ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା ପାଇଁ ପ୍ରସ୍ତୁତି ବୈଠକ

ହିଞ୍ଜିଳିକାଟୁ(ସମୃଦ୍ଧ ଓଡିଶା) ସ୍ଥାନୀୟ ଈନଡୋର୍ ଷ୍ଟାଡିୟମରେ ରାଜ୍ୟ ସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗୀତା ଆସନ୍ତା ୨୮-୦୭-୨୩ ଠାରୁ ଆରମ୍ଭ ହୋଇ ୩୦-୦୭-୨୩ ରେ ସମାପନ ହେବ। ସମଗ୍ର ରାଜ୍ୟର ପ୍ରତିଷ୍ଠିତ ତଥା ବଛା ବଛା ଖେଳାଳିମାନେ ଏଥିରେ ଭାଗ ନେବେ । ବ୍ୟାଡମିଣ୍ଟନ ଏସୋସିଏସନ୍ ଅଫ୍ ଇଣ୍ଡିଆର ରାଜ୍ୟ ସହଯୋଗୀ ବ୍ୟାଡମିଣ୍ଟନ ଏସୋସିଏସନ୍ ଅଫ୍ ଓଡ଼ିଶା ଏହାର ଆୟୋଜନ କରୁଛନ୍ତି ଏବଂ ଆନନ୍ଦର ବିଷୟ ଆମ ହିଞ୍ଜିଳିକାଟୁ ପୌରପରିଷଦ ଏହାର ସହଭାଗୀ ହେବାର ସୌଭାଗ୍ୟ ଅର୍ଜନ କରିଛି। ଏହି ପରିପ୍ରେକ୍ଷୀରେ ଆଜି ୨୧-୦୭-୨୩ ତାରିଖ ଶୁକ୍ରବାର ଦିନ ୧୧ଘଣ୍ଟ ସମୟରେ କାର୍ଯ୍ଯ ନିର୍ବାହୀ ଅଧିକାରୀ ଯୁବୁଲୀ ଚରଣ ବେହେରାଙ୍କ ପୌରହିତ୍ୟରେ ହିଞ୍ଜିଳିକାଟୁ ପୌରପରିଷଦ ସଭାଗୃହରେ ଏକ ପ୍ରାକ୍ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା l ଏଥିରେ ସବ୍ କଲେକ୍ଟର ପ୍ରଶ୍ନ ପାତ୍ର, ବିଡ଼ିଓ ସୁବ୍ରତ କୁମାର ଜେନା, ଆଇ ଆଇ ସି ଅଭିମନ୍ୟୁ ଦାସ, ଗଞ୍ଜାମ ଜିଲ୍ଲା ଗ୍ରିଟ୍ ଅଧକ୍ଷ ପବିତ୍ର ପାଣିଗ୍ରାହୀ, ପୌର ପରିଷଦର ଅଧ୍ୟକ୍ଷ ସୁବାସ ପଲେଇ, ପୌର ପରିଷଦର ଅଧକ୍ଷ୍ୟା ସୁଚିତ୍ରା ପଣ୍ଡା ଉପସ୍ଥିତ ଥିବା ସହ ସମସ୍ତ ମିଡ଼ିଆ ବନ୍ଧୁ ସମସ୍ତ ୱାର୍ଡ଼ ମେମ୍ବର ଓ ବିଜେଡ଼ିର ନଗର ସଭାପତି ଭୀମସେନ ବେହେରାଙ୍କ ସମେତ କିଛି କର୍ମୀ ଯୋଗ ଦେଇ ନିଜର ସୁଚିନ୍ତିତ ମତାମତ ଦେବା ସହିତ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସହଯୋଗ କରିବା ନିମନ୍ତେ ନିଷ୍ପତ୍ତି ହୋଇଥିଲା I
ହିଞ୍ଜିଳିକାଟୁ ରୁ ରଜତ ପଟ୍ଟନାୟକଙ୍କ ରିପୋର୍ଟ