ନିଲାମୀ ଅବଧି ସରିବା ପରେ ମଧ୍ୟ ଚାଲିଛି ପଥର ଚୋରି…

ଦିଗପହଣ୍ଡି (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ ବଢିବାରେ ଲାଗିଛି ପଥର ଚୋରି, ଏହାର ଏକ ଜ୍ଵଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ତୁରୁବୁଡି ଗ୍ରାମ ପଞ୍ଚାୟତ ଝରିପଦର ଗ୍ରାମରେ । ଝରିପଦର ଗ୍ରାମର ପଥର ମାଫିଆ ହରିଷ ରେଡି ଲକ୍ଷ ଲକ୍ଷ ଟଙ୍କା ସରକାରଙ୍କ ରାଜ୍ୟ ରାଜ କୁଶରୁ ହରିଲୁଟ କରୁଥିବା ଜାଣି ମଧ୍ୟ ପ୍ରଶାସନ ନିରବ ରହୁଥିବା ଜଣାପଡିଛି । ସୂଚନା ଅନୁସାରେ ୨୦୧୫ ମସିହାରୁ ୩୧/୦୩/୨୦୨୦ ପର୍ଯ୍ୟନ୍ତ ଉକ୍ତ ମାଫିଆଙ୍କୁ ପଥର ନିଲାମୀ ଦିଆଯାଇଥିଲା କିନ୍ତୁ ବର୍ତ୍ତମାନ ସୁଦ୍ଧା ସେ ପଥର ଚୋରି ଚାଲିଛି ତଥାପି ମଧ୍ୟ ପ୍ରଶାସନ ନିରବ ରହିଥିବା ଜଣାପଡିଛି । ଜନସାଧାରଣଙ୍କ ମନର ପ୍ରଶ୍ନ ଉଠୁଛି ଯେ କେଉଁ ପ୍ରଶାସନିକ ଅଧିକାରୀଙ୍କ ଛତ୍ରଛାୟା ତଳେ ରହି ପଥର ମାଫିଆ ପଥର ଚୋରି କରି ଚାଲିଛନ୍ତି । ଆଜିକୁ ୫ବର୍ଷ ହେଲା ପଥର ବ୍ଲାଷ୍ଟ ସମୟରେ ବହୁ ଜନସାଧାରଣ ଅକାମି ହୋଇ ଯାଇଛନ୍ତି । ଗତ ୧୦/୦୮/୨୦୨୦ ଦିନ ସକାଳେ ଉକ୍ତ ପଥର ମାଫିଆଙ୍କ ପଥର ବୋଝେଇ ଟ୍ରାକ୍ଟର (OD07T 1916) ଯାଉଥିବା ସମୟରେ ଏକ ବାଇକ ଚାଳକବକୁ ଧକ୍କା ଦେଇଥିଲା ଫଳରେ ଘଟଣା ସ୍ତଲରେ ସମ୍ପୃକ୍ତ ଘଟଣା ସ୍ଥଳରେ ଗୁରୁତର ଆହତ ହୋଇଥିଲେ । ଆହତଙ୍କୁ ପ୍ରଥମେ ବ୍ରହ୍ମପୁର ବଡ଼ମେଡିକାଲ ଓ ପରେ ତାଙ୍କ ସ୍ୱାସ୍ତ୍ୟ ଅଵସ୍ଥା ଅତି ଗୁରୁତର ହେବା କାରଣରୁ ତାଙ୍କୁ ଭୁବନେଶ୍ୱର ମେଡିକାଲକୁ ସ୍ଥାନତାର କରାଯାଇଥିଲା । ଆହତ ହୋଇଥିବା ପରିବାରଙ୍କ ଆର୍ଥିକ ଅବସ୍ଥା ଅତି ଶୌଚନୀୟ ଥିବା ସମୟରେ ପଥର ମାଫିଆ ହରିଷ ରେଡି ତାଙ୍କୁ ସହାୟତର ଆଶା ଦେଖାଇଥିଲେ କିନ୍ତୁ ଘଟଣାର ୩ମାସ ବିତି ଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଆହତଙ୍କ ପରିବାରକୁ ସହାୟତ ପ୍ରଦାନ କରାଯାଇ ନ ଥିବା ଅଭିଯୋଗ ହୋଇଛି । ସବୁଠୁ ବଡ଼ ପ୍ରଶ୍ନ ଉକ୍ତ ପଥର କୁଆରୀ ନିକଟରେ ଏକ ସରକାରୀ ସ୍କୁଲରେ ପଥର ଫୁଟେଇବା ବେଳେ ଉକ୍ତ ସ୍କୁଲରେ ମଧ୍ୟ ପଥର ପଡୁଛି ଯାହା ଫଳରେ ଛୋଟ ଛୋଟ ପିଲା ମାନଙ୍କ ଜୀବନ ବିପଦରେ ରହୁଛି । ତଥାପି ସ୍ଥାନୀୟ ପ୍ରଶାସନ ପକ୍ଷରୁ କାହିଁକି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ ତାହା ସାଧାରଣ ଜନତାଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା