ରଘୁନାଥ ଯୁବକ ସଂଘ ପକ୍ଷରୁ ଜନମଙ୍ଗଳ କାର୍ଯ୍ୟକ୍ରମକୁ ନେଇ ବୁଦ୍ଧିଜୀବୀଙ୍କ ମହଲରେ ବହୁ ପ୍ରଶଂସା…

ଦିଗପହଣ୍ଡି (ସମୃଦ୍ଧ ଓଡିଶା) ଯୁବ ନେତା ତଥା ସାମାଜିକ କର୍ମୀ ରାମକୃଷ୍ଣ ପାଢୀ(ଚଗଲା)ଙ୍କ ତତ୍ତ୍ୱାବଧାନରେ ଚାଲିଥିବା ଦିଗପହଣ୍ଡି ବ୍ଳକ ଅନ୍ତର୍ଗତ ବଡଡୁମୁଳା ପଞ୍ଚାୟତର ରଘୁନାଥ ଯୁବକ ସଂଘ ଦ୍ୱାରା ଗ୍ରାମର ରାସ୍ତା କଡରେ ପଡି ରହିଥିବା ଅଳିଆ ଅବର୍ଜନାକୁ ସଫା କରାଯାଇଛି । ରାସ୍ତା କଡରେ ଅଳିଆ ଅବର୍ଜନା ପଡି ଗ୍ରାମସାରା ଦୁର୍ଗନ୍ଧ ହେଉ ଥିଲା ଏବଂ ପରିବେଶ ପ୍ରଦୁଷଣ ହୋଇ ରହୁଥିଲା । ଗାଁ ଲୋକେ ସ୍ଥାନିୟ ପ୍ରତିନିଧିକୁ ବାରମ୍ବାର କହିଲେ ମଧ୍ୟ ଗ୍ରାମର ପରିମଳ ପ୍ରତି ଦୃଷ୍ଟି ଦେଉ ନ ଥିଲେ । ପରେ ଗ୍ରାମବାସି ଯୁବକ ସଂଘ ସଭାପତି ମାଗି ଗୌଡକୁ ଜଣାଇଥିଲେ । ସେ ଯୁବକ ସଂଘର ପ୍ରତିଷ୍ଠାତା ଓ ପରାମର୍ଶ ଦାତା ରାମକୃଷ୍ଣ ପାଢୀଙ୍କ ସହିତ କଥା ହୋଇ ସବୁ ସଦସ୍ୟମାନଙ୍କୁ ଡାକି ଏକ ବୈଠକ କରି ଗ୍ରାମର ରାସ୍ତାରେ ପଡିଥିବା ଅଳିଆ ଅବର୍ଜନା ସଫା କରିବା ପାଇଁ ନିଷ୍ପତି ନେଇ ଗ୍ରାମର ଅଳିଆ ଅବର୍ଜନା ସବୁ ସଫା କରାଇଥିଲେ । ଏହିପରି ଜନମଙ୍ଗଳ କାମ ପାଇଁ ଗ୍ରାମବାସି ରଘୁନାଥ ଯୁବକ ସଂଘର ସଦସ୍ୟ ମାନଙ୍କୁ ଧନ୍ୟବାଦ ଅର୍ପଣ କରିବା ସହ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଛି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା