ରାଜଧାନୀରେ ଯୁବକଙ୍କୁ ହାଣିଲେ ଦୁର୍ବୃତ୍ତ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଭୁବନେଶ୍ୱର ୟୁନିଟ୍ ୯ ସ୍ଥିତ ଗ୍ରୀଡ୍‌କୋ କଲୋନୀ ପଡ଼ିଆରେ ଜଣେ ଯୁବକଙ୍କୁ ଦୁର୍ବୃତ୍ତମାନେ ଗୋଡ଼ାଇ ଗୋଡ଼ାଇ ହାଣିଥିବା ସୂଚନା ମିଳିଛି । ଗୁରୁତର ଯୁବକଙ୍କ ନାମ ଆକାଶ କୁମାର ଦୋରା । ରକ୍ତାକ୍ତ ଓ ମରଣାସନ୍ନ ଅବସ୍ଥାରେ ଆକାଶଙ୍କୁ ପ୍ରଥମେ ସ୍ପର୍ଶ ହସ୍ପିଟାଲକୁ ନିଆଯାଇଥିଲା ଓ ତା’ ପରେ କିମସ୍ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ବୋଲି କହିଛନ୍ତି କିମସ୍ ହସ୍ପିଟାଲର ଡାକ୍ତର ଓ ଆକାଶଙ୍କ ମାଆ ସବିତା ଦୋରା । ଏ ଘଟଣାକୁ ନେଇ ଶହୀଦ ନଗର ଥାନାରେ ଏକ ଅଭିଯୋଗ ହୋଇଛି । ପୋଲିସ ସୂତ୍ରରୁ ପ୍ରାପ୍ତ ସୂଚ଼ନା ଅନୁସାରେ ବାଣୀ ବିହାରର କିଛି ଛାତ୍ର ଓ ଅଣଛାତ୍ରଙ୍କ ମଧ୍ୟରେ କିଛି ଦିନ ହେଲା ଚ଼ାଲିଥିବା ଝଗଡ଼ାର ପରିଣାମ ଏ ଘଟଣା । ପୋଲିସ ଆକାଶଙ୍କ ପରିବାର ତରଫରୁ ଦିଆଯାଇଥିବା ଏଫ୍‌.ଆଇ.ଆର୍‌. ଆଧାରରେ ତଦନ୍ତ ଆରମ୍ଭ କରିଛି । ମଧ୍ୟ ରାତ୍ର ସୁଦ୍ଧା କେହି ଅଟକ ବା ଗିରଫ ହୋଇଥିବାର ସୂଚ଼ନା ନାହିଁ ।

ରିପୋର୍ଟ : ଆକାଶ ମିଶ୍ର