ରଙ୍ଗେଈଲୁଣ୍ଡା ବ୍ଲକର ବିଭିନ୍ନ ପଞ୍ଚାୟତରେ ପାନୀୟ ଜଳ ପ୍ରକଳ୍ପର ଉଦଘାଟନ କଲେ ବିଧାୟକ…

ଗୋପାଳପୁର (ସମୃଦ୍ଧ ଓଡିଶା) ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରଙ୍ଗେଈଲୁଣ୍ଡା ବ୍ଲକର ବିଭିନ୍ନ ପଞ୍ଚାୟତରେ ପାନୀୟ ଜଳ ପ୍ରକଳ୍ପର ଉଦଘାଟନ ଗତକାଲି ହୋଇଯାଇଛି l ରଙ୍ଗେଈଲୁଣ୍ଡା ପଞ୍ଚାୟତର ବ୍ରଜନଗର ଗ୍ରାମ, ନାରାୟଣପୁର ପଞ୍ଚାୟତର ଵର୍ଜିସପେଣ୍ଠ ଗ୍ରାମ, ବକ୍ସିପଲ୍ଲୀ ପଞ୍ଚାୟତର ଧରମପୁର ଗ୍ରାମ, ଦୁରା ପଞ୍ଚାୟତର ଦୁରା ଗ୍ରାମ, ଗଉଞ୍ଜୁ ପଞ୍ଚାୟତର ଟେରା ଗଉଞ୍ଜୁ ଗ୍ରାମ, ହଳଦିଆପଦର ପଞ୍ଚାୟତର ସଦାନନ୍ଦବିହାର ଗ୍ରାମରେ ବିଧାୟକ ଗୋପାଳପୁର ଡ଼ଃ ପ୍ରଦୀପ କୁମାର ପାଣିଗ୍ରାହୀ ପାନୀୟ ଜଳ ପ୍ରକଳ୍ପର ଉଦଘାଟନ କରିବା ସହ ଦୁରା ଠାରେ ଜନ ସଚେତନା କାର୍ଯ୍ୟକ୍ରମରେ ଯୋଗଦେଇ ସମସ୍ତଙ୍କୁ ସାବୁନ, ମାସ୍କ, ସେନୀଟାଇଜର ବଣ୍ଟନ କରିଥିଲେ l ଏହି ପାନୀୟ ଜଳ ପ୍ରକଳ୍ପର ଉଦଘାଟନରେ ବିଧାୟକ ଡ଼ଃ ପ୍ରଦୀପ କୁମାର ପାଣିଗ୍ରାହୀଙ୍କ ସହ ରଙ୍ଗେଈଲୁଣ୍ଡା ବ୍ଲକ ଉପାଧ୍ୟକ୍ଷ ଅଜିତ କୁମାର ଦାସ, ରଙ୍ଗେଈଲୁଣ୍ଡା ବ୍ଲକ ଏବିଡିଓ ତ୍ରିପତି ବାଲାଜୀ ସାମନ୍ତରାୟ, ଗ୍ରାମୀଣ ପାନୀୟ ଜଳ ଯୋଗାଣ ବିଭାଗର ସହକାରୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ ସମୀର କୁମାର ପଟ୍ଟନାୟକ, ସମସ୍ତ ସରପଞ୍ଚ, ସମିତି ସଭ୍ୟ, ବିଜେଡି କର୍ମକର୍ତ୍ତା ଓ ଗ୍ରାମବାସୀ ଉପସ୍ଥିତ ଥିଲେ l

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା