ବିଧାୟକ ମୋତେ ଫସାଇଛନ୍ତି : ମାଧ ଖୁଣ୍ଟିଆ

ଭୁବନେଶ୍ୱର(ଆକାଶ ମିଶ୍ର): ଗତକାଲି କ୍ରାଇମବ୍ରାଞ୍ଚ ହାତରେ ଧରାପଡିଥିବା କୁଖ୍ୟାତ ଅପରାଧୀ ମାଧ ଓରଫ ସଚ୍ଚିଦାନନ୍ଦ ଖୁଣ୍ଟିଆ ଗିରଫ ହେବା ପରେ ଆଜି ସେ ଗଣମାଧ୍ୟମ ସମ୍ମୁଖରେ କିଛି ବିସ୍ଫୋରକ ବୟାନ ଦେଇଛି । ନିଆଳି ବିଧାୟକ ପ୍ରମୋଦ ମଲ୍ଲିକଙ୍କ ଚାପରେ ତାଙ୍କୁ ଗିରଫ କରାଯାଇଥିବା ଅଭିଯୋଗ ଆଣିଛି ମାଧ । ପାଣି ପଞ୍ଚାୟତରେ ବଡ ଧରଣର ଦୁର୍ନୀତି , ନିମ୍ନ ମାନର କାମ ଓ ପିସି ନେଇ ଗତ କିଛିଦିନ ତଳେ ଅଭିଯୋଗ ଆଣିବା ପରେ ତାଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା କହିଛି ମାଧ । ଅନ୍ୟପକ୍ଷେ ଏହାକୁ ଖଣ୍ଡନ କରିଛନ୍ତି ବିଧାୟକ । ଜଣେ ପେଶାଦାର ଅପରାଧୀରେ କଥା ଗ୍ରହଣୀୟ ନୁହେଁ ବୋଲି ସେ କହିଛନ୍ତି ।ସୂଚନାଯୋଗ୍ୟ ମାଧ ଓ ତାର ୩ ସହଯୋଗୀ ଙ୍କୁ ଗତକାଲି ଗିରଫ କରିଥିଲା ଏସ୍ଟିଏଫ । ବଲାଙ୍ଗୀର ରେ ଏକ ବଡ ଧରଣର ଲୁଟ ଯୋଜନା କରୁଥିବା ବେଳେ ତାକୁ ଗିରଫ କରାଯାଇଥିଲା । ତା ନାମରେ ରାଜ୍ୟର ବିଭିନ୍ନ ଥାନାରେ ୧୩୭ ଟି ମାମଲା ରହିଛି ।