ଉପଖଣ୍ଡ ସ୍ତରୀୟ ୭୫ତମ ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆଜି ଅପରାହ୍ନରେ ଉପଖଣ୍ଡ ସ୍ତରୀୟ ୭୫ତମ ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଉପ – ଜିଲ୍ଲାପାଳ ଶ୍ରୀ ସିଂ କିର୍ତ୍ତୀ ସାସନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । କରୋନାର ସ୍ଥିତି ଯୋଗୁଁ ଚଳିତ ବର୍ଷର କାର୍ଯ୍ୟକ୍ରମଗୁଡିକୁ ଓଡିଶା ସରକାରଙ୍କ ପ୍ରଚଳିତ ନୀତି ଓ ନିର୍ଦ୍ଦେଶ ପ୍ରକାରେ ପାଳନ କରିବାକୁ ଉପ – ଜିଲ୍ଲାପାଳ ଅଧୁକାରୀମାନଙ୍କୁ ଅବଗତ କରାଇଥିଲେ । ଚଳିତ ବର୍ଷର ସମସ୍ତ କାର୍ଯ୍ୟକ୍ରମଗୁଡ଼ିକ କୋଭିଡ଼ ନିୟମ ମାନି ସାମାଜିକ ଦୂରତା, ମାସ୍କ ପରିଧାନ ଓ ସାନିଟାଇଜର ବ୍ୟବହାର କରି ଶୃଙ୍ଖଳାଗତ ଭାବେ ପାଳନ କରିବା ପାଇଁ ସ୍ଥିର କରାଗଲା । ଏହି ସମାରୋହ ଖଲ୍ଲିକୋଟ କଲେଜ ଷ୍ଟାଡ଼ିୟମଠାରେ ପାଳନ କରାଯିବ । କେବଳ ପୋଲିସ ବାହିନୀ ପ୍ୟାରେଡ଼ରେ ଅଂଶଗ୍ରହଣ କରିବେ । ଚଳିତ ବର୍ଷ ଅନ୍ୟ କୌଣସି ଦଳକୁ ପ୍ୟାରେଡ଼ରେ ଯୋଗଦେବାକୁ ଅନୁମତି ଦିଆଯିବ ନାହିଁ ଏହି କାର୍ଯ୍ୟକ୍ରମରେ ସାଧାରଣ ଜନତା ଅଂଶଗ୍ରହଣ କରିପାରିବେ ନାହିଁ । କରୋନା ଯୋଦ୍ଧା ଭାବେ ପରିଚିତ ସ୍ୱାସ୍ଥ୍ୟକର୍ମୀ, ତାକୁର ପୋଲିସ, ଅଗ୍ନିଶମ ଓ ସଫେଇ କର୍ମଚାରୀଙ୍କୁ ଉତ୍ସବରେ ସମ୍ବର୍ଦ୍ଧିତ କରାଯିବ । ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ପ୍ରାତଃ ୪.୩୪ମି । ସମୟରେ ବ୍ରହ୍ମପୁର ସହରର ରାମଧୂନ ପରିବେଷଣ କରାଯିବ । ପୂର୍ବାହ୍ନ ସକାଳ ୯.୧୫ମିନଟ ସମୟରେ ମୁଖ୍ୟ ଅତିଥିଙ୍କ ଦ୍ୱାରା ପତାକା ଉତ୍ତୋଳନ କରାଯିବ ଏବଂ କରୋନା ଯୋଦ୍ଧାଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ସମ୍ମାନିତ କରାଯିବ । ସେହିପରି ଉଚ୍ଚ ବିଦ୍ୟାଳୟ ସ୍ତରରେ ସ୍ଵାଧୀନତା ଦିବସ ପାଳନ ଉପଲକ୍ଷେ ଅନଲାଇନ ମାଧ୍ୟମରେ ପ୍ରବନ୍ଧ ଓ କୁଇଜ୍ ପ୍ରତିଯୋଗୀତା ଅନୁଷ୍ଠିତ ହେବ ଓ କୃତି ପ୍ରତିଯୋଗୀଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯିବ । ସହରର ସମସ୍ତ ମାନ୍ୟଗଣ୍ୟ ଅତିଥିଙ୍କୁ ଇ – ନିମନ୍ତ୍ରଣ ଦ୍ୱାରା ଆମନ୍ତ୍ରିତ କରାଯିବ । ଅତିଥି ମାନଙ୍କ ପ୍ରବେଶ ପଥରେ ସାନିଟାଇଜର ରଖାଯିବ ବୋଲି ଉପ – ଜିଲ୍ଲାପାଳ କହିଥିଲେ । ଆଜିର ପ୍ରସ୍ତୁତି ବୈଠକରେ ଉପସ୍ଥିତ ଥିଲେ ରମାଞ୍ଚଳ ଖମାରି, ଡେପୁଟି କମିଶନର, ବ୍ରହ୍ମପୁର ମହାନଗର ନିଗମ, ଶ୍ରୀମତୀ ଶୁଭଶ୍ରୀ ରଥ, ଡେପୁଟି କଲେକ୍ଟର ବ୍ରହ୍ମପୁର, ଅମୁଲ୍ୟ କୁମାର ପ୍ରଧାନ, ଜିଲ୍ଲା ଶିକ୍ଷା ଅଧିକାରୀ, ଦିଲୀପ କୁମାର ବେହେରା, ଆର୍.ଆଇ, ଅଫ୍ ପୋଲିସ, ବ୍ରହ୍ମପୁର, ଜିତେନ୍ଦ୍ର କୁମାର ଦାସ, ଅତିରିକ୍ତ ଅଗ୍ନିଶମ ଅଧିକାରୀଙ୍କ ସମେତ ଅନ୍ୟ ପଦାଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ଏହି ପ୍ରସ୍ତୁତି ବୈଠକ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଗୌରୀ ଶଙ୍କର ଶତପଥୀ ଓ ଲୋକନାଥ ଶତପଥୀ ସହଯୋଗ କରିଥିଲେ ବୋଲି ବ୍ରହ୍ମପୁର ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଜଣାଇଛନ୍ତି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା