ବିଶିଷ୍ଟ ସ୍ୱାସ୍ଥ୍ୟ ସେବିକା ବିଳାସିନୀ ଦାସଙ୍କ ପରଲୋକ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଦୀର୍ଘବର୍ଷ ଧରି ଜଣେ ବିଶିଷ୍ଟ ସ୍ୱାସ୍ଥ୍ୟସେବୀକା ଭାବେ (ନର୍ସ) ବେଲି ଗୋପିନାଥପୁର ଗାଁର ଅମୂଲ୍ୟ ରତନ ଦାସଙ୍କ ପତ୍ନୀ ବିଳାସିନୀ ଦାସ ଆଜି ୬୬ବର୍ଷ ବୟସରେ ମୃତ୍ୟୁବରଣ କରିଛନ୍ତି । ସେ ଏକବର୍ଷ ଧରି ଶ୍ୱାସ ରୋଗରେ ନିଜ ପ୍ରତିଷ୍ଠିତ ମ୍ୟୁନିସିପାଲଟିରେ ବାସଗୃହରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କର ପୁତ୍ର ନ ଥିବାରୁ ଆଜି ପୁତୁରା ଦୀପକ ମୁକାର ଦାସ ନିଜ ଗାଁ ଶ୍ମାସନରେ ମୁଖାଗ୍ନି ଦେଇଥିଲେ । ତାଙ୍କ ମୃତ୍ୟୁରେ ପରିବାରବର୍ଗ ରବିନ୍ଦ୍ର ଦାସ, ପ୍ରଶାନ୍ତ ଦାସ, ତରଣୀ ଦାସ, ନିରଂଜନ ଦାସ ପ୍ରମୁଖ ବଂଧୁବାନ୍ଧବଙ୍କ ସହିତ ଉପସ୍ଥିତ ଥିବା ବେଳେ ଝିଅ ଦେବୀପ୍ରଭା ଓ ତାପସୀ ଦୂରସ୍ଥାନରୁ ଆସି ଶେଷ ଦର୍ଶନ କରିଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା