ପରୀକ୍ଷାର୍ଥୀଙ୍କୁ ହିଞ୍ଜିଳି ଏଆଇବିପି ପକ୍ଷରୁ ଅଭିନନ୍ଦନ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ସାରା ରାଜ୍ୟରେ ଦଶମ ଶ୍ରେଣୀର ବୋର୍ଡ ପରିକ୍ଷା ଆରମ୍ଭ ହୋଇଛି । ପ୍ରଥମ ଦିନରେ ମାତ୍ରୁ ଭାଷା ଏମ୍ ଆଇ ଏଲ୍ ଓଡ଼ିଆ ରହିଥିଲା । ହିଞ୍ଜିଳିକାଟୁ ଶାଖା ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ତରଫରୁ ଶେରଗଡ଼ ବ୍ଲକ ଅନ୍ତର୍ଗତ କୁରୁଳା ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଚଳିତ ବର୍ଷ ପରୀକ୍ଷା ଦେଉଥିବା ପରୀକ୍ଷାର୍ଥୀମାନଙ୍କୁ ପୁଷ୍ପ, ଚନ୍ଦନରେ ବନ୍ଦାପନା କରି ଅଭିନନ୍ଦନ ଜଣାଯାଇଥିଲା ଏବଂ ପରୀକ୍ଷାର୍ଥୀମାନେ କିଭଳି ଚାପମୁକ୍ତ ହୋଇ ଉତ୍ସାହର ସହ ପରୀକ୍ଷା ଦେଇ ପାରିବେ ସେଥିନିମନ୍ତେ ଉତ୍ସାହିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ଗଞ୍ଜାମ ଜିଲ୍ଲା ସହ-ସଂଯୋଜକ କୃଷ୍ଣଚନ୍ଦ୍ର ସୁଆଁସିଆଙ୍କ ନେତୃତ୍ୱରେ ବିଦ୍ୟାଳୟ ସମ୍ମୁଖରେ ଏଭଳି ଅଭିନବ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ କାହ୍ନୁଚରଣ ବିଶ୍ୱାଳ, କୃଷ୍ଣଚନ୍ଦ୍ର ଦାଶ, ପୂର୍ଣ୍ଣଚନ୍ଦ୍ର ମହାନ୍ତି, ଏ ଶ୍ରୀକାନ୍ତ ଆଚାରୀ, ଯୋଗେନ୍ଦ୍ର ବେହେରା ସମେତ ବହୁ କାର୍ଯ୍ୟକର୍ତ୍ତା ଓ ଅଭିଭାବକମାନେ ଉପସ୍ଥିତ ରହି ପରୀକ୍ଷାର୍ଥୀଙ୍କୁ ଉତ୍ସାହିତ କରିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା