ବ୍ଳକ୍ ଗ୍ରାଣ୍ଟ ଶିକ୍ଷକମାନଙ୍କୁ ପେନସନ ପ୍ରଦାନ ଦାବୀ ନେଇ ରାଜ୍ୟ ସରକାରଙ୍କୁ ସ୍ମାରକପତ୍ର

ଛତ୍ରପୁର(ସମୃଦ୍ଧ ଓଡ଼ିଶା)ଅବସରପ୍ରାପ୍ତ ବ୍ଳକ୍ ଗ୍ରାଣ୍ଟ ଶିକ୍ଷକମାନଙ୍କୁ ପେନସନ ଓ ଅନ୍ୟାନ୍ୟ ସରକାରୀ ସହାୟତା ପ୍ରଦାନ ନିମନ୍ତେ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଗଞ୍ଜାମ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଛି । ଦାବୀ ପୂରଣ ନହେଲେ ରାଜ୍ୟରେ ଥିବା ପ୍ରାୟତଃ ୫ ହଜାର ଅବସରପ୍ରାପ୍ତ ଶିକ୍ଷକମାନେ ଭୁବନେଶ୍ୱର ରାଜରାସ୍ତାରେ ଆସି ପିଏମଜି ଛକରେ ଅନଶନରେ ବସିବେ ଏବଂ ବିକ୍ଷୋଭ ପ୍ରଦର୍ଶନ କରିବେ ବୋଲି ସରକାରଙ୍କୁ ଚେତାବନୀ ଦେଇଛନ୍ତି । ପ୍ରତି ଜିଲ୍ଲା ମହକୁମାରେ ବ୍ଳକ୍ ଗ୍ରାଣ୍ଟ ଶିକ୍ଷକମାନେ ରାଜରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରିବେ ବୋଲି କହିଛନ୍ତି । ରାଜଧାନୀରେ ଆତ୍ମାହୂତି ଦେବେ ବୋଲି ଆଗୁଆ ଚେତାବନୀ ଦେଇଛନ୍ତି । ଜିଲ୍ଲା ମହକୁମା ଛତ୍ରପୁର ସ୍ଥିତ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଶିକ୍ଷକମାନେ ଶୁକ୍ରବାର ପ୍ରତୀକ ଧାରଣା ଦେଇଥିଲେ । ରାଜ୍ୟ ସରକାର ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ସ୍ମାରକପତ୍ର ପ୍ରଦାନ ସ୍ୱରୂପ ଗଣମାଧ୍ୟମ ଆଗରେ ଏ ସମ୍ପର୍କରେ ଉପସ୍ଥାପନ କରିଛନ୍ତି I (ଛତ୍ରପୁରରୁ ନିମାଇଚରଣ ପଣ୍ଡା ଙ୍କ ରିପୋର୍ଟ ସମୃଦ୍ଧ ଓଡିଶା)