ରକ୍ଷା ବନ୍ଧନରେ ବାନ୍ଧି ହେଲେ ବୃକ୍ଷ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ସବୁଜ ବାହିନୀ ତରଫରୁ ଭିନ୍ନ ଢଙ୍ଗରେ ପବିତ୍ର ରକ୍ଷା ବନ୍ଧନ ପାଳନ କରାଯାଇଛି । ଏହି ରକ୍ଷା ବନ୍ଧନରେ ସଦସ୍ୟ ମାନେ ବୃକ୍ଷକୁ ସୁରକ୍ଷା କରିବା ନିମନ୍ତେ ସଂକଳ୍ପ କରିବା ସହ ରକ୍ଷା ଡୋର ବାନ୍ଧି ଥିଲେ । ଆବାହମାନ କାଳରୁ ବିପଦ ଆପଦରେ ସୁରକ୍ଷା ନିମନ୍ତେ ଭଉଣୀ ତା ଭାଇ ହାତରେ ରକ୍ଷା ଡୋର ବାନ୍ଧି ଆସୁଛି । ବର୍ତ୍ତମାନ ସାରା ବିଶ୍ବରେ ଯେଭଳି ଅଭାବନୀୟ ପ୍ରାକୃତିକ ବିପର୍ଯ୍ୟୟ ଘଟୁଛି ତାର ପ୍ରଶମନ ନିମନ୍ତେ ବୃକ୍ଷର ସୁରକ୍ଷା ଅପରିହାର୍ଯ୍ୟ ତେଣୁ ଏହାର ସୁରକ୍ଷା ସଙ୍କଳ୍ପ ପୂର୍ବକ ସବୁଜ ବାହିନୀର ସଦସ୍ୟ ମାନେ ଗଛକୁ ରକ୍ଷା ବାନ୍ଧି ଭିନ୍ନ ଢଙ୍ଗରେ ରକ୍ଷା ବନ୍ଧନ ପାଳିଛନ୍ତି । ସବୁଜ ବାହିନୀ ତରଫରୁ ପୂର୍ବରୁ ବିଭିନ୍ନ ବିପର୍ଯ୍ୟୟରେ ସୁରକ୍ଷା ପ୍ରଦାନ କରାଯାଇଥିବା ହରିଡାଖଣ୍ଡି ମୁଖ୍ୟରାସ୍ତା, ଗାନ୍ଧି ନଗର, ପଞ୍ଚୁ ଦେବାଳୟ ମଠ, ବ୍ୟାଙ୍କ କଲୋନୀ, ପୁରୁଣା ବ୍ରହ୍ମପୁର ହାଇସ୍କୁଲ ନିକଟରେ ଥିବା ବୃକ୍ଷରେ ରକ୍ଷା ଡୋର ବାନ୍ଧି ଥିଲେ । ଏହି କାର୍ଯ୍ୟକ୍ରମରେ ସଭାପତି ଶିବରାମ ପାଣିଗ୍ରାହୀ, କୋଷାଧକ୍ଷ ଦିପକ କୁମାର ପାତ୍ର, ଏ.ପ୍ରକାଶ, ଶୁସିଲ କୁମାର, ଶିବରାମ ବେହେରା, ବନମାଳୀ ପ୍ରଧାନ, ସତ୍ୟ ନାରାୟଣ ଦାସ, ବିଷ୍ଣୂ ପ୍ରସାଦ ଦାସ, ଦିଲ୍ଲିପ ଆଚାରୀ, ସାଗର ସାହୁ, ନରେଶ ଆଚାରୀ ଓ ପ୍ରଶନ୍ନ ସ୍ୱାଇଁ ପ୍ରମୂଖ ଯୋଗ ଦେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା