ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ ଉଦୟ ପ୍ରତାପ ବିଜ୍ଞାନ ମହାବିଦ୍ୟାଳୟର ଧୀରଜ ବାଡ଼ତ୍ୟା ପ୍ରଥମ…

ଶେରଗଡ଼ (ସମୃଦ୍ଧ ଓଡିଶା) ଆଜି ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ସ୍ଥାନୀୟ ଉଦୟ ପ୍ରତାପ ବିଜ୍ଞାନ ଧୀରଜ ମହାବିଦ୍ୟାଳୟ ଅଭୁତ ସଫଳତା ହାସଲ କରିଛି । ଶେରଗଡ ବ୍ଳକ ସ୍ତରରେ ଧୀରଜ ବାଡତ୍ୟା ୪୮୩ ନମ୍ବର ରଖି ପ୍ରଥମ ହୋଇଥିବା ବେଳେ ସାଗରୀ ସ୍ୱାଇଁ ୪୦୦ ନମ୍ବର ରଖି ଦ୍ଵିତୀୟ ଏବଂ ଦୀପ୍ତିମୟୀ ପାଣି ୩୯୮ ନମ୍ବର ରଖି ତୃତୀୟ ସ୍ଥାନରେ ରହିଛନ୍ତି । ରାଜ୍ୟରେ ପାସହାର ଶତକଡା ୭୦.୭୧ ରହିଥିବା ବେଳେ ଶେରଗଡ କଲେଜରେ ପାସହାର ଶତକଡା ୬୪ ଭାଗ ରଖି ସଫଳତା ହାସଲ କରିଛି । ଏହି କ୍ରମରେ ସମୁଦାୟ ୬୫ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ପ୍ରଥମ ଡିଭିଜନ 9ଜଣ ଦ୍ଵିତୀୟ ୧୬ ଓ ତୃତୀୟ ୧୭ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି । ଏଥିପାଇଁ ସ୍ଥାନୀୟ ବୁଦ୍ଧିଜୀବୀଙ୍କ ସମେତ ଅଭିଭାବକ ମହଲରେ ଖୁସୀର ଲହରୀ ଖେଳି ଯାଇଛି ।

ରିପୋର୍ଟ-ବିପ୍ଳବ ସେଠୀ