ରକ୍ତଦାନରେ ବାଲେଶ୍ୱର ଜିଲାର ସର୍ବକାଳୀନ ରେକର୍ଡ : ଜିଲାରେ ୨ୟ ସ୍ଥାନ ଅଧିକାର କରିଥିବା ବୁଖାରୀବାବା ଅର୍ଡର ସପ୍ଲାୟରକୁ ଜଳେଶ୍ୱରରେ ସମ୍ବର୍ଦ୍ଧନା…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲାରେ ରକ୍ତର ଅଭାବ ମେଣ୍ଟାଇବା ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଥିବା ବେଳେ ଚଳିତବର୍ଷ ରେକର୍ଡ ସୃଷ୍ଟି କରିଛି । ଜଳେଶ୍ୱରର ବୁଖାରୀ ବାବା ଅର୍ଡର ସପ୍ଲାୟର ୨୦୨୧ ମସିହାରେ ବାଲେଶ୍ୱର ଜିଲାରେ ରକ୍ତ ସଂଗ୍ରହରେ ୨ୟ ସ୍ଥାନ ଅଧିକାର କରିଥିବାରୁ ରକ୍ତଦାତା ସଂଘ ପକ୍ଷରୁ ଜିଲାପାଳଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଛି । ଆଜି ଏପରି ଏକ ସଂସ୍ଥା ୨୦୨୧ରେ ଗୋଟିଏ ଶିବିରରୁ ୪୦୨ ୟୁନିଟ୍ ରକ୍ତ ସଂଗ୍ରହ କରିଥିବାର ଆଜି ଏକ ସମ୍ବାଦିକ ସମ୍ମିଳନୀରେ କହୁଯାଇଛି । କଦା ବାଲେଶ୍ୱର ଜିଲାରେ ୨୦୦୬ ମସିହାରେ ମାତ୍ର ୫୯ଟି ଶିବିରରୁ ୨୩୦୩ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇପାରିଥିବା ବେଳେ ଆବଶ୍ୟକତା ୮୦୦୩ ରହିଥିଲା । ଅର୍ଥାତ୍ ଜିଲାରୁ ରକ୍ତ ସଂଗ୍ରହ ହାର ୨୮.୭୮ ହୋଇଥିଲା । ୨୦୧୭ରେ ୨୩୬ଟି ଶିବିରରୁ ୧୪୧୧୪ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିବା ବେଳେ ୧୭୨୦୦ ୟୁନିଟ୍ ଆବଶ୍ୟକତା ଥିଲା । ଜିଲାରୁ ୮୧.୮୦ ମାତ୍ର ସଂଗୃହିତ ହୋଇଥିଲା । କିନ୍ତୁ ୨୦୨୦ରେ ୩୬୫ଟି ଶିବିରରୁ ୨୧୫୮୧ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିବା ବେଳେ ୨୨୬୦୦ୟୁନିଟ୍‌ର ଆବଶ୍ୟକତା ଥିଲା । ଅର୍ଥାତ୍ ରକ୍ତ ସଂଗ୍ରହ ହାର ୯୫.୪୯ ଥିଲା । ୨୦୨୧ରେ ୩୬୦ ଶିବିରରୁ ୨୪୨୬୬ ୟୁନିଟ୍ ସଂଗୃହିତ ହୋଇଥିବା ବେଳେ ଆବଶ୍ୟକତା ଥିଲା ୨୩୩୭୪ । ଅର୍ଥାତ୍ ରକ୍ତ ସଂଗ୍ରହ ହାର ୧୦୩.୮୧ ଥିଲା । ସଚେତନତା, ଅନ୍ୟକୁ ସହାୟତା କରିବାର ମାନସିକତା ଇତ୍ୟାଦି ଯୋଗୁଁ ରକ୍ତଦାନ କାର୍ଯ୍ୟକ୍ରମ ଜିଲାରେ ବଢି ଚାଲିଛି । ବାଲେଶ୍ୱର ଜିଲାରେ ୨୦୨୧ ମସିହାରେ ବାଲେଶ୍ୱରର ଦୁଃଖି ସମାଜ ରକ୍ତ ସଂଗ୍ରରେ ପ୍ରଥମସ୍ଥାନ ଅଧିକାର କରିଥିବା ବେଳେ ଜଳେଶ୍ୱରର ବୁଖାରୀ ବାବା ୨ୟ ସ୍ଥାନ ଅଧିକାରୀ ବିଶ୍ୱରକ୍ତଦାନ ଦିବସରେ ଜିଲାସ୍ତରରେ ପୁରସ୍କୃତ ହୋଇଛନ୍ତି । ବୁଖାରୀ ବାବା ଅର୍ଡ ସାପ୍ଲାୟର ପ୍ରତିଷ୍ଠାତା ସେକ୍ ସାଜନ ଓ ତାଙ୍କ ସହଧର୍ମିଣୀ ଜାହିରା ବିବିଙ୍କ ପ୍ରଚେଷ୍ଟାରେ ଏପରି ଏକ ସଫଳତ ମିଳିଥିବାର ଜିଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ଆୟୋଜିତ ସଭାରେ କହିଛନ୍ତି । ଏହା ଜଣାଯିବାପରେ ଆଜି ଜଳେଶ୍ୱରରେ ଏହି ସଂସ୍ଥାକୁ ବିଭିନ୍ନ ମହଲରୁ ପ୍ରସଂସାର ସୁଅ ଛୁଟିଛି । ଆସନ୍ତା ଦିନରେ ଏକ ମେଗା ରକ୍ତନାଦ ଶିବିର ଆୟୋଜନ କରି ସମଗ୍ର ଜିଲାରେ ପ୍ର୍‌ଥମ ସ୍ଥାନ ଅଧିକାର କରିବେ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଆଜିର ସାମ୍ବାଦିକ ସମ୍ମିଳନୀରେ ସେକ୍ ଇସ୍‌ଲାମ, ସେକ୍ ସାଜନ ଓ ଜାହିରା ବିବି ପ୍ରମୁଖ ଉପସ୍ଥିତ ଥିବା ବେଳେ ସେକ୍ ଅବଦୁଲ ରହିମ, ସମ୍ବୁନାଥ ଦାସ ଓ ମନୋରଂଜନ ଦାସ ବକ୍ତବ୍ୟ ପ୍ରଦାନ କରିଥିଲେ । ସତ୍ୟରଂଜନ ମହାପାତ୍ର, ମୋତି ଖାନ, ଇନ୍‌ଜାତ ଖାନ୍‌, ଆଜମେର ଖାଁ ପରିଚାଳନା କରିଥିଲେ ।

ରିପୋର୍ଟ : ଭୂପତି ପରିଡା