ରାଇବଣିଆ ଦୁର୍ଗ ସଂପର୍କରେ ଫକୀରମୋହନ ବିଶ୍ୱବିଦ୍ୟାଳୟ ପକ୍ଷରୁ ଜାତୀୟ ସେମିନାର…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଏକଦା ସର୍ବଭାରତୀୟ ସ୍ତରରେ ସର୍ବପୁରାତନ ଓ ସର୍ବବୃହତ୍ ଦୁର୍ଗ ଭାବେ ରାଇବଣିଆ ଦୁର୍ଗ ପ୍ରସିଦ୍ଧି ଲାଭ କରିଥିଲା । ଦେଶର ପ୍ରତିଟି ଦୁର୍ଗ ପ୍ରାଚୀର ପଥରରେ ନିର୍ମିତ ହୋଇଥିବା ବେଳେ ରାଇବଣିଆର ପ୍ରାଚୀର ଶକ୍ତ ଓ ଦୃଢ ମାଟିରେ ନିର୍ମିତ ହୋଇଥିଲା । ସଂଗ୍ରାମୀ ରାଇବଣିଆବାସୀଙ୍କ ରଣ ହୁଁକାର ବିଶ୍ୱ ବିଦିତ ଥିବାରୁ ବିଦେଶୀ ହୁନ, ମୋଗଲ, ପଠାନ୍‌, ଏପରିକି ଇଂରେଜମାନେ ମଧ୍ୟ ଦୀର୍ଘବର୍ଷ ଧରି ଏହା ମଧ୍ୟକୁ ପ୍ରବେଶ କରି ପାରିନଥିଲେ । କିନ୍ତୁ ୫ହଜାର ବର୍ଷ ପୂର୍ବେ ପାଣ୍ଡବମାନେ ସେଠାରେ ଅବସ୍ଥାନ କରିବା ଏବଂ କେତେକ ସଭ୍ୟତା ଧ୍ୱଂସ ପାଇଥିବା ବହୁ ତଥ୍ୟ ଏବେ ମିଳୁଥିବା ବେଳେ ବହୁ ସ୍ଥାପତ୍ୟ, କଳା ଶିଳ୍ପ ଓ ଗଡଖାଇ ସହିତ ଜଗନ୍ନାଥ ମନ୍ଦିର ଧ୍ୱାଂସ ହେବାରେ ଲାଗିଛି । ଏ ସଂପର୍କରେ ଏକ ଜାତୀୟ ସେମିନାର ହେବାଲାଗି ଆଜି ରାଇବଣିଆ ଦୁର୍ଗ ସୁରକ୍ଷା ଓ ଆଞ୍ଚଳିକ ଉନ୍ନୟନ ସଂଗଠନ ପକ୍ଷରୁ ସିଦ୍ଧାନ୍ତ କରାଯାଇ ବିଶ୍ୱବିଦାଳୟର କୂଳପତି, ଭାଷା ସଂସ୍କୃତି ମନ୍ତ୍ରୀଙ୍କୁ ଆବେଦନ କରିଛନ୍ତି । ଆଜି ରବିବାର ରାଇବଣିଆର ନାରାୟଣ ପ୍ରସାଦ ଦାସଙ୍କ ବାସଭବରେ ସଂଗଠନର ଏକ ଜରୁରୀ ବୈଠକ ଆହୁତ ହୋଇଥିଲା । ଏଥିରେ ସଭାପତି ପ୍ରଫୁଲ୍ଲ କୁମାର ସୁର ପୌରହିତ୍ୱ କରି ଚଳିତବର୍ଷ ବାର୍ଷିକ ଉତ୍ସବକୁ ଅଧିକ ଧୁମଧାମରେ ପାଳନ କରାଯିବାକୁ ପରାମର୍ଶ ଦେଇଥିଲେ । ସଂଗଠନର ସଂପାଦକ ତଥା ଗବେଷକ ଡ. ଶ୍ରୀକାନ୍ତ ଚରଣ ପାତ୍ର ରାଇବଣିଆ ଦୁର୍ଗର ଐତିହ୍ୱ ପୃଷ୍ଠଭୂମୀକୁ ନେଇ ଏକ ଜାତୀୟ ସେମିନାର କରାଯିବାର ପ୍ରସ୍ତାବକୁ ସଦସ୍ୟମାନେ ଗୃହିତ କରିଥିଲେ । ତେଣୁ ଫକୀରମୋହନ ବିଶ୍ୱବିଦ୍ୟାଳର କୂଳପତି ମଧୁସ୍ମିତା ଦାସ ଓ ଭାଷାସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କୁ ନିବେଦନ କରାଯାଇ ଲିଖିତ ଭାବେ ଜଣାଇ ଦିଆଯାଇଛି । ଅନ୍ୟପକ୍ଷରେ ବିଷୁବ ସଂକ୍ରାନ୍ତିରେ ସଂଗଠନର ବାର୍ଷିକ ଉତ୍ସବ ପ୍ରତିବର୍ଷ ପାଳିତ ହୋଇ ଆସୁଥିବାରୁ ଚଳିତବର୍ଷ ଗୋଟିଏ ଦିନ ପରେ ୧୫, ୧୬, ୧୭ ୩ଦିନ ବ୍ୟାପି ରାଇବଣିଆ ଗଡ ପରିସରରେ ଉତ୍ସବ ପାଳନ ହେବା ସଂପର୍କରେ ସିଦ୍ଧାନ୍ତ ନିଆଯାଇଛି । ଏହା ପୂର୍ବରୁ ଗଡ ନିକଟକୁ ରାସ୍ତାର ପୂର୍ଣ୍ଣାଙ୍ଗ ନିର୍ମାଣ ସହିତ ବିଦ୍ୟୁତ ଯୋଗାଣ କରାଇବାକୁ ଜଳେଶ୍ୱର ବିଧାୟକ, ନେସ୍କୋର ସିଇଓ ଓ ଜିଲାପାଳଙ୍କୁ ଏକ ଟିମ୍ ଯାଇ ସାକ୍ଷାତ କରିବ ବୋଲି ନିଷ୍ପତ୍ତି ହୋଇଛି । ଏହା ବ୍ୟତିତ ସ୍ଥାୟୀ କାର୍ଯ୍ୟାଳୟ ନିର୍ମାଣ, ରାଇବଣିଆ ଅଂଚଳର ପ୍ରତ୍ୟେକ ଗାଁରୁ ସଭ୍ୟ ସଂଗ୍ରହ ଓ ସଂଗଠନର କଳେବର ବୃଦ୍ଧି କରିବା ନିଷ୍ପତ୍ତି ହୋଇଥିଲା । ଏଥିରେ କାର୍ଯ୍ୟକାରୀ ସଭାପତି ନୃସିଂହ ଦାସମହାପାତ୍ର, ଗଙ୍ଗାଧର ଦାସ, ନାରାୟଣ ପ୍ରସାଦ ଦାସ, ଦିଗାମ୍ବର ଦାସ, ଅଶ୍ୱିନୀ ଦାସ, ଅବସରପ୍ରାପ୍ତ ଅଧ୍ୟକ୍ଷ ସୁଧାଂଶୁ ସେଖର ପ୍ରଧାନ, ହରେକୃଷ୍ଣ ଦାସ, ବ୍ରଜେନ୍ଦ୍ର ନାଥ ଘୋଷ, ଆଦିକଂଦ ପ୍ରଧାନ, ମନ୍ମଥ ଗିରି, ହେମନ୍ତ ଗିରି, ନୀଳକଣ୍ଠ ପ୍ରଧାନ, ଡ. ଅଜିତ୍ କୁମାର ମହାନ୍ତି, ଶଶୀକାନ୍ତ ପ୍ରଧାନ, ରାଧାଶ୍ୟାମ ଜେନା, ଚିତ୍ତରଂଜନ ରାଉତ, ହରନାରାୟଣ ଶାନ୍ତି, ରଘୁନାଥ ରାଉତ ଓ ଅବନୀ ଚାନ୍ଦ ପ୍ରମୁଖ ଯୋଗ ଦେଇଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା