ଯୁବ ଓ ବିଦ୍ୟାର୍ଥୀ ଉତ୍କଳ ଭାରତର ରାଜ୍ୟ ସମ୍ମିଳନୀ ରାଜ୍ୟ ସରକାରଙ୍କ ଅପାରଗତାରୁ ଓଡ଼ିଆ ଯୁବକ ଦାଦନ ଖଟୁଛି:ଉତ୍କଳ ଭାରତ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ରାଜ୍ୟସରକାରଙ୍କ ଅପାରଗତା ଓ ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କ ଅପରିମାଣଦର୍ଶିତା ଯୋଗୁଁ  ଓଡ଼ିଆ ଯୁବକ ଦାଦନ ଖଟୁଛି ବୋଲି ଯୁବ ଓ ବିଦ୍ୟାର୍ଥୀ ଉତ୍କଳ ଭାରତ କାର୍ଯ୍ୟକର୍ତ୍ତାରାଜ୍ୟ ସମ୍ମେଳନୀରେ ଉଦବେଗ ପ୍ରକାଶ ପାଇଛି । ଯୁବ ଉତ୍କଳ ଭାରତ ର ସଭାପତି ଜଗଦିଶ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆଜି ଭୁବନେଶ୍ୱରଠାରେ ଅନୁଷ୍ଠିତ   କାର୍ଯ୍ୟକର୍ତ୍ତା ସମ୍ମେଳନୀ ରେ ପାଳିତ ରାଜନୀତି ପ୍ରସ୍ତାବରେ  କୁହାଯାଇଛି ଯେ, ସମଗ୍ରଦେଶରେ ଯେଭଳି ବିକାଶର ଧାରା ପ୍ରଭାହିତ ହେଉଛି ମାତ୍ର ଓଡିଶା ଏ ଦିଗରେ ବହୁ ପଛରେ ପଡିଛି । ଏଥିପାଇଁ ନବୀନ ବାବୁଙ୍କ ନେତୃତ୍ୱରେ ଚାଲିଥିବା ବିଜେଡି ସରକାର ମୁଖ୍ୟ ପ୍ରତିବନ୍ଧକ ଅଟେ । ଦେଶର ବହୁ ବଡ଼ ବଡ଼ ସହରମାନଙ୍କରେ ଓଡ଼ିଆ ଯୁବକ ଏବେ ଦାଦନ ଶ୍ରମିକ ଭାବରେ କାର୍ଯ୍ୟ କରୁଛି । ଏବେ ଓଡ଼ିଆ ଦାଦନ ଶ୍ରମିକ ରାଜ୍ୟ ଭାବରେ ପରିଚିତ ହଲାଣି । ଅଥଚ ଓଡ଼ିଶା ସରକାର ‘ବିଜୁ ଯୁବ ବାହିନୀ’, ‘ମୁଁ ଓଡ଼ିଆ, ମୁଁ ହୀରୋ’ ଭଳି କାର୍ଯ୍ୟକ୍ରମ ନାମରେ କୋଟି କୋଟି ଟଙ୍କା ଅପବ୍ୟୟ କରିବାରେ ଲାଗିଛନ୍ତି । ପୁନଶ୍ଚ ‘ସ୍କିଲ ଇଣ୍ଡିଆ’ କାର୍ଯ୍ୟକ୍ରମ ରାଜ୍ୟରେ ଏକ ପ୍ରହସନରେ ପରିଣତ ହୋଇଛି ।  ଦୀର୍ଘ  ବର୍ଷ ହେଲା ବିଜେଡି ନେତୃତ୍ୱାଧୀନ ସରକାର ଓଡ଼ିଶାରେ ଶାସନ କରୁଥିଲେ ମଧ୍ୟ ସବୁ ପ୍ରକାର ରିପୋର୍ଟରେ ଓଡିଶାର ସ୍ଥାନ ବଡ଼ କୋଡିଏଟି ରାଜ୍ୟ ମଧ୍ୟରୁ ୧୮ ବା ୧୯ ସ୍ଥାନରେ ରହୁଛି । ସବୁବେଳେ ଦାରିଦ୍ର୍ୟକୁ ନେଇ ଓଡିଶାର ଲଢ଼େଇ ବିହାର ସାଙ୍ଗରେ  ହେଉଛି । ଅଥଚ ଆମ ନେତାମାନେ କହିଆସିଛନ୍ତି ଯେ, ଓଡ଼ିଶାରେ ଖଣି ଅଛି, ଜଙ୍ଗଲ ଅଛି, ପାହାଡ ଅଛି, ନଦୀ ଅଛି, ସମୁଦ୍ର ଅଛି । ଏତେ ପ୍ରାକୃତିକ ସମ୍ପତି ଥିଲେ ମଧ୍ୟ ଓଡ଼ିଶାର ଦାରିଦ୍ର୍ୟ ମେଂଟୁନାହିଁ  କାହିଁକି? ପୋସ୍କୋ, ମିତଲ ପରି ବଡ଼ ବଡ଼ ଶିଳ୍ପମାନଙ୍କୁ ଜମି ନଦିଆଯିବା ଫଳରେ ସେମାନେ ଓଡ଼ିଶା ଛାଡ଼ି ପଳେଇଯାଇଛନ୍ତି  । ସେଥିପାଇଁ ଲକ୍ଷ ଲକ୍ଷ ଓଡ଼ିଆ ଯୁବକମାନେ ଦାଦନ ଖଟିବା ପଇଁ ଓଡ଼ିଶା ବାହାରକୁ ପଳାୟନ  କରୁଛନ୍ତି  । ଉକ୍ରଳ ଭାରତ ବଡ଼ ବଡ଼ ଶିଳ୍ପମାନଙ୍କୁ ଓଡ଼ିଶାରେ ପ୍ରତିଷ୍ଠିତ କରି ଓଡ଼ିଆ ଯୁବକ-ଯୁବତୀମାନଙ୍କର ଦକ୍ଷତା ବୃଦ୍ଧିକରି ଏଠାରେ ଭଲ ଦରମାର କାମ ଦେବ । ନୂଆ ଟେକ୍ନୋଲୋଜି ତଥା କୃଷି ବିଜ୍ଞାନର ପ୍ରୟୋଗ କରି କୃଷି ଉତ୍ପାଦନକୁ ଦ୍ୱିଗୁଣିତ କରିବ ଏଭଳି ପରିସ୍ଥିତିରେ  ଉତ୍କଳ ଭାରତର ସୁଶାସନ ତଥା ଦକ୍ଷ ପ୍ରଶାସନ ଦେବା ପାଇଁ ସଙ୍କଳ୍ପପବଦ୍ଧ ଅଟେ ।  ତେଣୁ ବିଜେଡି ହଟିଲେ ଓଡ଼ିଶାର ବିକାଶ ସମ୍ଭବ ବୋଲି ପ୍ରସ୍ତାବରେ କୁହାଯାଇଛି ।ଏହି ସମ୍ମେଳନୀରେ ଯୋଗ ଦେଇ ଉତ୍କଳ ଭାରତ ରାଜ୍ୟ ସଭାପତି ମହାମେଘବାହନ ଐର ଖାରବେଳ ସ୍ୱାଇଁ କହିଛନ୍ତି ଯେ, ୨୦୧୯ରେ ଉତ୍କଳ ଭାରତ ଶାସକ ବିଜେଡିର ବିକଳ୍ପ ହେବା ପାଇଁ ଓ ଓଡ଼ିଶାର ସମୃଦ୍ଧି ପାଇଁ ସାରା ରାଜ୍ୟରେ ତା’ର ସଂଗଠନକୁ ବଢ଼େଇବା ପାଇଁ ଉଦ୍ୟମରେ ଲାଗିଛି । ତେବେ ଦୀର୍ଘ ୧୮ବର୍ଷରୁ ଉଦ୍ଧ୍ୱର୍ ହେବ ଓଡ଼ିଶାକୁ ନୀରଙ୍କୁଶ ଭାବେ ଶାସନ କରି ଚାଲିଥିବା ବିଜେଡିକୁ ଏକ ଭ୍ରଷ୍ଟାଚାରୀ, ଦୁର୍ନୀତିଗସ୍ତ ଓ ଅପାରଗ ବୋଲି ସେ ବର୍ଣ୍ଣନା କରିଛନ୍ତି । ରାଜ୍ୟର ଏହି ଶାସକ ଦଳର ନେତୃତ୍ୱ କୌଣସି ଦୂରଦୃଷ୍ଟି ବା ଦକ୍ଷତା ପ୍ରଦର୍ଶନ କରିପାରିନାହାନ୍ତି । ଟଙ୍କିକିଆ ଚାଉଳ, ଭାତ ଡାଲମା ଓ ମୋବାଇଲ ଇତ୍ୟାଦି ବାଂଟୁଥିବା ଏହି ସରକାର ଆଜି ଓଡ଼ିଆମାନଙ୍କୁ ଏକ ଛତ୍ରଖିଆ ଜାତିରେ ପରିଣତ  କରିଦେଇଛି । ଆଳସ୍ୟ ଏ ଜାତିର ମୁଖ୍ୟ ବିଳାସ ହୋଇଯାଇଛି । ଏଥିପାଇଁ କୃଷି ଉତ୍ପାଦନ ରେଓଡ଼ିଶା, ଆନ୍ଧ୍ର, ପଶ୍ଚିମବଙ୍ଗ, ତାମିିଲନାଡ଼ୁ ଓ ଏପରିକି ଝାଡ଼ଖଣ୍ଡ, ଛତିଶଗଡ଼, ରାଜସ୍ଥାନ ଓ ମଧ୍ୟପ୍ରଦେଶଠାରୁ ପଛରେ ପଡ଼ିଛି । ଅନାବଶ୍ୟକ ଭାବରେ ବିଜେଡି ସରକାର କଂଗ୍ରେସ ଏବଂ ବିଜେପି ଦଳମାନଙ୍କର ନୀରବ ସମର୍ଥନରେ ବର୍ଷକୁ ୩୫ କୋଟି ଟଙ୍କା ଖର୍ଚ୍ଚ କରି ବିଧାନ ପରିଷଦ ଗଢି ନିଜ ଦଳର ନେତାମାନଙ୍କର ଥଇଥାନ କରିବାର ପ୍ରଚେଷ୍ଟାକୁ ବିରୋଧ କରିବ ବୋଲି ଉତ୍କଳ ଭାରତର ସଭାପତି ଶ୍ରୀ ଖାରବେଳ ସ୍ୱାଇଁ କହିଛନ୍ତି । ଏହି ସମ୍ମିଳନୀରେ ବିଦ୍ୟାର୍ଥୀ ଉତ୍କଳ ଭାରତର ରାଜ୍ୟ ସଭାପତି ପ୍ରତ୍ୟୁଷ ନାୟକ, ସମ୍ପାଦକ ବିଶ୍ୱଜିତ ଚକ୍ରବର୍ତୀ, ଯୁଗ୍ମ ସଂପାଦକ ପ୍ରଦୀପ ଜେନାଙ୍କ ସମେତ ପାର୍ଟିର ରାଜ୍ୟ ଉପସଭାପତି ଲୋକନାଥ ଷଡ଼ଙ୍ଗୀ ଦଳିତ ଉତ୍କଳ ଭାରତର ରାଜ୍ୟ ସଭାପତି ଦିଲ୍ଲୀପ ମଲ୍ଲିକ, ବିରଷ୍ଠ ନେତା ନିର୍ମଳ ବେହେରା, ଭୁବନେଶ୍ୱର ସଭାପତି ନବକିଶୋର ପ୍ରଧାନ, ସମ୍ପାଦକ ରବିନାରାୟଣ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।  

ରିପୋର୍ଟ : ଆକାଶ ମିଶ୍ର