ଯୁବ କଂଗ୍ରେସ ଗଜପତି ଜିଲ୍ଲା ଦାଇତ୍ୱରେ ରହିଲେ ଚିନ୍ମୟ କୁମାର ହୋତା…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗଜପତି ଜିଲ୍ଲା ଯୁବ କଂଗ୍ରେସକୁ ସୁଦୃଢ ଓ ଗତିଶୀଳ କରିବା ପାଇଁ ରାଜ୍ୟ ଯୁବ କଂଗ୍ରେସ ସଭାପତି ଡ଼. ସ୍ମୃତି ରଞ୍ଜନ ଲେଙ୍କା, କେନ୍ଦ୍ରୀୟ ପ୍ରଭାରୀ ମିଲଣ୍ଡ ଗୌତମ ଓ ସହପ୍ରଭାରୀ ଅଭିନଵ ସିଦ୍ଧାର୍ଥ ଭଗତଙ୍କ ସୁପାରିଶ କ୍ରମେ ଗଞ୍ଜାମ ଜିଲ୍ଲା ଯୁବ କଂଗ୍ରେସର ପ୍ରାକ୍ତନ ସଭାପତି ଚିନ୍ମୟ କୁମାର ହୋତାଙ୍କୁ ଗଜପତି ଜିଲ୍ଲା ଯୁବ କଂଗ୍ରେସର ପ୍ରଭାରୀ ରୂପେ ନିଯୁକ୍ତ ଦିଆଯାଇଛି । ନିଯୁକ୍ତି ପାଇବା ପରେ ଶ୍ରୀ ହୋତା ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ଯେ ଗଜପତି ଜିଲ୍ଲାରେ କଂଗ୍ରେସର ବିଜୟ ଓ ଗୌରବ ଯାତ୍ରାକୁ ଅପରିବର୍ତ୍ତିତ ରଖିବା, ଆଦିବାସୀ ଓ ଦଳିତ ଲୋକଙ୍କ ହକ ପାଇଁ ଲଢ଼ିବାରେ ଯୁବ କଂଗ୍ରେସ ତାର ଦାଇତ୍ଵ ନିର୍ବାହ କରିବ । ନବୀନ ସରକାରଙ୍କର ଆଦିବାସୀ ବିରୋଧୀ ନୀତିକୁ ବିରୋଧ କରାଯିବ ।