ନିଜ ପ୍ରତିଶ୍ରୁତିକୁ ରକ୍ଷା କଲା ସୂର୍ଯ୍ୟାଲୋକ ସମାଜ ସେବା ସଂଗଠନ…

ଯାଜପୁର (ସମୃଦ୍ଧ ଓଡିଶା) ଆଜି ସୂର୍ଯ୍ୟାଲୋକ ସମାଜ ସେବା ସଂଗଠନ ତରଫରୁ ପୂର୍ବରୁ ଦେଇଥିବା ପ୍ରତିଶୃତିକୁ ରକ୍ଷା କରି ୨ୟ ଥର ପାଇଁ ପୁଣ୍ୟତୟା ବୈତରଣୀ ନଦୀ କୁଳରେ ଥିବା ଦଶ୍ୱାସମେଧ ଘାଟ ସଫେଇ କାର୍ଯ୍ୟକ୍ରମ କରାଯାଇଛି । ଏଥିରେ ସୁର୍ଯ୍ୟାଲୋକ ପରିବାରର ସମସ୍ତ ସଦସ୍ୟମାନେ ଉପସ୍ଥିତ ରହି ଉକ୍ତ ସଫେଇ କାର୍ଯ୍ୟକ୍ରମରେ ସହଯୋଗ କରିବା ସହିତ ଘାଟଟି ଆଗକୁ କିପରି ସ୍ୱଚ୍ଛ ରହିପାରିବ ଲୋକମାନଙ୍କୁ ବୁଝାଇବା ସହିତ ଘାଟରେ କାର୍ଯ୍ୟ କରୁଥିବା ପୁରୋହିତମାନଙ୍କୁ ଅବଗତ କରାଇଥିଲେ ।

ରିପୋର୍ଟ : ବସୁବନ୍ଧୁ ଦାଶ