କରୋନା ଯୋଗୁଁ ସିକନ୍ଦରବାଦରେ ଫସିଛନ୍ତି ୩୫ ଓଡିଆ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲାର ଜଳେଶ୍ୱର ଓ ଅନ୍ୟ କେତେକ ବ୍ଲକ ଅଞ୍ଚଳର ୩୫ରୁ ଉର୍ଦ୍ଧ୍ୱ ଓଡିଆ ଯୁବକ ସଦିକନ୍ଦରାବାଦ ଓ ହାଇଦ୍ରାବାଦ ଅଞ୍ଚଳରେ ଫସି ରହିଥିବା ଜଣଯାଇଛି । ଫସି ରହିଥିବା ଯୁବକମାନଙ୍କ ମଧ୍ୟରେ ହିନ୍ଦୁ, ସଂଖ୍ୟାଲଘୁ ମୁସଲମାନ ଓ ଆଦସାବାସୀ ସମ୍ପ୍ରଦାୟର ଯୁବକମାନେ ରହିଥିବାରୁ ଏ ଅଞ୍ଚଳରେ ବିଭିନ୍ନ ନେତୃବର୍ଗ ଉଦ୍‌ବେଗ ପ୍ରକାଶ କରି ଆସୁଛନ୍ତି । ଏହି ଯୁବକମାନେ ରାସ୍ତାକଡରେ ଥିବା କେତେକ ଦୋକାନରେ କିମ୍ବା ନିଜେ ଫୁଟପା୍‌ରେ ଦୋକାନ କରି ଜିବୀକା ମେଣ୍ଟାଇବା ଲାଗି କାର୍ଯ୍ୟ କରିବା ସହ ଅନ୍ୟ କେତେ ଜଣଙ୍କୁ ନିଯୁକ୍ତି ଦେଇଥିଲେ । କିନ୍ତୁ ପ୍ରଥମେ ଜନତା କର୍ଫ୍ୟୁ ଓ ପରେ ୨୧ ଦିନ ଲାଗି ଲକ୍‌ଡାଉନ୍ ଘୋଷଣା ହୋଇଥିବାରୁ ସେଠାରେ ଅଚଳାବସ୍ଥା ଦେଖା ଦେଇଛି । କୋଦାନ ବଜାର ବନ୍ଦ ଯୋଗୁଁ ସେଠାରେ ଥିବା ୩୫ଜଣ ଯୁବକ ସିକନ୍ଦରାବାଦର ଓଡିଆନ୍ ନଗରରେ ୪/୫ଦିନ ହେଲା ଭୋକ ଉପାସରେ ପଡି ରହିଛନ୍ତି । ବିଜେଡି ସଂଖ୍ୟାଲଘ ସେଲ ରାଜ୍ୟ ଉପସଭାପତି ସେକ୍ ଅବଦୁଲ ଗନି ହୁସେନ୍‌ଥ ଏହି ଯୁବକମାନଙ୍କୁ ତୁରନ୍ତ ଉଦ୍ଧାର ପାଇଁ ବାଲେଶ୍ୱର ଜିଲ୍ଲାପାଳ ଓ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି ।

ରିପୋର୍ଟ : ଭୂପତି କୁମାର ପରିଡା