କର୍ମବୀର ବୃନ୍ଦାବନ ନାୟକଙ୍କ ୩୬ତମ ଶ୍ରାଦ୍ଧ ବାର୍ଷିକ ଉତ୍ସବ ପାଳିତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଓଡ଼ିଶାର ଅନ୍ୟତମ ବିଶିଷ୍ଠ ଜନନେତା ସ୍ୱର୍ଗତ ବୃନ୍ଦାବନ ନାୟକଙ୍କ ୩୬ତମ ଶ୍ରାଦ୍ଧ ବାର୍ଷିକ ଉତ୍ସବ ନଭେମ୍ବର ୧ ରବିବାର ଦିନ ପାଳିତ ହୋଇ ଯାଇଛି । ପୂର୍ବାହ୍ନରେ ନୀଳକଣ୍ଠେଶ୍ଵର ପୁଷ୍କରିଣୀରେ ବୃନ୍ଦାବନ ବାବୁଙ୍କ ଉଦ୍ଦେଶ୍ୟରେ ତିଳତର୍ପଣ ଓ ସମାଧି ସ୍ଥଳରେ ମାଲ୍ୟାର୍ପଣ କରାଯାଇଥିଲା । ଏହାପରେ କାମାପଲ୍ଲୀ ସ୍ଥିତ ପ୍ରତିମୂର୍ତ୍ତିରେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁଙ୍କ ସମେତ ବିଶିଷ୍ଟ ବ୍ୟକ୍ତି ଓ ସର୍ବସାଧାରଣ ପୁଷ୍ପମାଲ୍ୟ ଦେଇଥିଲେ । ମଧ୍ୟାହ୍ନରେ ହିଲପାଟଣା ସ୍ଥିତ ଏସଏମଆଇଟି କାର୍ଯ୍ୟାଳୟରେ ସଂକ୍ଷୀପ୍ତ ସ୍ମୃତି ଚାରଣ ସଭା ଆୟୋଜନ କରାଯାଇଥିଲା । ଏଥିରେ ଏସଏମଆଟି ସଭାପତି ଭଗବାନ ଗନ୍ତାୟତ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ ଡା.ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଯୋଗ ଦେଇ କହିଥିଲେ ଯେ ବୃନ୍ଦାବନ ବାବୁ ନାମରେ ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟରେ ଗୋଟିଏ ଚେୟାର ପ୍ରତିଷ୍ଠା କରାଯାଉ । ସେହପରି ବୃନ୍ଦାବନ ବାବୁ ପ୍ରତିଷ୍ଠା କରିଯାଇଥିବା ଏସଏମଆଇଟିକୁ ଗୋଟିଏ ଡିମଡ଼ ବିଶ୍ୱ ବିଦ୍ୟାଳୟରେ ପରିଣତ କରିବା ଦିଗରେ ପଦକ୍ଷେପ ନିଆଯିବ ଦରକାର । ଏହି ସଭାରେ ବୃନ୍ଦବନ ନାୟକ ସ୍ମୃତି କମିଟି ସମ୍ପାଦକ ପ୍ରମୋଦ କୁମାର ପଣ୍ଡା ସ୍ୱାଗତ ଭାଷଣ ଦେଇଥିବା ବେଳେ ଏସଏମଆଇଟି ସମ୍ପାଦକ ଯାମୁଲା ଶଙ୍କର ନାରାୟଣ ସମସ୍ତଙ୍କୁ ଧନ୍ୟବଦ ଦେଇଥିଲେ । ତିନି ପର୍ଯ୍ୟାୟରେ ପାଳିତ ହୋଇଥିବା ଏହି ଶ୍ରାଦ୍ଧ ମହୋତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଜଗବନ୍ଧୁ ନାୟକ, ସୋନାଲି ଗନ୍ତାୟତ, ଗଞ୍ଜାମ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସ୍ନେହଲତା ପଣ୍ଡା, ରବି ପଟ୍ଟନାୟକ, ରବି ମହାରଣା, ଡା. ରବୀନ୍ଦ୍ର ହୋତା, ଗୌରୀ ଶଙ୍କର ମହାନ୍ତି, ବାଳକୃଷ୍ଣ ସାମନ୍ତରା, କିଶୋରକପୁର, ବନମାଳୀ ସାହୁ, ଏସଏମଆଟି ଇଂଜିନିୟରିଂ କଲେଜ ଅଧ୍ୟକ୍ଷ ଡ଼ଃ ଜଗନ୍ନାଥ ସାହୁ, ଏମବିଏ ଅଧ୍ୟକ୍ଷ ଡ଼ଃ ସତ୍ୟବ୍ରତ ଦାସ, ଗଣଯୋଗଯୋଗ ବିଭାଗ ଅଧ୍ୟକ୍ଷ ଡ଼ଃ ହରିକୃଷ୍ଣ ବେହେରା, ଯୁକ୍ତ ୨ କଲେଜ ନିର୍ଦ୍ଦେଶିକା ଡ଼ଃ ପ୍ରଜ୍ଞା ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା