କେନ୍ଦ୍ର ସରକାର ଏଲ୍.ଆଇ.ସି.କୁ ବିକ୍ରି କରିବା ନିଷ୍ପତିକୁ ପ୍ରତ୍ୟାହାର ଦାବୀରେ ସିପିଆଇ (ଏମ୍) ପକ୍ଷରୁ ଜଳେଶ୍ଵର ଅଫିସ ସମ୍ମୁଖରେ ବିକ୍ଷୋଭ ଓ ପ୍ରତିବାଦ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଏକ ଲାଭ ଜନକ ସଂସ୍ଥା ଏଲ୍.ଆଇ.ସିକୁ ବିକ୍ରି କରିବା ଦେଶର ସାର୍ବଭୌମତ୍ୟ ଓ ପ୍ରଗତି ଉପରେ କୁଠାର ଘାତ । ମଇ ମାସ ୪ ତାରିଖରୁ ୯ ତାରିଖ ମଧ୍ୟରେ ଆଇପିଓ ମାଧ୍ୟମରେ ଏଲ୍.ଆଇ.ସିକୁ ବିକ୍ରି କରାଯାଉଛି । ୧୯୫୬ ମସିହା ସେପ୍ଟେମ୍ବର ୧ ତାରିଖରୁ ଆଜି ପର୍ଯ୍ୟନ୍ତ ଏଲ୍.ଆଇ.ସିର ସମ୍ପଦ ୩୯ ଲକ୍ଷ କୋଟିରୁ ଅଧିକ । ୧୯୫୬ ମସିହାରେ ମାତ୍ର ୫ କୋଟି ଟଙ୍କାରୁ କାରବାର ଆରମ୍ଭ କରି ଆଜି ପର୍ଯ୍ୟନ୍ତ ୨୬ ହାଜର କୋଟି ଦେଶର ପ୍ରଗତି ପାଇଁ ସରକାରଙ୍କୁ ଦେଇ ସାରିଛନ୍ତି । ୫୪ ଲକ୍ଷ ପଲିସିରୁ ଆଜି ୪୦ କୋଟିରୁ ଅଧିକ ପଲିସି ଧାରି । ଏକ ଲକ୍ଷ କର୍ମଚାରୀ ଓ ୧୪ ଲକ୍ଷରୁ ଅଧିକ ଏଜେଣ୍ଟଙ୍କୁ ନେଇ ଦେଶର ୧୪୦ କୋଟି ଲୋକଙ୍କର ବିଶ୍ୱାସ ଭାଜନ ହୋଇ ପାରିଛି । ଏହି ଭଳି ଏକ ଲାଭ ଜନକ ସଂସ୍ଥାକୁ ମାଟି ଗୋଡ଼ି ଭଳି ମୋଦି ସରକାର ବିକ୍ରି କରୁଛନ୍ତି । ଦେଶ ପ୍ରେମୀ ଡିଣ୍ଡିମ ପିଟୁଥିବା ବିଜେପି ସରକାରର ଏ ହେଉଛି ଏକ ଦେଶଦ୍ରୋହି କାର୍ଯ୍ୟ।ନବ୍ୟ ଉଦାରବାଦି ପ୍ରଭାବରେ ବାହାର ଦେଶର ପୁଞ୍ଜିପତିମାନଙ୍କୁ ବିକ୍ରି କରି ଜାତୀୟତାବାଦିର ନମୁନା ସାଜିଛନ୍ତି । ତୁରନ୍ତ ଏଭଳି ଏକ ଦେଶଦ୍ରୋହି ନିଷ୍ପତ୍ତିକୁ ପ୍ରତ୍ୟାହାର କରିବା ପାଇଁ ସି.ପି.ଆଇ(ଏମ) ତରଫରୁ ଜଳେଶ୍ଵର ଏଲ୍.ଆଇ.ସି ଅଫିସ ସମ୍ମୁଖରେ ଦିବା ୧୦ ଘଟିକାରୁ ୧୨ ଘଟିକା ପର୍ଯ୍ୟନ୍ତ ପ୍ରତିବାଦ ବିକ୍ଷୋଭ ଅନୁଷ୍ଠିତ ହୋଇଅଛି । ସମ୍ପାଦକ ଦିଲ୍ଲୀପ କୁମାର ଗିରିଙ୍କ ସଭାପତିତ୍ବରେ ଶିତାଂଶୁ ସେନାପତି, ଦୀପ୍ତିମାନ ଆଚାର୍ଯ୍ୟ, ପଲ୍ଟୁ ଦାସ, ରତନ ଦାସ, ରବୀନ୍ଦ୍ର ବାରିକ, ପୂର୍ଣ୍ଣ ସିଂ, ସୁଶୀଲ ମହାନ୍ତି, ସବିତା ଭୂୟାଁ, ସୃତିସାଗର ପଣ୍ଡା, ଶଙ୍କର ଗୋଚ୍ଛାୟତ, ମହାମାୟା ରାଜ, ରୁକ୍ସାନା ବିବି ପ୍ରମୁଖ ବକ୍ତଵ୍ୟ ଦେଇ ତୁରନ୍ତ ଏଲ୍.ଆଇ.ସିର ବିକ୍ରି ବନ୍ଦ ନ ହେଲେ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ଚେତାବନୀ ଦେଇଥିଲେ । ଆନ୍ଦୋଳନକୁ ସମର୍ଥନ କରି ବୀମା କର୍ମଚାରୀ ୟୁନିୟନର ନେତା ଅଜିତ ଦାଶ, ଅମିତ ନାୟକ ଏବଂ ଉନ୍ନୟନ ଅଧିକାରୀ ସୁରେଶ କୁମାର ଦାଶ ଵ୍ୟକ୍ତବ୍ୟ ପ୍ରଦାନ କରିଥିଲେ । ଶେଷରେ ଏଲ୍.ଆଇ.ସି ର ବ୍ରାଞ୍ଚ ମେନେଜର ଅଶ୍ୱନୀ କୁମାର ଦାଶଙ୍କ ଜରିଆରେ ବମ୍ବେ ସ୍ଥିତ ଏଲ୍.ଆଇ.ସିର ଚେୟାରମେନଙ୍କୁ ଦାବି ପତ୍ର ପ୍ରଦାନ କରା ଯାଇଥିଲା ।

ରିପୋର୍ଟ : ଭୂପତି ପରିଡା