ରାଇବଣିଆରେ ପୁଣି ୨୨ ହାତୀ : ୭ ଗାଁ ଚାଷୀଙ୍କ ବ୍ୟାପକ କ୍ଷତି…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଆଜି ସକାଳେ ପଶ୍ଚିମବଂଗରୁ ପ୍ରାୟ ୨୨ଟି ହାତୀ ଓଡିଶା ମଧ୍ୟମୁ ପ୍ରବେଶ କରି ୭ଟି ଗାଁର ବ୍ୟାପକ କ୍ଷତି ଘଟାଇଛନ୍ତି । ଗତ ୩ଦିନ ତଳେ ଏହି ହୌାତୀଗୁଡିକ ପଶ୍ଚିମବଂଗକୁ ଯାଇଥିବା ବେଳେ ଆଜି ପୁଣି ଓଡିଶାକୁ ପ୍ରବେଶ କରିବାଫଳରେ ଜଳେଶ୍ୱର ବ୍ଲକ ଅନ୍ତର୍ଗତ ଚୁଡାମଣୀପୁର, ମଧୁପୁର, ବୋଇତାଳୁପଦା, ରାଉତରାପୁର, ପଳାସବଣୀ, ସଂଖାଭଂଗା ଓ ରଂଗାମାଟିଆ ଗାଁର ଚାଷୀମାନଙ୍କର ବ୍ୟାପକ କ୍ଷତି ଘଟିଛି । ଦନ୍ତାହାତୀର ନିର୍ଦ୍ଦେଶରେ ଏହି ୨୨ଟି ହାତୀ ଗୋଟିଏପରେ ଅନ୍ୟ ଗାଁର ଚାଷକ୍ଷେତ୍ରରେ ପ୍ରବେଶ କରି ରବିଧାନଚାଷକୁ ଦଳି, ଚକଟି ମନ୍ଥି ପକାଇଛି । ହାତୀଗୁଡିକ ଏପରି ବ୍ୟାପକ କ୍ଷତି ଘଟାଇ ଶ୍ୟାମନଗରପଂଚାୟତର ରଞ୍ଝା ଓ କାଲାଯୋଡି ଜଂଗଲରେ ରହିଥିବା ଜଣାଯାଇଛି । ଆଜି ରାତିରେ ହାତେୀଗୁଡିକ ଶ୍ୟାମନଗର ପଂଚାୟତରେ ବ୍ୟାପକ କ୍ଷତି ଘଟାଇବାର ଆଶଙ୍କା ଥିବାରୁ ଚାଷୀମାନେ ଭୟଭିତ ହୋଇ ପଡିଛନ୍ତି । ଗାଁରେ କରୋନା ଭୟ ଲୀଗିଥବା ବେଳେ ରାତିରେ ହାତୀଭୟ ଯୋଗୁଁ ରାଇବଣିଆବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି । ହାତୀ ଘଉଡାଇବା ସମସ୍ୟା ଦୂରକରିବାକୁ ସର୍ଦ୍ଦାରବନ୍ଦ ସରପଂଚ ନିଲ୍ଲୀପ ସାମଲ ନିବେଦନ କରିଛନ୍ତି ।

ରିପୋର୍ଟ : ଭୂପତି କୁମାର ପରିଡା