ରମାଦେବୀ ବିଶ୍ୱବିଦ୍ୟାଳୟ ଦ୍ଵିତୀୟ କ୍ୟାମ୍ପସ ନେଇ ବଢୁଛି ଅସନ୍ତୋଷ

ଭୁବନେଶ୍ବର : ରମାଦେବୀ ବିଶ୍ଵବିଦ୍ୟାଳୟ ର ଦ୍ଵିତୀୟ କ୍ୟାମ୍ପସ୍ ପ୍ରତିଷ୍ଠା ନେଇ ବଢୁଛି ଅସନ୍ତୋଷ। ଗୁୁରୁବାର ବିଶ୍ୱବିଦ୍ୟାଳୟର ନୂଆ ହଷ୍ଟେଲ ଉଦଘାଟନ ସମୟରେ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ ଦ୍ଵିତୀୟ କ୍ୟାମ୍ପସ୍ ପାଇଁ ଯାଗା ଚିହ୍ନଟ ଭୁବନେଶ୍ବର ଉପକଣ୍ଠ ଗୋଠପାଟଣା ଠାରେ ହୋଇଥିବା ଘୋଷଣା କରିଥିଲେ। କିନ୍ତୁ ଏନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି କୁଳପତି ପଦ୍ମଜା ମିଶ୍ର। କୁଳପତି ଙ୍କ କହିବା ଅନୁଯାୟୀ ଚିହ୍ନଟ ହୋଇଥିବା ଯାଗା ଛାତ୍ରୀଙ୍କ ପାଇଁ ସୁରକ୍ଷିତ ନୁହେଁ। କୋୖଣସି ଛାତ୍ରୀ ଏତେ ଦୂର ସ୍ଥାନକୁ ଯାଇ ମଧ୍ୟ ପାଠ ପଢ଼ିବା ସମ୍ଭବପର ନୁହେଁ। ତେଣୁ ସହର ମଧ୍ୟରେ ଯାଗା ଦେବାକୁ ସରକାର ଙ୍କୁ ଜଣାଇବେ ବୋଲି ସେ କହିଛନ୍ତି।ଏଠାରେ ପ୍ରଶ୍ନ ଉଠୁଛି ସରକାର ଙ୍କ ଏହି ନିଷ୍ପତ୍ତିକୁ କାହିଁକି ବିରୋଧ କରୁଛନ୍ତି କୁଳପତି। ପୂର୍ବରୁ ସହର ମଧ୍ୟରେ ଜମି ଯୋଗାଇଦେବା ଲାଗି ଦାବି ରହିଥିଲେ ମଧ୍ୟ ତାହା ଏକ ପ୍ରକାର ଅସମ୍ଭବ। ଉତ୍କଳ ବିଶ୍ଵବିଦ୍ୟାଳୟ ରେ ଦ୍ଵିତୀୟ କ୍ୟାମ୍ପସ୍ ହେବା ପାଇଁ ସ୍ଥିର ହୋଇଥିଲା କିନ୍ତୁ ବିରୋଧ ପାଇଁ ସହର ବାହାରେ ଯାଗା ଚିହ୍ନଟ ହୋଇଥିଲା।ତେବେ ଗୋଠପାଟଣା ରେ ଦ୍ଵିତୀୟ କ୍ୟାମ୍ପସ୍ ସପକ୍ଷରେ ବାହାରିଛନ୍ତି ଛାତ୍ରୀ। ଭୁବନେଶ୍ବର ଉପକଣ୍ଠ ରେ ଅନେକ କଲେଜ ଥିବା ବେଳେ ରମାଦେବୀ ର ଦ୍ଵିତୀୟ କ୍ୟାମ୍ପସ୍ ପ୍ରତିଷ୍ଠା ହେଲେ କୋୖଣସି ଅସୁବିଧା ନଥିବା ବିଶ୍ଵବିଦ୍ୟାଳୟ ର ଛାତ୍ରୀ ମାନେ ମତ ପ୍ରକାଶ କରିଛନ୍ତି।