ଯାଦୁଆ ବିକୁଛି ଯାଦୁ ମଲମ

ମନେକର ଆସନ୍ତାକାଲି ଛୁଟି ଘୋଷଣା ହେବ କୌଣସି କାରଣରୁ ବା କୌଣସି ଘଟଣାର ଭବିଷ୍ୟବାଣୀ,ଯଦି ଏକଥାର ଏକା ଉତ୍ତର ଅଧିକାଂଶ ଲୋକଙ୍କ ପାଖରୁ ମିଳେ, ତାହେଲେ ସେ ଉତ୍ତରଟି ସତ୍ୟ ହୋଇଥିବାର ବେଶୀ ସମ୍ଭାବନା,ଅବଶ୍ୟ ବ୍ୟତିକ୍ରମ ସବୁ କ୍ଷେତ୍ରରେ ଅଛି ।ମାତ୍ର ସବୁ ଲୋକ କେବେ ମିଛ/ଭୁଲ କହିନଥାନ୍ତି,ତେଣୁ ବହୁମତଟା ପ୍ରାୟ ଠିକ୍ ହୋଇଥାଏ,ସେଇ ନିୟମରେ ଦେଖିଲେ,ମନେକର ୧୦୦ଟା ମେସେଜ ଆସିଛି, ସେଥିରୁ ଯଦି ୭୫/୮୦ଟା ଏକାପ୍ରକାର ତାହେଲେ ଜାଣିବ ସଂଖ୍ୟାଗରିଷ୍ଠ ମତଟା ନିଶ୍ଚୟ ସତ୍ୟ ହୋଇଥିବ,ମାନେ ସେଥିରେ ଦମ୍ ଅଛି !ଏଇ ଦୁଇମାସ ଭିତରେ ଯେତେ ହ୍ୱଆଟସ୍ଆପ୍ ମେସେଜ ଆସିଛି ସେଥିରୁ ପ୍ରାୟ ୮୦% କହୁଛି ମଣିପୁର ଘଟଣା ପାଇଁ ସ୍ବାଧୀନତା ପୂର୍ବର ବିଦେଶୀ ଶାସକ,ବ୍ରିଟିଶ ଓ ସ୍ବାଧୀନତା ପରବର୍ତ୍ତୀ କାଳରେ ଅନେକ ଦିନ ଧରି ଶାସନ କରିଥିବା ଦଳ ହିଁ ଦାୟୀ।ସେଇମାନେ ଭୂତହୋଇଲାଗିଥିଲେ,ଏବେ ସେଇମାନେ ହିଁ ଗୁଣିଆର ଭୂମିକା ନେବାକୁ ତିଆର ।ମଣିପୁରରେ ବର୍ତ୍ତମାନ ଯେତେପ୍ରକାର ସମସ୍ୟା ଦେଖାଯାଉଛି ଏ ସବୁର ସୃଷ୍ଟିକର୍ତ୍ତା ସେଇମାନେ,ମାତ୍ର ଏବେ ଶାସନରେ ନାହାଁନ୍ତି ତ ସବୁ ଦୋଷ ବର୍ତ୍ତମାନର ଶାସକଦଳ ଉପରକୁ ଠେଲିଦେଇ ନିଜେ ଖାଣ୍ଟି ତୁଳସୀ ଦେଖାଉଛନ୍ତି ନିଜକୁ । ସେସବୁ ସମସ୍ୟାର ସମାଧାନ ଏତେ ସହଜ ନୁହେଁ,ଏଥିନିମନ୍ତେ ସଂସଦରେ ଖୁବ୍ ଶକ୍ତ ଆଇନ ତିଆରି ହେବା ଆବଶ୍ୟକ । ସ୍ବାଧୀନତାର ବହୁପୂର୍ବରୁ ୧୯ ଶତାବ୍ଦୀର ପ୍ରାକକାଳରେ,ପ୍ରାୟ ୧୦୦ ବର୍ଷତଳେ, ଯେତେବେଳେ ଇଂରେଜମାନେ ଭାରତର ଉତ୍ତରପୂର୍ବ ରାଜ୍ୟ(NEFA-NorthEastern Frontier Agency)ଗୁଡିକରେ ପ୍ରାକୃତିକ ତୈଳ(petroleum)ର ଉପସ୍ଥିତି ଜାଣିଲେ, ସେମାନେ କିପରି ସେଠାରେ ଏକଚାଟିଆ ବ୍ୟବସାୟ ଚଳାଇ ପାରିବେ ସେଇ ମସୁଧାରେ ରହିଲେ ।ଉଲ୍ଲେଖଯୋଗ୍ୟ ପୃଥିବୀରେ ନିଜକୁ ସର୍ବାଧିକ ସଭ୍ୟ ଓ ଶିକ୍ଷିତ କହୁଥିବା ବ୍ରିଟିଶ ଏକ ଅତ୍ୟନ୍ତକୁଟିଳ,କପଟି ଓ କୁତ୍ସିତ ଚିନ୍ତାଧାରାରଜାତି,ନହେଲେ ସିଏ ପ୍ରଥମେଏଦେଶକୁ ବେପାର କରିବାକୁଆସି ଧୀରେ ଧୀରେ ବିଭେଦ ରାଜନୀତି(Divide & Rule policy) ଆପଣାଇ ଆମର ସମ୍ପୂର୍ଣ୍ଣଦେଶକୁ ଶାସନ କରିନଥାନ୍ତେ !ପୂର୍ଵୋତ୍ତର ରାଜ୍ୟରେ ମଧ୍ୟ ସେଇ ବିଭେଦ ନୀତି ଚଳାଇ ଏକଚାଟିଆ ବ୍ୟବସାୟ ନିମନ୍ତେ ସିଦ୍ଧାନ୍ତ ନେଲେ ।ସେଥିପାଇଁ ସେମାନେ ଆମଦେଶରେ ମଧ୍ୟ(ଯେହେତୁ ପୂର୍ଵୋତ୍ତର ରାଜ୍ୟ ଭାରତର ଏକ ଅଵିଛିନ୍ନ ଅଂଶ)ପୂର୍ଵୋତ୍ତର ରାଜ୍ୟଗୁଡ଼ିକ ପାଇଁ ଅଲଗା ନିୟମ ତିଆରି କଲେ ।ଭାରତୀୟ ନାଗରିକ ଯିଏ ପୂର୍ଵୋତ୍ତର ରାଜ୍ୟକୁ ବୁଲିବାକୁ ଯିବ ସିଏ ଏକ ଅନୁମତି,inner permit ନେବ, ଯାହା ଏକ ସୀମିତସମୟ ପାଇଁ ବଳବତ୍ତର ରହିବ,ଉଦ୍ଦେଶ୍ୟ ସମ୍ପୂର୍ଣ୍ଣ ପୂର୍ଵୋତ୍ତରକୁ ଭାରତ ଠାରୁ ପୃଥକ କରି ରଖିବା।ପୁଣି ସେମାନେ ଦେଖିଲେ ଯେ ପୂର୍ଵୋତ୍ତରରାଜ୍ୟ ଭାରତଠାରୁ ଭୌଗୋଳିକଭାଵେ ଅଲଗାଥିଲେ ମଧ୍ୟ ସେଠାର ସମସ୍ତଅଧିବାସୀ ସନାତନୀ ହିନ୍ଦୁ,ଏଇଟା ଇଂରେଜମାନଙ୍କର ହଜମ ହେଲାନାହିଁ ।ପ୍ରଣିଧାନର ବିଷୟ ପୂର୍ଵୋତ୍ତର ମଣିପୁର ରାଜ୍ୟର ରାଜକନ୍ୟା ଚିତ୍ରାଙ୍ଗଦା ମହାଭାରତ କାଳରେ(୫,୦୦୦ ଵର୍ଷତଳେ)ତୃତୀୟ ପାଣ୍ଡବ ମହା- ବୀର ଅର୍ଜୁନଙ୍କୁ ବିବାହ କରିଥିଲେ,ଅତଏଵ ୫,୦୦୦ ଵର୍ଷତଳୁ(ଯେହେତୁ ରାଜା ସନାତନୀ ହିନ୍ଦୁ)ମଣିପୁର ହିନ୍ଦୁ ରାଜ୍ୟ ଥିଲା।ଇଂରେଜମାନେ ତାଙ୍କ କୁଟିଳ ଵୁଦ୍ଧିବଳରେ ପାଦ୍ରୀମାନଙ୍କୁ ସେଠାରେ ଥଇଥାନକରି ଖ୍ରୀଷ୍ଟଧର୍ମ ପ୍ରଚାର ପ୍ରସାର ସହିତ କିପରି ଦ୍ରୁତ ଧର୍ମାନ୍ତରୀକରଣ ହୋଇପାରିବ ସେ ଦିଗରେ ଯତ୍ପରୋନାସ୍ତି ଚେଷ୍ଟା ଅବ୍ୟାହତ ରଖିଲେ ।ଏଇପରିପ୍ରେକ୍ଷୀରେ ପଡୋଶୀ ଵର୍ମା(ବର୍ତ୍ତମାନର ମିଆଁମାର)ରୁ ଆଦିବାସୀ କୁକୀ ଜନଜାତି ଙ୍କୁ ଡାକିଆଣି ଖ୍ରୀଷ୍ଟିଆନ କରାଇସେଠାରେ ବସବାସ କରାଇଲେ,ଏଇଠି କଳିର ମଞ୍ଜି ପୋତିଦେଲେ ଆନୀତ କୁକୀ ଓ ସ୍ଥାନୀୟ ମୂଳ ଅଧିବାସୀ ମୈତେଇମାନଙ୍କ ମଧ୍ୟରେ । ଧର୍ମାନ୍ତର କରି ‘ଇସାଇ’ ହୋଇଯାଇଥିବା କୁକୀ ଓ ନାଗାମାନଙ୍କୁ ଇଂରେଜମାନେ ଜନଜାତି ଆଖ୍ୟାଦେଇ ସେମାନେ ସମସ୍ତପ୍ରକାର ସରକାରୀ ସୁବିଧା ସୁଯୋଗ(ସେମାନେ ସବୁଠାରେ ଜମି କିଣାବିକା କରିପାରିବେ ମାତ୍ର ମୂଳ ଅଧିବାସୀ ମୈତେଇମାନେ ନୁହଁନ୍ତି- କାରଣ ସେମାନେ ହିନ୍ଦୁ-ଏଇଟା ଅପ୍ରତ୍ୟକ୍ଷ କାରଣ)ହାସଲ କରିବାର ବାଟ କରିଦେଲେ । ପୁଣି ଆସାମରେ ଚା-ଚାଷର ବିପୁଳ କାରବାର ଏକଚାଟିଆ କରିନେଲେ ଇଂରେଜମାନେ । ତା’ପରେ ସମ୍ପୂର୍ଣ୍ଣ ପୂର୍ଵୋତ୍ତର ରାଜ୍ୟ ସମୂହ ଭାରତଠାରୁ ଅଲଗା ରହୁଥିବାରୁ ସେଠାରେ ସେଇ ଧର୍ମାନ୍ତରିତ ଜନଜାତିମାନଙ୍କୁ ନେଇ ଵେନିୟମିତ ଅଫିମଚାଷ ଆରମ୍ଭ କରିଦେଲେ ଇଂରାଜୀମାନେ,ଏସବୁ ସତ୍ତ୍ୱେ ମୂଳ ଅଧିବାସୀ ସନାତନୀ ହିନ୍ଦୁ ମୈତେଇମାନେ ନିଜସ୍ବ ଶକ୍ତିରେ ଇଂରେଜମାନଙ୍କର ଦୃଢ଼ ଵିରୋଦ୍ଧ କରିଚାଲିଲେ ।କଳେ ବଳେ କୌଶଳେ ସମ୍ପୂର୍ଣ୍ଣ ପୂର୍ଵୋତ୍ତର ରାଜ୍ୟକୁ ଭାରତରୁ ଅଲଗା କରିଦେବା ଚକ୍ରାନ୍ତରେ ସମ୍ପୁର୍ଣ୍ଣ ଇଲାକାରେ ଅଫିମ ଚାଷର ଅଭିବୃଦ୍ଧି ଘଟାଇ ସମସ୍ତଙ୍କୁ ନିଶାଗ୍ରସ୍ତ କରାଇବା ସହିତ କୁକୀ,ନାଗା-ମୈତେଇ ସଂଘର୍ଷକୁ ତେଜେଇବାରେ ଲାଗିଲେ,ଲକ୍ଷ୍ୟ,ବିଭେଦ ରାଜନୀତି କରି ମୈତେଇମାନଙ୍କୁ ବେଳୁ ବେଳ ଦୁର୍ବଳ କରିବା ଏବଂ ପରୋକ୍ଷରେ ଭାରତୀୟ ସ୍ବାଧୀନତା ଆନ୍ଦୋଳନକୁ ପରାହତ କରିବା,ପୂର୍ଵୋତ୍ତରକୁ ଅଲଗା କରିଦେଇ ! ସ୍ବାଧୀନତାପରେ ମଧ୍ୟ ୧୯୪୯ରେ ପୂର୍ଵୋତ୍ତର ରାଜ୍ୟର ରାଜା ବୌଦ୍ଧ ଚନ୍ଦ୍ର ସିଂ ମୂଳ ଅଧିବାସୀ ମୈତେଇମାନଙ୍କୁ ଜନଜାତି ସ୍ବୀକୃତି ଦେଇ ସମାନ ଅଧିକାର ପ୍ରଦାନ କରି ବାକୁ ସୁପାରିଶ କରିଥିଲେ,ମାତ୍ର ତତ୍କାଳୀନ ପ୍ରଥମ ପ୍ରଧାନମନ୍ତ୍ରୀ ନେହେରୁ ସେଥିରେ କର୍ଣ୍ଣପାତ କଲେ ନାହିଁ,କାରଣ ସିଏ ଵି ତ ପୁର୍ଵତନ ଶାସକଙ୍କର ଦାୟାଦ !୧୯୫୦ରେ ସମ୍ବିଧାନ ଲାଗୁହେଲାଵେଳେ ମଧ୍ୟ କେହି ସେଥିକୁ ନଜର ଦେଲେ ନାହିଁ।ସ୍ବାଧୀନତାପରଠୁ ବହୁବର୍ଷ କାଳ ଏକ ସର୍ବପୁରାତନ ଦଳ ମଣିପୁର ଶାସନରେ ଥିଲା,ମାତ୍ର ଦିନେ ହେଲେ ଏ ବିବାଦର ସମାଧାନ ନିମନ୍ତେ କିଞ୍ଚିତ ପ୍ରୟାସ କରିନାହାନ୍ତି କିମ୍ବା ଉତ୍ତର-ପୂର୍ଵ ରାଜ୍ୟର ସର୍ବାଙ୍ଗୀନ ଉନ୍ନତି ସକାଶେ ନିଷ୍ଠାପର ଉଦ୍ୟମ କରିନାହାନ୍ତି।ଏହାର ସୁଯୋଗ ନେଇ ସୀମା ବର୍ତ୍ତୀ ମିଆଁମାରର ରୋହିଙ୍ଗ୍ୟାମାନେ,ପଡୋଶୀ ବାଙ୍ଗଲାଦେଶୀ ଅନୁପ୍ରବେଶ କରିଛନ୍ତି ବହୁମାତ୍ରାରେ ଓ ଅଫିମ ଚାଷକୁ ବଢାଇ ଚାଲିଛନ୍ତି ।ଵିସ୍ତାରବାଦୀ ପଡୋଶୀ ଚୀନ ତ ସବୁ ବେଳେ ଭାରତରେ ଅସ୍ଥିରତା ବା ଆନ୍ତଃକନ୍ଦଳ କରାଇବାକୁ ଉଦଗ୍ରୀଵ,ମୈତେଇ-କୁକୀ, ନାଗା ବିବାଦକୁ ସେଇ ଅଫିମ ଚୋରା-ଚାଲାଣ ଅର୍ଥ ଓ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଯୋଗାଇ ଦେଇ ଉଜ୍ଜୀବିତ ରଖିବାକୁ ଚାହୁଁଛି ସଦାସର୍ବଦା ।ପୂର୍ଵୋତ୍ତର ରାଜ୍ୟର ଢିଲା ଆଇନ ଶୃଙ୍ଖଳା ପରିସ୍ଥିତି ସେମାନଙ୍କୁ ବେଶ୍ ସୁହାଉଥିଲା,ଏପ୍ରକାର ବିଭିନ୍ନତାବାଦୀ କାର୍ଯ୍ୟ କଳାପ ଜାରି ରଖିବାକୁ । ବର୍ତ୍ତମାନ ଯୋଉ ପ୍ରସଙ୍ଗଟି ସବୁଠୁ ଉତ୍ତପ୍ତ,ମଣିପୁର ପରିପ୍ରେକ୍ଷୀରେ ତାହାହେଲା ଗତ ମେ ୫ ତାରିଖରେ ୨ ଜଣ କୁକୀ ମହିଳାଙ୍କୁ ଉଲଗ୍ନକରି ରାସ୍ତାରେ ଚଲାଇ ଚଲାଇ ନେବା ଓ ସେମାନଙ୍କର ଗଣଧର୍ଷଣ ଓ ତା’ର ଭିଡିଓ କରି ଭାଇରାଲ କରାଇବା ଯାହାଆନ୍ତର୍ଜାତିକ ସ୍ତରରେ ଭାରତର ଛବିକୁ ଅତିଶୟ ମଳିନ କରିଦେଇଛି । ଏ ଘଟଣା ଅତ୍ୟନ୍ତ ଲୋମହର୍ଷଣକାରୀ,ବିଭତ୍ସ ଓ ଵର୍ଵର ଶ୍ରେଣୀୟ,ଅଭିଯୁକ୍ତକୁ ଫାଶୀଦଣ୍ଡ ମଧ୍ୟ କମ୍ ପଡ଼ିବ । ମୁଖ୍ୟମନ୍ତ୍ରୀ ମଧ୍ୟ ଗିରଫ ୬ ଜଣ ଅଭିଯୁକ୍ତଙ୍କୁ ଫାଶୀର ସୁପାରିଶ କରିଛନ୍ତି, ଅବସରପ୍ରାପ୍ତ ଜଣେ ବିଚାରପତିଙ୍କଦ୍ଵାରା ଏଘଟଣାର ତଦନ୍ତର ସୁପାରିଶ ମଧ୍ୟ କରିଛନ୍ତି । ମାତ୍ର ଦୁଃଖର ବିଷୟ ଯେ ଏ ଘଟଣା ମଧ୍ୟ ନକଲି ହୋଇପାରେ,କାରଣ ଏମିତି ଅନେକ ଭିଡିଓ ଘୁରି ବୁଲୁଛି ସାମାଜିକ ଗଣମାଧ୍ୟମରେ । ଗୋଟିଏ ଭିଡ଼ିଓରେ ଦେଖାଯାଉଛି ଜଣେ ମଣିପୁରୀ ମହିଳା,ସମ୍ଭବତଃ କୁକୀ,ସମ୍ପୂର୍ଣ୍ଣ ଉଲଗ୍ନହୋଇ ଭାରତୀୟ ଜବାନମାନଙ୍କୁ ବାଡି ଧରି ତଡୁ ଛନ୍ତି ଓ ସେମାନେ ଲୋକଲଜ୍ୟା ଭୟରେ ହେଉ ବା ମହିଳା ଅଭିଯୋଗ(ମିଥ୍ୟାହେଉବରଂ) ଫଳରେ ଚାକିରୀ ଚାଲିଯିବା ଆଶଙ୍କାରେ ଧାଉଁ ଛନ୍ତି । ଅନ୍ୟ ଏକ ଭିଡ଼ିଓରେ କିଛି କୁକୀ ମହିଳା,କାଶ୍ମୀରରେ ମହିଳାମାନେ ପଥରଫିଙ୍ଗାଳିଙ୍କୁ ସୁରକ୍ଷା ଦେଵାଭଳି,ଭାରତୀୟ ସେନାଙ୍କୁ ଧମକାଉଛନ୍ତି,ଆମର ପୁରୁଷ କିମ୍ବା ପିଲା(ପୁଅ/ଝିଅ)ମାନଙ୍କ ଦେହରେ ହାତଦେଲେ ଆମେ ନିବସ୍ତ୍ର ହେବାକୁ ବାଧ୍ୟ ହେବୁ ।ଅଗତ୍ୟା ସେନା ଫେରିବାକୁ ବାଧ୍ୟ ହେଉଛନ୍ତି,ଏକ ପ୍ରକାର ବ୍ଲାକମେଲିଙ୍ଗ୍ ! ମଣିପୁରର ଏଇ ଯୋଉସଵୁ ସମସ୍ୟା, ସିଏ ଅନୁପ୍ରବେଶ ହେଉ,ଅସ୍ତ୍ରଶସ୍ତ୍ର ଚୋରା ଚାଲାଣ ହେଉ,ଅବୈଧ ଅଫିମ ଚାଷ ହେଉ,ଧର୍ମାନ୍ତରୀକରଣ ହେଉ,କୁକୀମାନଙ୍କଦ୍ଵାରା ମୈତେଇମାନଙ୍କ ବିରୋଧରେ ଜବରଦସ୍ତ/ଅଯଥା ଗଣ୍ଡଗୋଳ,ଘର/ଦୋକାନ/ମନ୍ଦିର ଜଳାପୋଡ଼ା,ନାରୀଧର୍ଷଣ ଇତ୍ୟାଦିର ସମାଧାନ ସକାଶେ ଶକ୍ତ ଆଇନ ଅତ୍ୟାବଶ୍ୟକ । ଚୀନସିନା ଆମ ଦେଶରେ ଗଣ୍ଡଗୋଳ ଭିଆଉଛି,କିନ୍ତୁ ଚୀନ୍/ସିଙ୍ଗାପୁର ଆଦି ଦେଶରେ କେବେ କିଛି ଗଣ୍ଡଗୋଳ ହୁଏ ନାହିଁ କାହିଁକି ? କାରଣ ସେ ଦେଶର ଶକ୍ତ କାନୁନ ଯୋଉଥିପାଇଁ ସେ ଦେଶ ସବୁ ନିରନ୍ତର ବିକାଶର ପଥରେ ଦ୍ରୁତ ଅଗ୍ରଗତି କରି ଚାଲିଛନ୍ତି,ଆମ ଦେଶରେ ମଧ୍ୟ ସେମିତି ଶକ୍ତ ଆଇନ ଓ ତା’ର ସଠିକ୍ ଅନୁପାଳନ ହେଲେ ଆମଦେଶ ମଧ୍ୟ ସେଇ ଦେଶମାନଙ୍କ ଭଳି ଉନ୍ନତି ପଥରେ ଆଗେଇପାରିବ !କିନ୍ତୁ ତା’ କ’ଣ ଆମଦେଶରେ ସମ୍ଭବ,କାରଣ ଆମ ଦେଶରେ “ଲ’ ମେକର ଇଜ୍ ଦି ଲ’ ବ୍ରେକର !”ଶକ୍ତ କାନୁନ ବା ତା’ର ଅନୁପାଳନକୁ ଆମର ଏ ତଥାକଥିତ ଵିରୋଧୀଦଳ କେବେ ସୁଯୋଗ ଦେବେ ନାହିଁ,ନହେଲେ ଏମାନଙ୍କର ଏଭଳି ଦୋମୁହାଁ କାରବାର ଚାଲିପାରିବ ନାହିଁ ! ୨୦୧୭ରେ ବିଜେପି କ୍ଷମତାକୁ ଆସିବାଠୁ ଅବାରିତ ଧର୍ମାନ୍ତରୀକରଣ,ଖୋଲା ମେଲାରେ ଅଫିମ ଚାଷ ଏସବୁରେ ରୋକ୍ ଲାଗିଯାଇଛି,ଆଉ ଏଇ ହେଇଛି ବର୍ତ୍ତମାନର ବିବାଦରକେନ୍ଦ୍ରବିନ୍ଦୁ।ପ୍ରକାଶଥାଉ ୨୦୧୭ଠାରୁ ଅଦ୍ୟାବଧି ବିରେନ ସିଂ ସରକାର୧୮୬୦୦ ଏକରର ୧,୫୭୬ କୋଟିରଅଫିମ ନଷ୍ଟକରାଇ ଡ୍ରଗସ୍ ଚୋରାଚାଲାଣକାରୀଙ୍କର ଚକ୍ଷୁଶୂଳ ହୋଇଛନ୍ତି ।ଅଫିମ-ଗଞ୍ଜେଇ ଚୋରା-ଚାଲାଣ,ଅନୁପ୍ରବେଶ,ବିପୁଳ ପରିମାଣର କଳା ଟଙ୍କା ଆଣି ଦେଉଥିଲା,ଧର୍ମାନ୍ତରୀକରଣ,ଅସ୍ତ୍ରଶସ୍ତ୍ର ଚୋରା-ଚାଲାଣ ଏସବୁ ମଧ୍ୟ ଭଲ ରୋଜଗାର ଦେଉଥିଲା,ଏଇ ସବୁ ସ୍ରୋତ ବନ୍ଦ ହୋଇଯିବାପରେ ହିତାଧିକାରୀ ନିଶ୍ଚୟ ବିଚଳିତ ହେବ।ତା’ପରେ ଚୀନ,ପାକିସ୍ତାନର ଆଇଏସଆଇ ଓ କିଛି ପାଶ୍ଚାତ୍ୟ ଗୋଷ୍ଠୀ ଗଣ୍ଡଗୋଳକୁ ବଞ୍ଚାଇ ରଖିବାକୁ ଭରପୁର ପ୍ରୟାସ କରୁଥିଲେ,ସେମାନଙ୍କୁ ସବୁ କଷ୍ଟହେଵନି ତମେଏମିତି ଗୋଟେ ମଝିରୁ ଭଣ୍ଡୁର କରିଦେଲେ !ଏଇ ବିଭିନ୍ନତାବାଦୀ ଗୋଷ୍ଠୀର ଦିଲ୍ଲୀ- ରେ ଓ ବିଦେଶରେ ବସିଥିବା ଆକ୍କାମାନେ ଏଥିରେ ଖୁବ୍ ଉତକ୍ଷିପ୍ତ,ତେଣୁ ସେମାନେ ଅନୁ- ଗତ ଓ ଅନ୍ୟାନ୍ୟ ମିଡ଼ିଆକୁ ଧରି ତାଙ୍କ ଚେଷ୍ଟା ଚଳାଇବେ ନା ନାହିଁ !ଏଇ ନିକଟରେ ମିଜୋରାମଭଳି ଉତ୍ତର ପୂର୍ବ ରାଜ୍ୟ ଓ ହରିଆଣା ଆଦି କିଛି ଉତ୍ତର ରାଜ୍ୟରେ ସଂଗଠିତ ହିଂସାକାଣ୍ଡ ମଧ୍ୟ ଏଇ ଭଳି କିଛି ଚକ୍ରାନ୍ତର ଅଂଶ ବୋଲି ମୋର ବ୍ୟକ୍ତିଗତ ମତ । ସରକାରୀ କାଗଜପତ୍ର ଅନୁସାରେ ଜୁନ ୧୯୬୮ରେ ମଣିପୁର ସରକାର କୁକୀମାନଙ୍କୁ ମଣିପୁର ପାର୍ଵତ୍ୟାଞ୍ଚଳରେ ଥଇଥାନ କରିଥିଲେ ଯାହାକୁ ମୈତେଇମାନେ ହୃଦୟର ସହିତ ସ୍ବାଗତ କରିଥିଲେ,ଏବେ ସେଇ କୁକୀମାନେ ଅଲଗା ରାଜ୍ୟ ଦାବୀ କରୁଛନ୍ତି,କାଲି ପୃଥକ ଦେଶ ଦାବୀ ନ କରିବେ କାହିଁକି ?ସେତିକି ନୁହେଁ ଯୋଉ ମୈତେଇମାନେ ସେମାନଙ୍କୁ ସ୍ବାଗତ କରିଥିଲେ ସେମାନଙ୍କ ମୁଣ୍ଡକାଟ କରିବାକୁ ସେମାନେ ଖୋଲାରେ ଆହ୍ୱାନ ଦେଉଛନ୍ତି ।ଆଜିପର୍ଯ୍ୟନ୍ତ ବର୍ତ୍ତମାନର ତଥାକଥିତ ବିରୋଧୀଦଳମାନେ କେବେ ଏ ବୃଥା ବିଷୟରେ ମୁଣ୍ଡ ଖେଳାଇ ନ ଥିଲେ, ମୈତେଇମାନେ ମୂଳ ଅଧିବାସୀ ହେଲେ ମଧ୍ୟ କୁକୀମାନଙ୍କ ଭଳି ଜନଜାତିଙ୍କପରି ସବୁ ସରକାରୀ ସୁବିଧା ସୁଯୋଗ ପାଇବାକୁ ଦାବୀ କରିଆସୁଥିଲେ । ଏବେ ଯେତେବେଳେ ଏପ୍ରିଲ ୧୯ରେ ମଣିପୁର ହାଇକୋର୍ଟ ମୈତେଇମାନଙ୍କୁ ଜନଜାତି ମାନ୍ୟତା(ଜମି/ଘର କିଣା ମାନ୍ୟତା ମଧ୍ୟ ଜଡିତ)ଦେବାକୁ ସୁପାରିଶ କଲେ,ନିଜ ସ୍ବାର୍ଥରେ ଆଞ୍ଚ ଆସିବା ଆଶଙ୍କାରେ କୁକୀମାନେ ରକ୍ତମୁଖା ହୋଇ ଉଠିଛନ୍ତି ।ତା’ପରେ ଯେତେ ଗଣ୍ଡ ଗୋଳର ସୂତ୍ରପାତ,ତା’ପରେ ତାଙ୍କ ଆକ୍କାମାନେ ମଧ୍ୟ ସକ୍ରୀୟ ହୋଇଉଠିଲେ । ଏଇଠି ଟିକେ ଚିନ୍ତାକଲେ ଏସବୁ ପାଇଁ ଦାୟୀ କିଏ,ଆଉ ଯୋଉମାନେ ଦାୟୀ ସେମାନେ ଆଜି ଜୋର ଜୋର ଚିଲ୍ଲାଉଛନ୍ତି,ସେଇ ଶଦ୍ଦ ଭିତରେ ତାଙ୍କ କଳା କାରନାମାକୁ ଘୋଡାଇ ଦେବା ସକାଶେ ।ଏଥିରୁ ଜାଣୁଥିଵେ କିଏ ପ୍ରଛଦପଟ ନାୟକ,ଆଉ କିଏ ନେପଥ୍ୟ ନାୟକ ! ଠିକ୍ ଏକାଭଳି ଅନେକ ଘଟଣା ଆମର ଅନ୍ୟ ରାଜ୍ୟରେ ଯଥା ରାଜସ୍ଥାନ,ଛତିଶଗଡ଼, ପଶ୍ଚିମବଙ୍ଗରେ ବହୁତ ହେଉଛି ମାତ୍ର ତଥାକଥିତ ବିରୋଧୀଦଳ ଆଖି ବୁଜି ଦେଇଛନ୍ତି, ଆଉ ଆଖି ବୁଜିବାକୁ ବାଧ୍ୟ ମଧ୍ୟ କାରଣ,ଧର ପଶ୍ଚିମବଙ୍ଗ ଯିଵ ଵିରୋଧୀଦଳ ସରଜମିନ ତଦନ୍ତରେ, ଫେରିଆସି ଦେଖିବେ, ଇ-ଣ୍ଡି-ଆ ମେଣ୍ଟରେ ‘ଆ’ ଟା ନ ଥିବ,ଆ ଆ ବୋଲି ଯେତେ ଡାକିଲେ ମଧ୍ୟ ସେ ଅଫେରା ରହିଯିବ, ଏଇ ତ ବାଧ୍ୟବାଧକତା !
ଲେଖକ : ଜୟନ୍ତ ପଟ୍ଟନାୟକ ୯୦୯୦୧ ୯୦୦୬୯