ଯୁବ ଓଏସ୍‌କୁ ମନ୍ତ୍ରୀ ଜ୍ୟୋତି ପାଣିଗ୍ରାହୀଙ୍କ ସମ୍ବର୍ଦ୍ଧନା…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଚଳିତ ଓଏସ୍ ପରୀକ୍ଷାରେ ଜଳେଶ୍ୱର ପୌରାଞ୍ଚଳର ଦେଉଳି ପଞ୍ଚୁଘଣ୍ଟା ନିବାସୀ ଜୀବନକୃଷ୍ଣ ସାହୁଙ୍କ ପୁଅ ପ୍ରତୀକ ସାହୁ ମେଧା ତାଲିକାର ୧୩ ସ୍ଥାନରେ ରହି ଜଳେଶ୍ୱର ପାଇଁ ଗୌରବ ଆଣିଛନ୍ତି । ସେ ଇଲେକ୍ଟ୍ରିକାଲରେ ବିଟେକ୍‌ରେ କୃତିତ୍ୱର ସହ ସଫଳତା ଆଣିଥିବା ବେଳେ ଏବେ ସମ୍ବଲକୁର ଓପିଟିସିଏଲ୍‌ରେ ଡେପୁଟି ମ୍ୟାନେଜର ଭାବେ କାର୍ଯ୍ୟରତ । ନିକଟରେ ଜଳେଶ୍ୱର ମହୋତ୍ସବରେ ରାଜ୍ୟ ଭାଷା ସାହିତ୍ୟ, ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପାଣିଗ୍ରାହୀ ଯୋଗ ଦେଇଥିବା ବେଳେ ପ୍ରତୀକ ସାହୁଙ୍କ ସହିତ ସାକ୍ଷାତ ଓ ତାଙ୍କୁ ଧନ୍ୟବାଦ ଜଣାଇଥିଲେ । ଶ୍ରୀ ସାହୁ ଏବେ ସମ୍ବଲପୁରଠାରେ ଅବସ୍ଥାନିତ ଥିବାରୁ ଓଏଏସ୍‌ରେ ଯୋଗଦାନ କରିବାକୁ ପରାମର୍ଶ ଦେଇଥିଲେ । ଓଡିଶାରୁ ଆଇଏଏସ୍ ମେଧା ତାଲିକାରେ କମ୍ ସଂଖ୍ୟକ ଯୁବକ ଯୁବତୀ ରହୁଥିବାରୁ ଆସନ୍ତା ଦିନରେ ଆଏଏସ୍ ପରୀକ୍ଷାରେ ସଯତ୍ନ ହେବାକୁ ସେ ପରାମର୍ଶ ଦେଇଥିଲେ । ଏହିସ ଅବସରରେ ଜଳେଶ୍ୱର ମହୋତ୍ସବ ମଂଚରେ ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ତାଙ୍କୁ ସମ୍ବର୍ଦ୍ଧନା କରିଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା