ରାଜଘାଟ ବାରୁଣୀ ପଡିଆରେ ସରକାରୀ କଲ୍ୟାଣ ମଣ୍ଡପ ଉଦଘାଟିତ…

ଜଳେଶ୍ଵର/ରାଜଘାଟ (ସମୃଦ୍ଧ ଓଡିଶା) ଜଳେଶ୍ୱର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବେଣାପୁରା ବାରୁଣୀ ପଡ଼ିଆ ଠାରେ ସରକାରୀ କଲ୍ୟାଣମଣ୍ଡପର ଶୁଭ ଉଦଘାଟନ ପୂର୍ବତନ ବାଲେଶ୍ୱର ସାଂସଦ ତଥା ଜିଲ୍ଳା ବିଜେଡି ସଭାପତି ଇଞ୍ଜିନିୟର ରବିନ୍ଦ୍ର କୁମାର ଜେନା କରିଛନ୍ତି । ଏଠାରେ ଗୋଟେ କଲ୍ୟାଣମଣ୍ଡପ ପାଇଁ ସ୍ଥାନୀୟ ଲୋକଙ୍କର ବହୁ ଦିନରୁ ଯେଉଁ ଦାବି ହୋଇ ଆସୁଥିଲା, ତାହା ଆଜି ତାହା ପୂରଣ ହୋଇଛି, ବାଲେଶ୍ୱର ଜିଲ୍ଲାର ଉନ୍ନତି ପାଇଁ ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ସଂକଳ୍ପବଦ୍ଧ । ବାଲେଶ୍ୱର ଜିଲ୍ଲାର ନିରନ୍ତର ପ୍ରଗତି ହେଉଛି ବୋଲି ସାଧାରଣ ଲୋକଙ୍କ ମୁହଁରୁ ଆଜି ଶୁଣିବାକୁ ମିଳିଲାଣି । ଐତିହାସିକ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରୁ ସାଧାରଣ ଲୋକେ ଉପକୃତ ହେଉଛନ୍ତି ଆଉ ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ଲୋକେ ଆଶୀର୍ବାଦ ଅଜାଡ଼ି ଦେଉଛନ୍ତି ବୋଲି ଇଁ. ଶ୍ରୀଯୁକ୍ତ ଜେନା ବକ୍ତବ୍ୟରେ କହିଛନ୍ତି, ଆହୁରି ମଧ୍ୟ କହିଛନ୍ତି ଆସନ୍ତୁ ସମସ୍ତେ ଏକାଠି ହେବା ଆଉ ଆମ ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନ ପୂରଣ କରିବା ଦିଗରେ ଜଣେ ଜଣେ ବିନ୍ଧାଣି ଭାବେ କାର୍ଯ୍ୟ କରିବା । ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଜଳେଶ୍ୱର ବିଧାୟକ ଅଶ୍ୱିନୀ କୁମାର ପାତ୍ର, ବସ୍ତା ବ୍ଲକ ଅଧ୍ୟକ୍ଷା ଅଞ୍ଜଳି ଦାସ, ବସ୍ତା ବିଡିଓ ଜ୍ଞାନରଞ୍ଜନ ସାହୁ, ଉପାଧ୍ୟକ୍ଷ ଦିଲୀପ ଦାସ ମହାପାତ୍ର, ବସ୍ତା ବିଜେଡି ସଭାପତି ଅନିଲ କୁମାର ମହାନ୍ତି, ସନ୍ତୋଷପୁର ଗ୍ରାମପଞ୍ଚାୟତର ସରପଞ୍ଚ ସଂଗ୍ରାମ କୁମାର ଦାସମହାପାତ୍ର ଓ ଅନ୍ୟ ବହୁ ସ୍ଥାନୀୟ ନେତୃବୃନ୍ଦ ଉପସ୍ଥିତ ଥିଲେ । ଅଞ୍ଚଳବାସୀ ଏହି କଲ୍ୟାଣ ମଣ୍ଡପ ନିହାତି ଆବଶ୍ୟକ ଥିଲା ବୋଲି କହିବା ସହିତ ମାନ୍ୟବର ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଜିଲ୍ଲା ସଭାପତି ଇଁ. ରବିନ୍ଦ୍ର କୁମାର ଜେନାଙ୍କ ସହ ଜଳେଶ୍ଵର ବିଧାୟକ ଅଶ୍ୱିନୀ କୁମାର ପାତ୍ରଙ୍କୁ ବଦ୍ଧାଇ ଜଣାଇଛନ୍ତି ।

ରିପୋର୍ଟ : ଭୂପତି ପରିଡା