ରାଇବଣିଆରେ ପ୍ରତିଷ୍ଠା ହେବ ପୂର୍ବତନ ବିଧାୟକ ଗଦାଧର ଗିରିଙ୍କ ପ୍ରତୀମୂର୍ତ୍ତୀ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଅଂଚଳମଣୀ, ବାଲିଆପାଳ କ୍ଷେପଣାସ୍ତ୍ର ଘାଟି ବିରୋଧି ପ୍ରତିଷ୍ଠାନା ସଭାପତି, ଜନଦରଦୀ ପୂର୍ବତନ ବିଧାୟକ ସ୍ୱର୍ଗତ ଗଦାଧର ଗିରିଙ୍କ ପ୍ରତୀମୂର୍ତ୍ତର ରାଇବଣିଆଠାରେ ପ୍ରତିଷ୍ଠା ହେବ ବୋଲି ଆଜି ସିଦ୍ଧାନ୍ତ ହୋଇଛି । ଗଦାଧର ଗିରି ପ୍ରତୀମୂର୍ତ୍ତର ସୁରକ୍ଷା କମିଟିର ସଭାପତି ପ୍ରଫେସର ସୁଧାଂଶୁ ସେଖର ପ୍ରଧାନ, ସଂପାଦକ ଡ. ଅଜିତ୍ କୁମାର ମହାନ୍ତି ଏଥିଲାଗି ରାଇବଣିଆ ଦୁର୍ଗ ସୁରକ୍ଷା ଓ ଆଂଚଳିକ ଉନ୍ନୟନ ସଂଗଠନର ସଦସ୍ୟମାନଙ୍କ ଗହଣରେ ସ୍ୱର୍ଗତ ଗିରିଙ୍କର ପ୍ରତିମୂର୍ତ୍ତୀ ନିର୍ମାଣ ସଂପର୍କରେ ପ୍ରକାଶ କରିଥିଲେ । ଶେଷରେ ସଂଗଠନର ସଭାପତି ପ୍ରଫୁଲ୍ଲ କୁମାର ସୁରଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ସେଠାରେ ପ୍ରତିଷ୍ଠାହେବା ସଂପର୍କରେ ସ୍ଥିର କରାଯାଇଛି । ପ୍ରକାଶଯୋଗ୍ୟ ସ୍ୱର୍ଗତ ଗିରିଙ୍କ ମୃତ୍ୟୁପରେ ଜଳେଶ୍ୱର, ବାଲିଆପାଳ (ଗୋଟିଏ ବିଧାନସଭା ଥିଲା)ର ୧୪ଟି ସ୍ଥାନରେ ୧୪ଟି ପ୍ରତୀମୂର୍ତ୍ତୀ ପ୍ରତିଷ୍ଠା ହୋଇଥିବା ପ୍ରଫେସର ପ୍ରଧାନ କହିଥିଲେ । ଏଥିପାଇଁ ଗଠିତ କମିଟି ବିଭିନ୍ନ ସ୍ଥାନରେ ସୁରକ୍ଷା ଯୋଗାଇଦେବା କାର୍ଯ୍ୟ ଅବ୍ୟାହତ ରହିଛି ବୋଲି କହିଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା