ମୋହନା ଥାନାକୁ କରାଗଲା ସାନିଟାଇଜ୍…

ମୋହନା (ସମୃଦ୍ଧ ଓଡିଶା) ସାରା ରାଜ୍ୟରେ କରୋନା ସ୍ଥିତି ସଂଗିନ୍ ଥିବାବେଳେ ଅଧିକ ସଂକ୍ରମିତ ଜିଲ୍ଲା ମଧ୍ୟରେ ଗଜପତି ରହିଛି । ଏହି ଜିଲ୍ଲାରେ କରୋନା ସଂକ୍ରମଣ କମିବାରେ ନାମ ନେଉନଥିବା ବେଳେ ଆଜି ମୋହନା ଥାନାରେ ୬ଜଣ ପୋଲିସ କର୍ମଚାରୀଙ୍କ କରୋନା ପଜେଟିଭ୍ ବାହାରିଥିବା ଜଣାପଡିଛି । ଏହି ରିପୋର୍ଟ ଆସିବା ପରେ ମୋହନା ଥାନାରେ ରହୁଥିବା କର୍ମଚାରୀମାନେ ଭୟଭୀତ ଏବଂ ସତର୍କ ହୋଇ ରହୁଥିବାର ଦେଖିବାକୁ ମିଳୁଛି । ପ୍ରତିଦିନ ଲୋକେ ଅଭିଯୋଗ ପାଇଁ ଓ ସମାଧାନ ପାଇଁ ପୋଲିସ ଥାନାକୁ ଆସିଥାନ୍ତି ତେଣୁ ସଂକ୍ରମଣ ବଢିବାର ବହୁତ ସମ୍ଭାବନା ରହିଛି । ଏହାକୁ ଦ୍ରୁଷ୍ଟିରେ ରଖି ମୋହନା ଥାନା ଅଧିକାରୀ ସୁଜିତ କୁମାର ନାୟକଙ୍କ ତତ୍ଵାବଧାନରେ ମୋହନା ଅଗ୍ନିଶମ ବିଭାଗ ତରଫରୁ ମୋହନା ଥାନାକୁ ସାନିଟାଇଜ୍ କରାଯାଇଛି ।

ରିପୋର୍ଟ : ଆଦିତ୍ୟ ପ୍ରସାଦ ପଟ୍ଟନାୟକ