ଗଣେଶଚନ୍ଦ୍ର ଜେନାଙ୍କୁ ଗୁରୁ ଗୌରବ ସମ୍ମାନ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଶିକ୍ଷକତା ସହିତ ସମାଜ ସେବା, ସାରସ୍ୱତ ସାଧନା, ନାଟକ ଅଭିନୟ, ସଂଗୀତ ରଚନା ଓ ସଂଯୋଜନା ଇତ୍ୟାଦି ତାଙ୍କର ଅବଦାନ ପାଇଁ ସେ ଅବିସ୍ମରଣୀୟ । ଗତ କରୋନା ସମୟରେ ନିଜ ଅଂଚଳରେ ବୁଲି ବୁଲି ପାଠ ପଡାଇବା, ମୋବାଇଲରେ ପାଠପଢା ଲାଗି ସଚେତନତା କରାଇବା, ବିଦ୍ୟାଳୟ ଛାଡୁଥିବା ପିଲାମାନଙ୍କୁ ସ୍ୱତନ୍ତ୍ରଭାବେ ଶିକ୍ଷାଦାନ ଦେବା, ମାସ୍କ ଓ ସେନିଟାଇଜର ବ୍ୟବହାର ଲାଗି ସଚେତନତା କରାଇବା । ରକ୍ତ ଦାନ ଓ ବସ୍ତ୍ର ଦାନ କରିବା ସହିତ ବିଭିନ୍ନ ସ୍ଥାନରେ ବୃକ୍ଷରୋପର କରି ଚର୍ଚ୍ଚାର ପରିଧିକୁ ଆସିଛନ୍ତି । ତେଣୁ ରାଜ୍ୟସ୍ତରୀୟ ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ସ୍ୱନକ୍ଷତ୍ର ଦିବସ ଅବସରରେ ଶ୍ରୀ ଜେନାଙ୍କୁ ଗୁରୁ ଗୌରବ-୨୦୨୨ରେ ସମ୍ବର୍ଦ୍ଧିତ କରାଯାଇଛି । ସମ୍ମାନୀତ ହୋଇଥିବା ସଭାରେ ଓଡିଶା ସାହିତ୍ୟ ଏକାଡେମୀର ସଭାପତି ଡ. ହୃଷିକେଷ ମଲ୍ଲିକ, ପଦ୍ମଶ୍ରୀ ଦେବିପ୍ରସାଦ ମିଶ୍ର, ପୁର୍ବତନ ଅର୍ଥମନ୍ତ୍ରୀ ପଂଚାନନ କାନୁନଗୋ, ପୂର୍ବତନ ସାଂସଦ ଡ. ପ୍ରଶନ୍ନ କୁମାର ପାଟଶାଣୀ, ହୁସେନରବି ଗାନ୍ଧୀ, ପାରିକୁଦର ରାଜା ସନ୍ତୋଷ କୁମାର ଦେଓ, ବିଧାୟକ ଅନନ୍ତ ନାରାୟଣ ଜେନା, ପ୍ରଦୀପ ବିଶ୍ୱାଳ, ସ୍ତମ୍ଭକାର ବିଣାପାଣି ଚୌଧୁରୀ, ଅନୁଷ୍ଠାନ ପ୍ରତିଷ୍ଠାତା ବଳରାମ ତରାଇ ଉପସ୍ଥିତ ଥିବା ବେଳେ ଚକ୍ରଧର ତ୍ରିପାଠୀ ସଭାପତିତ୍ୱ କରିଥିଲେ । ଗଣେଚନ୍ଦ୍ର ଜେନା ଜଳେଶ୍ୱର ନିର୍ବାଚନ ମଣ୍ଡଳୀର ସନ୍ତୋଷପୁର ପଂଚାୟତର ପାଇଁଶକୋଲି କ୍ଳଷ୍ଟର ଗଂଗାଧରପୁର ସରକାରୀ ବିଦ୍ୟାଳୟରେ ଶିକ୍ଷକତା କରୁଥିବା ଜଣାଯାଇଛି ।

ରିପୋର୍ଟ : ଭୂପତି ପରିଡା