ରାଜପଥରେ ଓଲଟିଲା ଗହମ ବୋଝେଇ ଟ୍ରକ୍‌…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲାର ଜଳେଶ୍ୱର ବ୍ଲକ ଅଧିନ ଲକ୍ଷ୍ମଣନାଥ ଟୋଲ ପ୍ଲାଜା ନିକଟରେ ଆଜି ବୁଧବାର ଷ୍ଟେସନ ପୋଲ ନିକଟରେ ଏକ ଗହମ ବୋଝେଇ ଟ୍ରକ୍ ଓଲଟି ପଡିଛି । ଘଟଣାରୁ ପ୍ରକାଶ କୋଲକତାରୁ ଭୁବନେଶ୍ୱର ଯାଉଥିବା ଏମ୍‌ଏଚ୍‌୪୬-ବିଏମ୍‌୧୨୫୫ ଗହମ ବୋଝେଇ ଟ୍ରକ୍‌ଟି ଦ୍ରୁତଗତିରେ ଆସୁଥିବା ବେଳେ ଭାରସାମ୍ୟ ହରାଇ ରାସ୍ତା କଡ ୧୦ଫୁଟ ତଳକୁ ଓଲିଟି ପଡିଛି । ଏଥିରେ ଥିବା ଡ୍ରାଇଭର ଓ ହେଲପର ଅଳ୍ପକେ ରକ୍ଷା ପାଇଥିବା ବେଳେ ଅନ୍ଧାରର ସୁଯୋଗ ନେଇ କିଛି ଦୁବୃତ୍ତମାନେ ଗହମ ବସ୍ତା ଲୁଟିଥିବା ଅଭିଯୋଗ ହୋଇଛି । ଖବର ପାଇ ଜଳେଶ୍ୱର ଥାନା ପୁଲିସ୍ ସେଠାରେ ପହଞ୍ଚି ତଦନ୍ତ ଚଳାଇଥିବା ଜଣାଯାଇଛି ।

ରିପୋର୍ଟ : ଭୂପତି ପରିଡା