୍ତରୂପେ ଆଇନଜୀବୀ ଜ୍ୟୋତିପ୍ରକାଶ ବାରିକ, ସମ୍ମାନୀତ ଅତିଥିରୂପେ ଭୋଗରାଇ କଳାକାର ସଂଘର ସଂପାଦକ ଶିବ ଶଂକର ପଣ୍ଡା ଯୋଗ ଦେଇ କଳାକାର ମାନେ ସାରାଜୀବନ ଦର୍ଶକମାନଙ୍କୁ ହସେଇ କନ୍ଦେଇ ନିଜେ ଅତ୍ୟନ୍ତ ଦୁର୍ଦ୍ଦିନ ମଧ୍ୟରେ ଜୀବନ ବିତାଇ ଥାନ୍ତି ବୋଲି ପ୍ରକାଶ କରିଥିଲେ । ଅନୁଷ୍ଠାନର ସଂପାଦକ ପ୍ରଦୀପ କୁମାର ଭୂୟାଁ ବାର୍ଷିକ ବିବରଣୀ ପାଠ କରିଥିଲା ବେଳେ ଗୋପନାରାୟଣ ସାମଲ ଧନ୍ୟବାଦେ ଅର୍ପଣ କରିଥିଲେ । ଏହି ଅବସରରେ ଯାତ୍ରା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପୂର୍ଣ୍ଣଚନ୍ଦ ରାଜ, ବୈଦନାଥ ଦାସ, ଯତୀନ୍ଦନାଥ ଭୂୟାଁ, ରାମାନନ୍ଦ ସେନାପତି, ଅନନ୍ତ ବାରିକ, ଲାବଣ୍ୟବତୀ ବାରିକଙ୍କୁ ମାନପତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିପରି ଗୋପାଳ ଚନ୍ଦ୍ର ରାଉଳ, ନିୟତି ପଣ୍ଡା, ଶଂକର୍ଷଣ ରାଜ, ମିନୁବାଳା ଦାସ, ରବନ୍ଦିନାଥ ଦତ୍ତ, ଗୌରୀ ଶଂକର ପ୍ରଧାନ ଗୀତାରାଣୀ ପାକଳଙ୍କୁ ମଧ୍ୟ ପ୍ରତିଭାପତ୍ର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜଳେଶ୍ୱର ଓ ଭୋଗରାଇ ଅଂଚଳର ବିଭିନ୍ନ ଯାତ୍ରାକଳାକାରମାନେ ଯୋଗ ଦେଇଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା