ରାଜନାପଲ୍ଲୀ ପ୍ରାଥମିକ ସ୍କୁଲ ପୁନଃ ଖୋଲିବାକୁ ଦାବୀ ଜଣାଇଲେ ଜିଲ୍ଲାପାଳଙ୍କୁ

ଛତ୍ରପୁର(ସମୃଦ୍ଧଓଡିଶା) ଛତ୍ରପୁର ବ୍ଲକ ବିପୁଳିଙ୍ଗି ଗ୍ରାମ ପଞ୍ଚାୟତ ରାଜନାପଲ୍ଲୀ ଗ୍ରାମ ପ୍ରାଥମିକ ବିଦ୍ୟାଳୟ ପୁନଃ ଖୋଲିବାକୁ ଉକ୍ତ ଗ୍ରାମବାସୀ ଦାବୀ କରିଛନ୍ତି । ଏହି ସ୍କୁଲଟି ପ୍ରାୟ ୩ ବର୍ଷ ହେଲା ବନ୍ଦ ହୋଇଛି । ରାଜନାପଲ୍ଲୀ ଗ୍ରାମବାସୀ ବୁଧବାର ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ଙ୍କୁ ଭେଟି ଏସମ୍ପର୍କରେ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଏବେ ଉକ୍ତ ଗାଁ ରେ ପିଲା ସଂଖ୍ୟା ବଢିଛି, ଏଣୁ ଯଥାଶୀଘ୍ର ରାଜନାପଲ୍ଲୀ ପ୍ରାଥମିକ ବିଦ୍ୟାଳୟ ଖୋଲିବାକୁ ଅନୁରୋଧ କରାଯାଇଛି, ଗେଦଲପଲ୍ଲୀ ସ୍କୁଲ କୁ ରାଜନାପଲ୍ଲୀ ଗାଁ ର ପିଲାମାନେ ପାଠ ପଢିବାକୁ ଯିବାକୁ ପଡୁଛି । ୨ ଟି ସ୍ମଶାନ ଅତିକ୍ରମ କରି ଯିବାକୁ ପଡ଼େ । ପୁଣି ଏହି ରାସ୍ତାଦେଇ ସେଠାକୁ ପିଲାମାନେ ଗଲାବେଳେ ରାସ୍ତାରେ ବାଲି ଓ ପଥର ଗାଡି ଆଦି ଭାରବାହୀ ଗାଡ଼ି ସର୍ବଦା ଯାତାୟାତ କରୁଛି । ଏଥିଲାଗି ପିଲାମାନଙ୍କ ଯିବା ଆସିବାରେ ବ୍ୟାଘାତ ସୃଷ୍ଟି ହେଉଥିବା ଗ୍ରାମବାସୀ କହିଛନ୍ତି । ଏହାର ସମାଧାନ କରି ରାଜନାପଲ୍ଲୀ ପ୍ରାଥମିକ ବିଦ୍ୟାଳୟ ଖୁବଶୀଘ୍ର ପୁନଃ-ଖୋଲିବାକୁ ଦାବୀ ହୋଇଛି ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା